Generous Donation to Fallen Soldier Family
ଦମ୍ପତିଙ୍କ ମହାନତା । ସହିଦ ଯବାନଙ୍କ ପରିବାରକୁ ଦାନ କଲେ ୧ଲକ୍ଷ ୯ ହଜାର । ନିଜର ଇଚ୍ଛାକୁ ମାରି ଦେଶ ପାଇଁ ଜୀବନ ଦେଇଥିବା ପୁଅର ପରିବାର ନିକଟରେ ଛିଡ଼ାହେଲେ ମୁମ୍ବାଇର ଦମ୍ପତି । ଆଜି ବି ବଞ୍ଚିଛି ମଣିଷ ପଣିଆ । ଏବେ ବି ହଜିନି ମାନବିକତା । ବିଦେଶ ବୁଲିବାକୁ ଏକ ଲକ୍ଷ ୯ ହଜାର ଟଙ୍କା ସଞ୍ଚୟ କରିଥିଲେ ଏମାନେ, ହେଲେ ପହଲଗାମ ଆତଙ୍କୀ ହମଲା ପରେ ବୁଲିବାକୁ ନଯାଇ ସେହି ଟଙ୍କାକୁ ଜଣେ ସହିଦ ଯବାନଙ୍କ ପରିବାରକୁ ଦାନ କରିଛନ୍ତି । ଦେଶ ସୁରକ୍ଷାରେ ଥିବା ୨୦ ବର୍ଷୀୟ ଯବାନ ମୁରଲୀ ନାୟକ ସହିଦ ହେବା ପରେ ତାଙ୍କ ପରିବାର ପାଖରେ ଛିଡ଼ା ହୋଇଛନ୍ତି ଦମ୍ପତି ।
ଆନ୍ଧ୍ର ପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର କାଲିଥଣ୍ଡା ଗାଁରେ ଜନ୍ମହୋଇଥିଲେ ମୁରଲୀ । ଗତ ୮ ତାରିଖ ରାତିରେ, ପାକିସ୍ତାନର ଯବାନଙ୍କ ଗୁଳିରେ ହାବିଲଦାର ମୁରଲୀ ନାଏକ ସହିଦ ହୋଇଥିଲେ । ହେଲେ ମୁମ୍ବାଇର କାମରାଜ ନଗରରେ ସେ ରହୁଥିଲେ । ପରିବାରର ସେ ଗୋଟିଏ ପୁଅ ହୋଇଥିବାରୁ ତାଙ୍କ ଦେହାନ୍ତ କଥା ଶୁଣି ବାପା-ମା’ ଭାଙ୍ଗିପଡ଼ିଥିଲେ । ଆଉ ଉଭୟ ବାପା-ମା’ ନିଜକୁ ଅନାଥ ବୋଲି କହିଥିଲେ । ଏହା ଶୁଣିବା ପରେ ମୁମ୍ବାଇର ଦମ୍ପତି ନିଜର ବିଦେଶ ଯାତ୍ରାର ଖର୍ଚ୍ଚକୁ ତାଙ୍କ ପରିବାର ସହାୟତା ପାଇଁ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ‘ଅପରେସନ ସିନ୍ଦୂର’ ପରେ ଭାରତର ଅଜେୟ ଯୁଦ୍ଧାସ୍ତ୍ର ଉପରେ ବିଶ୍ବର ଆଖି, ସବୁଠୁ ବେଶି ରହିଛି ବ୍ରହ୍ମୋସର ଡିମାଣ୍ଡ
ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ମୁରଲୀଙ୍କ ବାପା ମା’ଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିବା ସହ ଜଣଙ୍କୁ ସରକାରୀ ଚାକିରି ଓ ଅନ୍ୟାନ୍ୟ ସୁବିଧା ଖୁବ୍ଶୀଘ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପଟେ ଦେଶ ପାଇଁ ମୁରଲୀଙ୍କ ସହିଦ ହେବାକୁ ନେଇ ସାରା ଗାଁରେ ଶୋକାକୂଳ ପରିବଶ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରାର୍ଥୀବ ଶରୀର ଗାଁରେ ପହଞ୍ଚିବାନପରେ ଜନସମୁଦ୍ର ପାଲଟିଥିଲା ପୂରା ଗାଁ । ଖାଲି ସେତିକି ନୁହେଁ ମୁରଲୀ ପାଇଁ ପୂରା ଗାଁ ଗର୍ବିତ ବୋଲି କହିଥିଲା ଗ୍ରାମବାସୀ । ହେଲେ ମୁମ୍ବାଇର ଏହି ଦମ୍ପତିଙ୍କ ଏପରି ମହାନ କାର୍ଯ୍ୟ ପାଇଁ ତାଙ୍କୁ ସବୁଠି ପ୍ରଶଂସା କରାଯାଇଛି ।