Advertisment

Para Power Lifter: ମୋ ଗୋଡ଼ ସିନା କଟିଯାଇଛି, ମୋ ମନର ଡେଣାକୁ କେହି କାଟିପାରିବେନି

ଟ୍ରେନ ଦୁର୍ଘଟଣାରେ ହରାଇଥିଲେ ଦୁଇଟି ଗୋଡ। ହେଲେ ଏହା ତାଙ୍କ ଆତ୍ମବିଶ୍ବାସକୁ ତିଳେ ମାତ୍ର ହଲାଇ ପାରି ନ ଥିଲା। ମୃତ୍ୟୁକୁ ଚକମା ଦେଇ ଫେରି ଆସିଥିବା ଗଦାଧର କ୍ରୀଡା ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛନ୍ତି।

ଅଦ୍ୟତନ ହୋଇଛି
gadadhar

gadadhar

Advertisment

ମୁକଂ କରତି ବାଚାଳଂ ପଙ୍ଗୁଂ ଲଙ୍ଘୟେତ ଗିରି। ଏହି ଉକ୍ତିକୁ ବାସ୍ତବ ଜୀବନରେ ସତ୍ୟ ପ୍ରମାଣିତ କରିଛନ୍ତି ଗଦାଧର ସାହୁ। ଟ୍ରେନ ଦୁର୍ଘଟଣାରେ ହରାଇଥିଲେ ଦୁଇଟି ଗୋଡ। ହେଲେ ଏହା ତାଙ୍କ ଆତ୍ମବିଶ୍ବାସକୁ ତିଳେ ମାତ୍ର ହଲାଇ ପାରି ନ ଥିଲା। ମୃତ୍ୟୁକୁ ଚକମା ଦେଇ ଫେରି ଆସିଥିବା ଗଦାଧର କ୍ରୀଡା ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛନ୍ତି। ପାୱାର ଲିଫ୍ଟିଂରେ ଜାତୀୟ ସ୍ବର୍ଣ୍ଣ ପଦକ ଜିତିବା ସହିତ ଜୀବନକୁ ଏକ ଭିନ୍ନ ଲକ୍ଷ୍ୟ ପ୍ରଦାନ କରିଥିଲେ। ଟ୍ରେନ ଦୁର୍ଘଟଣାରେ ଗୋଡ ହରାଇ ପାରାଲିମ୍ପିକ୍ସରେ ଦୁଇ ଥର ପଦକ ବିଜୟୀ ନୀତେଶ ତିୱାରୀଙ୍କୁ ସମସ୍ତେ ଜାଣନ୍ତି। ସମାନ ଭାବରେ ଗଦାଧର ମଧ୍ୟ ପାରା ଆଥଲେଟ ଭାବେ ପାୱାର ଲିଫ୍ଟିଂକୁ ଚୟନ କରିଥିଲେ।

Advertisment

ଏକ ଟ୍ରେନ ଦୁର୍ଘଟଣାରେ ଦୁଇଟି ଗୋଡ ହରାଇଲେ ଗଦାଧର ସାହୁ। ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଗୁଜୁରାଟର ସୁରତକୁ ବୁଲିବା ପାଇଁ ଯାଇଥିଲେ। ଅଚାନକ ବୁଲିବା ସମୟରେ ଟ୍ରେନ ଲାଇନରେ ପଡିଗଲେ। ଟ୍ରେନ ଚଢିଗଲା ଓ ଦୁଇଟି ଯାକ ଗୋଡ କଟିଗଲା। ଘର ଲୋକେ ଖୋଜି ଖୋଜି ହତାଶ ହେଲେ। ଯେତେବେଳେ ଉଦ୍ଧାର ହେଲେ ସେତେବେଳକୁ ମୃତବତ ପଡି ରହିଥିଲେ।

ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି ଘର ଲୋକେ ତାଙ୍କୁ ଶଶ୍ମାନ ନେଇଯାଇଥିଲେ ପୋଡିବା ପାଇଁ। ତେବେ ବିଧିର ବିଧାନ ଥିଲା କିଛି ଭିନ୍ନ। ସେତେବେଳେ ତାଙ୍କର ହୋସ ଆସିବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ଦୁଇଗୋଡ ହରାଇଥିଲେ ମଧ୍ୟ ହାରିଯାଇନଥିଲେ ଗଦାଧର। ଅଦମ୍ୟ ଚେଷ୍ଟା ଓ ଦୃଢ ଇଛା ଶକ୍ତି ଯୋଗୁଁ ସେ ପାରା ପାୱାର ଲିଫ୍ଟିଂରେ ସଫଳତା ହାସଲ କରିଥିଲେ।

Advertisment

୨୦୨୩ରେ ଜାତୀୟ ପାରା ପାଓ୍ବାର ଲିଫିଟିଂ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସୋମବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ସମୟରେ ତାଙ୍କର ସାହସିକତାର କାହାଣୀ ଓ ଲୋମଟାଙ୍କୁରା ଅନୁଭୂତି କଥା ବଖାଣିଥିଲେ। ଏହା ସହ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ପାରାଲିମ୍ପିକ୍ସ ଅଭ୍ୟାସ ଆରମ୍ଭ କରିବେ ବୋଲି କହିବା ସହ ଶ୍ରୀମନ୍ଦିର ପ୍ରଶାସନ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି କହିଛନ୍ତି। ପାରାଲିମ୍ପିକ୍ସରେ ଯଦି ଗଦାଧର ଅଂଶଗ୍ରହଣ କରନ୍ତି ତେବେ ସେ ଦ୍ବିତୀୟ ଖେଳାଳି ହେବେ। ପୂର୍ବରୁ ଓଡ଼ିଶାର ପାରା ଅଲିମ୍ପିଆନ ପ୍ରମୋଦ ଭଗତଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

Powerlifter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ