Advertisment

ମାଟ୍ରିକ ପରୀକ୍ଷାରେ କମାଲ୍ ଦେଖାଇଲେ ପାନ ଦୋକାନୀ, ମେକାନିକ ଓ ରୋଷେୟାଙ୍କ ପୁଅଝିଅ

ସଫଳତାର ଶୀର୍ଷ ଛୁଇଁଥିବା ଏମିତି କିଛି ବିଦ୍ୟାର୍ଥୀଙ୍କ କଥା ଜାଣିବା, ଯାହାଙ୍କ ସଫଳତା ଶୁଣିଲେ ଆପଣଙ୍କୁ ପ୍ରେରଣା ଦେବ।

ଅଦ୍ୟତନ ହୋଇଛି
Odisha Matric Results 2023

Odisha Matric Results 2023

Advertisment

ଚଳିତ ମାଟ୍ରିକ ପରୀକ୍ଷାରେ ଏମିତି ଅନେକ ମେଧାବୀ ପିଲା କୃତକାର୍ଯ୍ୟ ହୋଇଛନ୍ତି, ଯେଉଁମାନଙ୍କ ପଥରୋଧ କରିପାରିନି ଘୋର ଅର୍ଥିକ ଅନଟନ। କାହା ବାପା ଜଣେ ପାନ ଦୋକାନୀ, ତ କାହା ବାପା ସାଧାରଣ ମେକାନିକ୍। ପୁଣି କେଉଁ ମେଧାବୀ ପିଲାଟିର ବାପା ରୋଷେୟା। ସଫଳତାର ଶୀର୍ଷ ଛୁଇଁଥିବା ଏମିତି କିଛି ବିଦ୍ୟାର୍ଥୀଙ୍କ କଥା ଜାଣିବା, ଯାହାଙ୍କ ସଫଳତା ଶୁଣିଲେ ଆପଣଙ୍କୁ ପ୍ରେରଣା ଦେବ।

Advertisment

କଠିନ ପରିଶ୍ରମର ଫଳ ପାଇଛନ୍ତି ଯେତେବେଳେ ଖାଲି ଦିଅଁ ଦେବତା କାହିଁକି ଦୁଇ ଜୀବନ୍ତ ଠାକୁର ବାପା-ମାଆଙ୍କ ପାଦ ଛୁଇଁ ଆଶିର୍ବାଦ ନେବାକୁ କେମିତି ବା ଭୁଲନ୍ତେ ସୋର ନିତ୍ୟାନନ୍ଦ ହାଇସ୍କୁଲର ମେଧାବୀ ଛାତ୍ରୀ ଭାଗ୍ୟଶ୍ରୀ ଦାସ। ୫୬୦ ନମ୍ବର ରଖି ଓୱାନ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଭାଗ୍ୟଶ୍ରୀଙ୍କ ଲକ୍ଷ୍ୟ ପଥକୁ କିନ୍ତୁ ବାଧା ଦେଇପାରିନି ଅର୍ଥିକ ଅଭାବ ଅନଟନ। ଏକ ଛୋଟ ପାନ ଦୋକାନର ଗୁଜରାଣରେ ଭାଗ୍ୟଶ୍ରୀଙ୍କ ସବୁ ଅଳିଅର୍ଦ୍ଦଳି ପୂରଣ କରିପାରୁ ନଥିବାର କଷ୍ଟ ଭିତରେ କିନ୍ତୁ ବାପା-ମାଆଙ୍କ ଛାତି ଆଜି କୁଣ୍ଢେମୋଟ ହୋଇଯାଇଛି। ସେମିତି ୫୪୦ ନମ୍ବର ରଖି ଖଡ଼ିଆଳ ସରସ୍ୱତୀ ବିଦ୍ୟାମନ୍ଦିରର ଗୌରବ ବଢ଼ାଇଥିବା ଆଦର୍ଶ ଷଡ଼ଙ୍ଗୀ ଜଣେ ରୋଷେୟାଙ୍କ ପୁଅ।

ଅଧିକ ପଢ଼ନ୍ତୁ: ପୁଣି ପୁଅଙ୍କୁ ପଛରେ ପକାଇ ବାଜି ମାରିନେଲେ ଝିଅ

ସେମିତି ନିଜେ ମାଟ୍ରିକ ପାସ୍ କରିନଥିଲେ ବି ପୁଅକୁ କିନ୍ତୁ ଆଜି ସଫଳତାର ଶିଖର ଛୁଆଁଇ ପାରିଥିବାରୁ ଗର୍ବରେ ଆଖି ଛଳ ଛଳ ହୋଇଯାଉଛି ବ୍ରହ୍ମପୁରର ଏକ ବାଇଣ୍ଡିଂ ଦୋକାନରେ ମେକାନିକ୍ ଭାବେ କାମ କରୁଥିବା ସଞ୍ଜୟ ଭୂୟାଁ। ମାଟ୍ରିକ ପରକ୍ଷାରେ ତାଙ୍କ ପୁଅ ବିଶ୍ୱଜିତ୍ ୯୮.୧୬ ପ୍ରତିଶତ ମାର୍କ ରଖି ଖାଲି ବ୍ରହ୍ମପୁର ନୁହେଁ ସାରା ଗଂଜାମ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଜଣେ ବୈଜ୍ଞାନିକ ହେବାକୁ ପୁଅର ଇଚ୍ଛାକୁ ଯେତେ କଷ୍ଟ ପଡ଼ିଲେ ବି ପୂରଣ କରିବେ କହିଛନ୍ତି ବାପା ସଂଜୟ।

Advertisment

ସେମିତି ୫୮୪ ନମ୍ବର ରଖି ଟପ୍ପର ହୋଇଥିବା ବାରିପଦାର ସାଇଜ୍ୟୋତି ମହାନ୍ତଙ୍କ ବାପା ଜଣେ ଆଶ୍ରମ ସ୍କୁଲ ପିଅନ। ସାଇଜ୍ୟୋତିଙ୍କ ସଫଳତାରେ ବାପା-ମାଆ ଓ ଶିକ୍ଷକ ସମସ୍ତେ, ଆନନ୍ଦିତ।

ରିପୋର୍ଟ: କୁନାଲ ବେହେରା

Odisha Matric Results BSE Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ