Advertisment

ପାଇଲଟ୍‌ଙ୍କ ମହାନତା; ପରିବାରକୁ ଏକାଠି କରିବା ନେଇ ଫେରାଇ ଆଣିଲେ ବିମାନ

ପାଇଲଟ୍‌ ଦେଖେଇଲେ ଉଦାରତା। ପରିବାରର ଅନ୍ୟ ସଦସ୍ୟମାନେ ବିମାନରେ ଚଢିଯାଇଥିବା ବେଳେ ରହିଯାଇଥିଲେ ବାପା ଝିଅ। ଏହା ଦେଖି ରନ୍‌ୱେରୁ ବିମାନକୁ ଫେରେଇ ଆଣିଲେ ପାଇଲଟ୍। ଜାଣନ୍ତୁ ପୂରା କାହାଣୀ।

author-image
Pramod Behera
ଅଦ୍ୟତନ ହୋଇଛି
Pilot turns around plane from runway to pick little girl reunite with family

Pilot turns around plane from runway to pick little girl reunite with family

ବିମାନ ବନ୍ଦରରେ ସବୁକିଛି ଠିକଠାକ ଚାଲେ। ଯଦି ବି କବେ ଜଣେ ଯାତ୍ରୀ ଟିକେ ବିଳମ୍ବ କରେ ତା’ ପାଇଁ ବିମାନ ଅପେକ୍ଷା କରେ ନାହିଁ। ଯାଞ୍ଚରେ ସାମାନ୍ୟ ଗଡବଡ ଦେଖାଗଲେ ମଧ୍ୟ ଯାତ୍ରୀଙ୍କୁ ଅଟକାଯାଇଦିଆଯାଏ। କିନ୍ତୁ ନିକଟରେ ଇଷ୍ଟ୍‌ ମିଡ୍‌ଲାଣ୍ଡସ୍ ବିମାନବନ୍ଦରରେ ଘଟିଥିବା ଏକ ଘଟଣା ସବୁଠାରୁ ଅଲଗା ଓ ଆଶ୍ଚର୍ଯ୍ୟଜନକ ମଧ୍ୟ। ଏଠାରେ ଯେତେବେଳେ ପାଇଲଟ୍‌ ଜାଣିବାକୁ ପାଇଲେ ଯେ ସମୟର ଅଭାବ ହେତୁ ପରିବାରର ଦୁଇ ସଦସ୍ୟ ଆଉ ବିମାନରେ ଚଢି ପାରିବେ ନାହିଁ, ସେ ବିମାନଟିକୁ ରନ୍‌ୱେରୁ ଫେରାଇ ନେଇଥିଲେ।

Advertisment

ଆଜିକାଲି ସୋସିଆଲ ମିଡିଆରେ ବ୍ରିଟିଶ ଚାର୍ଟର୍ ଏୟାରଲାଇନ୍ସ TUI ଏୟାରୱେଜ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାର ଜଣେ ପାଇଲଟ୍ ବିମାନରେ ଚଢିଥିବା ଜଣେ ମହିଳା ଏୟାର୍‌ପୋର୍ଟରେ ଛାଡିଆସିଥିବା ପରିବାରକୁ ଭେଟିବା ପାଇଁ ବିମାନକୁ ରନ୍‌ୱେରୁ ଡାଇଭର୍ଟ କରିଥିଲେ।

କୁହାଯାଉଛି ଯେ ଶେଷ ମୁହୂର୍ତ୍ତରେ ବିମାନବନ୍ଦରରେ ମହିଳାଙ୍କ ଝିଅର ପାସ୍‌ପୋର୍ଟ ହଜିଯାଇଥିଲା। ଏହି କାରଣରୁ ତାଙ୍କ ବାପା ମଧ୍ୟ ନିଜ ଝିଅ ସହିତ ବିମାନରେ ଚଢି ପାରିନଥିଲେ। କିନ୍ତୁ କିଛି ସମୟ ପରେ ଯେତେବେଳେ ସେ ପାସ୍‌ପୋର୍ଟ ପାଇଲେ ସେତେବେଳକୁ ବିମାନଟି ରନ୍‌ୱେରେ ପହଞ୍ଚିଯାଇଥିଲା। କିନ୍ତୁ ପାଇଲଟ୍‌ଙ୍କ ଯୋଗୁଁ ବିମାନଟି ଅଟକି ଯାଇଥିଲା ଏବଂ ଦୁହେଁ ନିଜ ପରିବାର ସହିତ ବିମାନରେ ଚଢିବାରେ ସକ୍ଷମ ହୋଇଥିଲେ।

Advertisment

ସୂଚନା ମୁତାବକ ଆଡ୍ରିଏନ୍ ଇଂସଲେ ତାଙ୍କ ପତ୍ନୀ, ବାପାମାଆ ଏବଂ ଚାରି ପିଲାଙ୍କ ସହ ଛୁଟି କାଟିବାକୁ ସ୍ପେନ୍‌ର କେନରୀ ଦ୍ୱୀପପୁଞ୍ଜର ଟେନେରିଫ ଯାଇଥିଲେ। ତାଙ୍କୁ ଇଷ୍ଟ୍‌ ମିଡ୍‌ଲ୍ୟାଣ୍ଡ୍‌ ବିମାନବନ୍ଦରରେ ସକାଳ ୧୦ ଟାରେ ଏକ TUI ବିମାନ ଧରିବାକୁ ଥିଲା। କିନ୍ତୁ ଏହାପୂର୍ବରୁ ଆଡ୍ରିଏନ୍‌ଙ୍କ ପତ୍ନୀ ବିମାନବନ୍ଦର ଏକ ଦୋକାନକୁ ଯାଇ ସେଠାରେ ସପିଂ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ଝିଅର ଗୋଟିଏ ପାସ୍‌ପୋର୍ଟ ହଜିଗଲା। ଯାଞ୍ଚ ହେବାରୁ ସେ ଏ ବିଷୟରେ ଜାଣିପାରିଲେ। ସୁରକ୍ଷାକର୍ମୀ ତାଙ୍କ ଝିଅକୁ ବିନା ପାସ୍‌ପୋର୍ଟରେ ଯିବାକୁ ଅନୁମତି ଦେଲେ ନାହିଁ। ଏହି କାରଣରୁ ଆଡ୍ରିଏନ୍ ମଧ୍ୟ ତାଙ୍କ ଝିଅ ସହିତ ବିମାନବନ୍ଦରରେ ରହିବାକୁ ବାଧ୍ୟ ହୋଇଥିଲେ।

ବିମାନରେ ବୋର୍ଡିଂ ସମାପ୍ତ ହେବା ପରେ ଆଡ୍ରିଏନ୍ ତାଙ୍କ ଝିଅର ପାସ୍‌ପୋର୍ଟ ପାଇଲେ। କିନ୍ତୁ ସେତେବେଳକୁ ବିମାନଟି ରନ୍‌ୱେକୁ ଚାଲି ଯାଇଥିଲା। ତାଙ୍କୁ କୁହାଯାଇଥିଲା ଯେ ସେ ଆଉ ଚଢିପାରିବେ ନାହିଁ। ଅନ୍ୟପକ୍ଷରେ ବିମାନରେ ଆଡ୍ରିଏନ୍‌ଙ୍କ ପରିବାର କାନ୍ଦୁଥିବାର ଦୃଶ୍ୟ ପାଇଲଟ୍ ଦେଖିଥିଲେ। ସେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ବିମାନକୁ ଫେରାଇ ଆଣିଥିଲେ।

ତେବେ ଆଡ୍ରିଏନ୍‌ଙ୍କ୍ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ତାଙ୍କ ସାମଗ୍ରୀ ପଠାଯାଇପାରିବ ନାହିଁ। କିନ୍ତୁ ପରେ ଲଗେଜ୍ ମଧ୍ୟ ପଠାଗଲା। ଆଡ୍ରିଏନ୍ ଏବଂ ତାଙ୍କ ପରିବାର ପାଇଲଟ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସମସ୍ତେ TUI ଏୟାରଲାଇନ୍ସକୁ ପ୍ରଶଂସା କରୁଛନ୍ତି।

Humanity Ajab Gajab
Advertisment
Advertisment