/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661356038.jpg)
Parents washed daughters feet with milk and then drank
କୁହାଯାଏ କନ୍ୟା ହେଉଛି ରତ୍ନ। ତେଣୁ ଯାହାର ପରିବାରରେ ଝିଅ ଥାଏ ସେ ନିଜକୁ ଭାଗ୍ୟବାନ ବୋଲି ଭାବିବା ଉଚିତ। ବୋଧହୁଏ ଅଧିକାଂଶ ଲୋକ ଏହାକୁ ବିଶ୍ୱାସ କରନ୍ତି। ଅନେକ ଉପାରେ ଝିଅମାନେ ନିଜ ମା’ ଏବଂ ବାପାଙ୍କ ଜୀବନର ଶୋଭା ବଢାନ୍ତି। ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାରଙ୍କ ଦ୍ୱାରା ଶେୟାର ହୋଇଥିବା ଏକ ଭିଡିଓରେ ଏମିତି କିଛି ନିଆରା ଜିନିଷ ଦେଖାଦେଇଛି। କିପରି ଜଣେ ଝିଅକୁ ତା’ର ବାପା-ମା ନିସର୍ତ୍ତ ଭଲ ପାଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳେ।
ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ଟ୍ୱିଟରରେ ଶେୟାର କରିଛନ୍ତି। ୨ ମିନିଟ୍ ୨୦ ସେକେଣ୍ଡ୍ କ୍ଲିପ୍ର ଏହି ଭିଡିଓରେ ଜଣେ ଲୋକ ନିଜ ଝିଅର ପାଦକୁ ପ୍ରଥମେ ଏକ ବଡ଼ ଥାଳିରେ ରଖି ପାଣି ଧୋଇଦେବା ଦେଖାଯାଏ। ଏହା ପରେ ସେ ଝିଅ ପାଦକୁ କ୍ଷୀରରେ ଧୋଇ ଦିଅନ୍ତି ଆଉ ଏକ ପାତ୍ରରେ ସେ କ୍ଷୀରକୁ ରଖନ୍ତି। ଏହା ପରେ ପ୍ରଥମେ ଝିଅର ବାପା ସେହି ପାଦ ଧୁଆ କ୍ଷୀରକୁ ପିଅନ୍ତି ଓ ପରେ ତାଙ୍କ ମା’ ମଧ୍ୟ ପିଅନ୍ତି। ଏହା ପରେ ଝିଅର ବାପା ତାଙ୍କ ପାଦକୁ ଏକ ନାଲି ରଙ୍ଗ ଥିବା ଥାଳିରେ ରଖନ୍ତି।
ଏହା ପରେ ଭିଡିଓରେ ଦେଖିବାକୁ ମିଳେ ଯେ ଯୁବତୀ ଜଣକ ଏକ ଧଳା କପଡା ଉପରେ ଠିଆ ହୁଅନ୍ତି। ଯାହାଫଳରେ ତାଙ୍କ ପାଦଚିହ୍ନ ସେଠାରେ ରହିଯାଏ। ଏହି ଭିଡିଓରେ ଥିବା କ୍ୟାପ୍ସନ୍ରେ ଲେଖାଛନ୍ତି, "ଭାବପ୍ରବଣ ମୁହୂର୍ତ୍ତ। ନିଜ ଝିଅର ବିଦାୟ ପୂର୍ବରୁ ବାପା-ମାଆ ତାଙ୍କ ପାଦ ଚିହ୍ନକୁ ରଖୁଛନ୍ତି।"
भावुक पल..
विदाई से पूर्व बेटी के पद-चिन्हों को घर में संजोकर रखते मां-बाप..💕#HeartTouching
VC : SM pic.twitter.com/kJdF8dj4e6— Sanjay Kumar, Dy. Collector (@dc_sanjay_jas) August 22, 2022
ଅନ୍ଲାଇନ୍ ଶେୟାର ହେବା ପରେ, ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ଲକ୍ଷ ୮୪ହଜାରରୁ ଅଧିକ ଭ୍ୟୁ ମିଳିସାରିଛି। ଲୋକମାନେ ମଧ୍ୟ ଭିଡିଓ ଉପରେ କ୍ରମାଗତ ମନ୍ତବ୍ୟ ଦେଉଛନ୍ତି। ବାପା-ମାଆଙ୍କ ଦ୍ୱାରା ଝିଅ ପ୍ରତି କରାଯାଉଛି ଏଭଳି ନିଆରା କଥାକୁ ଦେଖି କିଛି ଲୋକ ପ୍ରଭାବିତ ହୋଇଥିବାବେଳେ ଆଉ କିଛି ଲୋକ ଏହାକୁ ନାପସନ୍ଦ କରୁଥିବା ଦେଖାଯାଏ। ଜଣେ ଲୋକ୍ ଲେଖିଛନ୍ତି, "OMG। ବହୁତ ସ୍ପର୍ଶକାତର।" ସେହିଭଳି ଆଉ ଜଣେ ଲେଖିଛନ୍ତି, ଆପଣ କେଉଁ ଯୁଗରେ ବାସ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)