/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683015528.jpg)
Rose Farming
ଭାଗ୍ୟ ବଦଳାଇ ଦେଲା ଫୁଲ ଚାଷ । ଦିନେ ଯେଉଁ କ୍ଷେତରେ ପରିବା ଚାଷ କରି ବଡ ଦୁଃଖ କଷ୍ଟରେ ସଂସାର ଚଳାଉଥିଲେ ଆଜି ସମାନ କ୍ଷେତରେ ଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀ । ସବୁଠୁ ବଡ କଥା ହେଲା କୌଣସି ରାସାୟନିକ ସାର ନଦେଇ କେବଳ ଦେଶୀ ଖତ ଦେଇ ଭଲ ଚାଷ କରିପାରୁଛନ୍ତି ଚାଷୀ ।
ଅଧିକ ପଢ଼ନ୍ତୁ: ଭାଗ୍ୟ ପରିବର୍ତ୍ତନ କରିଦେଲା ଗେଣ୍ଡୁ ଚାଷ
ପ୍ରବଳ ଖରା ତାତିରେ ଜମିରେ ଖିଲିଖିଲି ହୋଇ ହସିଲା ଗୋଲାପ ଫୁଲ । ଖାଲି ଗୋଲାପ କାହିଁକି ବରଂ ଗେଣ୍ଡୁ ବି ଚାଷ ହେଉଛି । ଫୁଲ ଗୁଡିକ ଏତେ ମନଲୋଭା ହୋଇଛି ଯେ ଦେଖିଲେ ପେଟ ପୂରିଯିବ । ରେଢାଖୋଲ ବ୍ଲକ ବଡବାହାଲ ପଚାଂୟତର ଝାଙ୍କରପଡା ଗାଁର ଚାଷୀ ନିତ୍ୟାନନ୍ଦ ଦେହୁରୀଙ୍କ କ୍ଷେତକୁ ନେଇ ଏବେ ଭାରି ଚର୍ଚ୍ଚା । ପୂର୍ବରୁ ନିତ୍ୟାନନ୍ଦ ପରିବା ଚାଷ କରୁଥିଲେ, ହେଲେ ସେତିକିରେ ଭଲ ରୋଜଗାର ହେଲାନି । ତେଣୁ ବାଧ୍ୟ ହୋଇ ଅନ୍ୟ କିଛି ଚାଷ କରିବାକୁ ଇଚ୍ଛା କଲେ । ଆଉ ଏବେ ସଫଳଚାଷୀ ହୋଇ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ।
ସପ୍ତମଶ୍ରେଣୀରେ ପାଠ ପଢୁଥିବା ବେଳେ ନିତ୍ୟାନନ୍ଦଙ୍କ ବାପା ଚାଲିଯାଇଥିଲେ । ବାପାଙ୍କ ଅବର୍ତ୍ତମାନରେ ପୂରା ଘରର ଦାୟିତ୍ୱ ତାଙ୍କ କାନ୍ଧ ଉପରେ ଥିଲା । ତେଣୁ କେମିତି ଭଲରେ ରୋଜଗାର କରିବେ ସେନେଇ ଚିନ୍ତା କରିବା ପରେ ଶେଷରେ ଚାଷ କରିବାକୁ ଯୋଜନା କଲେ । ପ୍ରଥମେ ପରିବା ଚାଷ କରିବା ପରେ ଅଧିକ ଲାଭ ହେଲାନି ତେଣୁ ମିଶନଶକ୍ତି ଜରିଆରେ ଫୁଲ ଚାଷ କରିବାକୁ ନିଷ୍ପତ୍ତି ନେଲେ ।
ଚାଷ କାମ କରିବାରେ ଏବେ ସ୍ତ୍ରୀ ପୂରା ମାତ୍ରାରେ ତାଙ୍କୁ ସାହାଯ୍ୟ କରୁଥିବା ବେଳେ ବଜାରରେ ଫୁଲ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ନିତ୍ୟାନନ୍ଦ । ତାଙ୍କ ପ୍ରୟାସକୁ ପ୍ରଶଂସା କରିବା ସହିତ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯିବ ବୋଲି କହିଛନ୍ତି ସହକାରୀ ଉଦ୍ୟାନ ଅଧିକାରୀ। ତେବେ ନିଜର ଇଚ୍ଛାଶକ୍ତି ବଳରେ ଆଜି ଭଲ ଦୁଇ ପଇସା ରୋଜଗାର କରିପାରୁଥିବାରୁ ସ୍ଥାନୀୟ ଅଂଚଳରେ ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)