Advertisment

ପର କରିଦେଲେ ପରିବାର, ପୋଲିସ ବାବୁ ଦେଖାଇଲେ ମହାନତା

ଉକ୍ତ ଯୁବକ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ବ କେହି ଶବକୁ କାନ୍ଧ ଦେଇ ନଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Police act as godsend

Police act as godsend

ପର କରିଦେଲେ ପରିବାର ଓ ଆତ୍ମୀୟ। ଶେଷରେ ପୋଲିସ ବାବୁ ଦେଖାଇଲେ ମହାନତା। ଆଉ ଏବେ ପୋଲିସ ବାବୁଙ୍କ ମାନବିକତାକୁ ନେଇ ଢେର୍ ଚର୍ଚ୍ଚା।  ହାତୀ ଆକ୍ରମଣରେ ଜୀବନ ହାରିଥିବା ଜଣେ ବ୍ୟକ୍ତିଙ୍କ ଶବକୁ କାନ୍ଧରେ ଧରି ଜଙ୍ଗଲରୁ ଗାଁକୁ ଆଣି ଚର୍ଚ୍ଚାରେ ଜଣେ ପୋଲିସ ବାବୁ। ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ ଆଣିଛନ୍ତି ପୋଲିସ ବାବୁ। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ।

Advertisment

ଗତକାଲି ଏକ ଦନ୍ତା ହାତୀର ଆକ୍ରମଣରେ ଉପର ଗିନିଆ ଗ୍ରାମର ହେମନ୍ତ ମୁଣ୍ଡାରୀଙ୍କ ମୃତ୍ୟୁ ହୋଇଥିଲା। ଏକ ଦନ୍ତା କିଛି ଦିନ ହେବ ଗାଁକୁ ଆସି ଉତ୍ପାତ କରୁ ଥିବା ବେଳେ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ବନ ବିଭାଗ ଏହି ହାତୀକୁ ଘଉଡ଼ାଉ ଥିବା ବେଳେ ହାତୀଟି ଯୁବକ କୁ ଆକ୍ରମଣ କରିଥିଲା।ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ପରେ ମହୁଲପଦା ପୋଲିସ, ରେଞ୍ଜର ଘଟଣାସ୍ଥଳରେ ପହଂଚି ଥିଲେ। ଉକ୍ତ ଯୁବକ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ବ କେହି ଶବକୁ କାନ୍ଧ ଦେଇ ନଥିଲେ। ଶେଷରେ ମହୁଲ ପଦା ଆଇଆଇସି ଏବଂ ତାଙ୍କ କର୍ମଚାରୀ ଯୁବକକୁ ପାହାଡ଼ ଉପରୁ ୩କିମି ତଳକୁ ଆଣି ବ୍ୟବଚ୍ଛେଦ ଲାଗି ପଠାଇବା ଏବେ ବେଶ୍ ଚର୍ଚ୍ଚାରେ।

Odisha Police Humanity
Advertisment
Advertisment