• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କୁନି ବୟସରେ ଅଙ୍ଗଦାନ କରି ଅମର ହୋଇଗଲେ ପ୍ରତ୍ୟୁଷ । ପୁଅର ଶେଷ ମୁହୂର୍ତ୍ତର ମହତ କାମ ପାଇଁ ଆଜି ବାପା ମା'ଙ୍କୁ ସାଲ୍ୟୁଟ୍ କରୁଛି ସମାଜ । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ଦେବେନ୍ଦ୍ରପୁର ଗ୍ରାମର ୧୯ ମାସର ଶିଶୁ ରାଷ୍ଟ୍ରୀୟ ସମ୍ମାନିତ ପ୍ରତ୍ୟୁଷ ପାଣିଗ୍ରାହୀଙ୍କ କଥା । ଅଙ୍ଗଦାନ କରି ୩ ଜୀବନ ବଞ୍ଚାଇ ଆଜି ଅମର ହୋଇଯାଇଛନ୍ତି । ଯାହାକୁ ନେଇ ଆଜି ଗର୍ବିତ ପ୍ରତ୍ୟୁଷଙ୍କ ମା' ଶର୍ମିଷ୍ଠା ପାଣିଗ୍ରାହୀ ଓ ବାପା ଗୌରୀଶଙ୍କର ପାଣିଗ୍ରାହୀ ।

ସମସ୍ତେ ଏଭଳି ନିଷ୍ପତ୍ତି ନେଇ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଆହ୍ୱାନ ମଧ୍ୟ କରିଛନ୍ତି । ପ୍ରତ୍ୟୁଷ ଦୁରାରୋଗ୍ୟ ରୋଗରେ ପୀଡିତ ହେବାପରେ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ବହୁ ଚିକିତ୍ସା ଓ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବିଫଳ ହୋଇଥିଲେ ଡାକ୍ତର । ଏହାପରେ ବାପାମାଆ ନେଇଥିଲେ ବଡ଼ ନିଷ୍ପତ୍ତି । ପୁଅର ସ୍ମୃତି ସବୁଦିନ ଉଜ୍ଜୀବିତ ରଖିବା ପାଇଁ ବାପା ମାଆ ପୁଅର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । 

ପ୍ରତ୍ୟୁଷଙ୍କ ଲିଭର ଦିଲ୍ଲୀର ଜଣେ ଛୋଟ ପିଲା ଏବଂ ଚେନ୍ନାଇର ଜଣେ ପିଲା ଠାରେ ହାର୍ଟ ଲାଗିଥିବାବେଳେ, ଏମ୍ସରେ ମଧ୍ୟ ଏକ ବ୍ୟକ୍ତିଙ୍କ ଦେହରେ ପ୍ରତ୍ୟୁଷଙ୍କ ଅଙ୍ଗ ଲାଗିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରତ୍ୟୁଷଙ୍କ ବାପା ମାଙ୍କୁ ସୁରଜ ପୁରସ୍କାରରେ ସମ୍ମାନିତ କରାଯାଇଛି । 

 

OTV is now on Whatsapp

Join and get latest news update delivered to you via whatsapp

Join Now