Advertisment

କେବଳ ଟ୍ୱିଟ୍‌ କରି ୨ ହଜାର ସମସ୍ୟାର କରିଦେଲେ ସମାଧାନ : ଲୋକେ ଡାକିଲେ, ଟ୍ୱିଟର ବୟ

ବନ୍ଧୁଙ୍କ ପ୍ରେରଣା ପାଇବା ପରେ ଏମିତି ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରଦ୍ୟୁମ୍ନ । କରୋନା ସମୟରେ ସ୍ଲଟ ବୁକିଙ୍ଗ ଦେଖୁ ଦେଖୁ ଲୋକଙ୍କ ସମସ୍ୟାକୁ ଟ୍ୱିଟ୍‌ ମାଧ୍ୟମରେ ଅପଲୋଡ୍‌ କରିବା ଆରମ୍ଭ କରିଥିଲେ

ଅଦ୍ୟତନ ହୋଇଛି
Puri's Twitter Boy Resolves Over 2000 Issues

Puri's Twitter boy resolves over 2000 issues..

Advertisment

ପେଶା ଇଞ୍ଜିନିୟର, ନିଶା ଲୋକଙ୍କୁ ସାହାଯ୍ୟ କରିବା । ଟ୍ୱିଟର ରେ ସେ ଏତେ ଆକ୍ଟିଭ୍‌ ଯେ କାହାର ଅସୁବିଧା ସମ୍ପର୍କରେ ଟ୍ୱିଟ ଦେଖିବା ମାତ୍ରେ ସାଙ୍ଗେ ସାଙ୍ଗେ ବଢାନ୍ତି ସହଯୋଗର ହାତ । ଆଉ ତାଙ୍କର ସହଯୋଗ ପାଇବା ପରେ ଲୋକେ ବି ବେଶ୍‌ ଖୁସ୍‌ । ପୁରୀ କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବ୍ରାହ୍ମଣଦେଓ ଗାଁର ପ୍ରଦ୍ୟୁମ୍ନ ବିଶ୍ୱାଳ l ପେଶାରେ ସେ ଜଣେ ଇଞ୍ଜିନିୟର l ହେଲେ ନିଶା ଗରିବ ଲୋକଙ୍କୁ ସହଯୋଗ କରିବା l ଦିନେ ଏହି ସହଯୋଗର ଦୃଢୋକ୍ତି ନେଇ ଆରମ୍ଭ କରିଥିଲେ ଲୋକଙ୍କୁ ସାହାଯ୍ୟ କରିବା,  ତାହା ପୁଣି ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଟ୍ୱିଟର ଜରିଆରେ ।

Advertisment

ଜଣେ ବନ୍ଧୁଙ୍କ ପ୍ରେରଣା ପାଇବା ପରେ ଏମିତି ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରଦ୍ୟୁମ୍ନ । କରୋନା ସମୟରେ ସ୍ଲଟ ବୁକିଙ୍ଗ ଦେଖୁ ଦେଖୁ ଆରମ୍ଭ କରିଥିଲେ ଲୋକଙ୍କ ସମସ୍ୟାକୁ ଟ୍ୱିଟ୍‌ ମାଧ୍ୟମରେ ଅପଲୋଡ୍‌ କରିବା । ପ୍ରଥମେ ନିଜ ଗାଁର ରାସ୍ତା ଖରାପ ଥିବାରୁ ଟ୍ୱିଟ୍‌ କରିଥିଲେ । ଟ୍ୱିଟ୍‌ କରିବାର ମାତ୍ର ୨୦ ମିନିଟ୍‌ରେ ସମାଧାନର ପ୍ରତିଶ୍ରୁତି ପାଇଥିଲେ । ପ୍ରତିଶ୍ରୁତି ପାଇବାର ମାସେ ଭିତରେ ରାସ୍ତା ସମସ୍ୟା ଦୂର ହୋଇଯାଇଥିଲା । ବାସ୍‌ ଏହାପରେ ଆରମ୍ଭ ହୋଇଯାଇଥିଲା ଟ୍ୱିଟ୍‌ ମାଧ୍ୟମରେ ସମାଧାନ କରିବା ।

ପ୍ରଦ୍ୟୁମ୍ନ ବର୍ତ୍ତମାନ ସୁଦ୍ଧା ଟ୍ୱିଟ୍‌ କରି ୨ ହଜାରରୁ ଉର୍ଦ୍ଧ୍ୱ ସମସ୍ୟାର ସମାଧାନ କରିସାରିଥିବା ବେଳେ ଆଗକୁ ଆହୁରି ସମାଧାନ କରିବାକୁ ଜାରି ରଖିଛନ୍ତି ପ୍ରୟାସ । ଏବେ ସ୍ଥିତି ଏମିତି ହେଲାଣି ଯେ ସ୍ଥାନୀୟ ଅଂଚଳରେ ତାଙ୍କୁ ଟ୍ୱିଟର ବୟ ବୋଲି ଜାଣିଛନ୍ତି । ନିଜେ ଗରିବ ପରିବାରରୁ ଆସିଥିବାରୁ ଗରିବଙ୍କ କଥାକୁ ବେଶ୍‌ ଭଲରେ ବୁଝିପାରୁଛନ୍ତି ପ୍ରଦ୍ୟୁମ୍ନ । ତେଣୁ ସେମାନଙ୍କ ସମସ୍ୟାର ସମାଧାନ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଆଉ ତାଙ୍କର ଏପରି ପ୍ରୟାସକୁ ନେଇ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । 

Advertisment

(କୃଷ୍ଣପ୍ରସାଦରୁ ନୀଳକଣ୍ଠ ପ୍ରଧାନଙ୍କ ରିପୋର୍ଟ)

Twitter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ