Advertisment

ଅଜବ ଗାଁ; ଦୁଷ୍କର୍ମକାରୀକୁ ଜେଲ୍ ନୁହେଁ, ମିଳୁଛି ବଙ୍ଗଳା

ଏଠି ଦୁଷ୍କର୍ମ କରୁଥିବା ଲୋକଙ୍କୁ ମିଳୁନି ଜେଲ୍ ଦଣ୍ଡ, ମିଳୁଛି ସୁନ୍ଦର ବଙ୍ଗଳା। ଏହି ବଙ୍ଗଳାରେ ମିଳୁଛି ସବୁ ପ୍ରକାର ସୁବିଧା। ଏହି ଗାଁ କେଉଁଠି ଅଛି, କିଏ ଓ କାହିଁକୁ ଏହି ଗାଁକୁ ପ୍ରତିଷ୍ଠା କରିଥିଲେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Miracle village here the rapists live with family in bungalow

Miracle village here the rapists live with family in bungalow

ନାରୀ ଦୁଷ୍କର୍ମକୁ ପ୍ରତ୍ୟେକ ଦେଶରେ ଅପରାଧ ବୋଲି ବିବେଚନା କରାଯାଏ। ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ବିଶ୍ୱର ବିଭିନ୍ନ ଦେଶରେ ଏହି ଅପରାଧୀଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଦଣ୍ଡ ଦିଆଯାଇଥାଏ। କିନ୍ତୁ ଏ ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠାରେ ନାରୀ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ମିଳୁନି କି ସେମାନଙ୍କୁ ଜେଲ୍‌ରେ ରଖାଯାଉନି। ଏହା ବଦଳରେ ସେମାନଙ୍କୁ ଏକ ସୁନ୍ଦର ବଙ୍ଗଳା ଦିଆଯାଉଛି। ଏହି କଥା ବିଶ୍ୱାସ ନ ହେଉଥିଲେ ବି ଏହା ଏହା ସମ୍ପୂର୍ଣ୍ଣ ସତ।

Advertisment

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୁଷ୍କର୍ମକାରୀକୁ ବଙ୍ଗଳାରେ ସମସ୍ତ ସୁବିଧା ମିଳିଥାଏ। ସେମାନେ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏହି ବଙ୍ଗଳାରେ ରହିପାରିବେ। ଏହା ଜାଣିବା ପରେ ଆପଣଙ୍କ ମନରେ ନିଶ୍ଚିତ ଉଦ୍‌ବେଗ ବଢିଯିବଣି ଏହି ଜାଗା କେଉଁଠି ଅଛି। ତେବେ ଏହି ଜାଗା ହେଉଛି ଫ୍ଲୋରିଡା ସହରର ମିରାକଲ୍‌ ଗ୍ରାମ। ଏଠାରେ ବଳାତ୍କାରର ଅଭିଯୁକ୍ତମାନଙ୍କୁ ଏକ ସୁନ୍ଦର ବଙ୍ଗଳା ଦିଆଯାଏ। ଏଠାରେ ପ୍ରାୟ ଦୁଇଶହ ବଳାତ୍କାର ଅଭିଯୁକ୍ତ ନିଜ ପରିବାର ସହିତ ଜୀବନ ବିତାଉଛନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ?

ମିରାକଲ ଗ୍ରାମରେ ରହୁଥିବା ବଳାତ୍କାରର କିଛି ଅଭିଯୁକ୍ତକୁ ପୋଲିସ ରଖିଥିବା ବେଳେ ଅନେକ ଅଭିଯୁକ୍ତଙ୍କୁ ପରିବାର ସଦସ୍ୟ ବାହାର କଏଇଦେଇଛନ୍ତି। ଏହି ଅଭିଯୁକ୍ତମାନଙ୍କୁ କେହି ସମ୍ମାନ ଦେଉ ନଥିଲେ କିମ୍ବା ରହିବାକୁ କୌଣସି ସ୍ଥାନ ମିଳୁ ନଥିଲା। ଏଭଳି ପରିସ୍ଥିତିରେ ଅଭିଯୁକ୍ତମାନଙ୍କୁ ରହିବାକୁ ଏକ ଘର ମିଳିଲା ଏବଂ ଏଠାରେ ରହି ସେମାନେ ନିଜ ଅପରାଧର ଅନୁତାପ କରିଥିଲେ।

Advertisment

୨୦ ଏକର ଜମିରେ ରହିଛି ଏହି ଗାଁ:

ପ୍ରାୟ ୨୦ ଏକରରେ ବିସ୍ତାରିତ ହୋଇଛି ଏହି ଛୋଟ ଗାଁ। ଦୁଷ୍କର୍ମକାରୀଙ୍କ ପାଇଁ ୨୦୦୯ ମସିହାରେ ଏହି ଗାଁ ପ୍ରତିଷ୍ଠା କରାଯାଇଥିଲା। ଏହା ଏନେଇ କରାଯାଇଥିଲା ଯେ ସେମାନେ ଯେପରି ନିଜ ପରିବାର ସହିତ ଆରାମରେ ବଞ୍ଚିପାରିବେ। ଯୌନ ନିର୍ଯାତନା ଅଭିଯୋଗରେ ଆମେରିକାରେ ସବୁଠାରୁ ଅଧିକ ଅଭିଯୁକ୍ତ ଥିବା କୁହାଯାଏ।

ଜଣେ ଫଟୋଗ୍ରାଫର ଏହି ଗାଁରେ ରହୁଥିବା ଲୋକଙ୍କ ବିଷୟରେ କହିଛନ୍ତି। ଘରୋଇ ଚାକରମାନଙ୍କ ପାଇଁ ୧୯୬୦ ମସିହାରେ ଏହି ଗାଁ ତିଆରି କରାଯାଇଥିଲା। ଯଦି କାହା ଉପରେ ଗୁରୁତର ଅଭିଯୋଗ ଲାଗୁଥିଲା ତେବେ ସେ ଏଠାରେ ରହିପାରିବେ ନାହିଁ।

ଏହି ଗାଁ ନିର୍ମାଣର ଉଦ୍ଦେଶ୍ୟ:

ଏହି ଗାଁକୁ ନିର୍ମାଣ କରିବା ନେଇ ଏକ ବିଶେଷ ଉଦ୍ଦେଶ୍ୟ ଥିଲା। ଗାଁଟି ପାଦରୀ ଡିକ୍ ଇଥେରୋଙ୍କ ଦ୍ୱାରା ସ୍ଥାପନ ହୋଇଥିଲା। ସେ କହିଛନ୍ତି ଯେ ଫ୍ଲୋରିଡାଠାରେ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତଙ୍କ ପାଇଁ ଘର ଖୋଜିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ନିୟମ ଅନୁଯାୟୀ, ଅଭିଯୁକ୍ତମାନେ ୧୦୦୦ ଫୁଟ ଭିତରେ ଥିବା ବିଦ୍ୟାଳୟ, ଖେଳ ପଡିଆ, ପାର୍କ କିମ୍ବା ସେହି ଅଞ୍ଚଳର ପିଲାମାନଙ୍କ ସହ ଜଡିତ କିଛି ବି ହେଲେ ସେମାନେ ରହିପାରିବେ ନାହିଁ। ତେଣୁ ଏହି ଅଭିଯୁକ୍ତମାନଙ୍କୁ ଘର ମିଳିବା ଅସମ୍ଭବ ଥିଲା।

କିପରି ମିଳେ ଘର:

ଏହି ଗାଁରେ ବହୁତ ସୀମିତ ସଂଖ୍ୟକ ଘର ଅଛି। ଯେତିକି ଘର ନାହିଁ ତା’ଠାରୁ ଅଧିକ ଆବେଦନ ପତ୍ର ଏଠାରେ ରହିବାକୁ ଆସେ। ଫଳରେ ଭୋଟିଂ ସିଷ୍ଟମ୍ ଅନୁସାରେ ଏଠାରେ ଲୋକଙ୍କୁ ଘର ମିଳେ। ସବୁଠାରୁ ବଡ କଥା ହେଉଛି ଏହି ଗାଁରେ ରହୁଥିବା ଲୋକଙ୍କୁ ଅନେକ ପ୍ରକାରର ଶିକ୍ଷା ଦିଆଯାଏ। ଏହା ବ୍ୟତୀତ ଅନେକ ପ୍ରକାରର ପ୍ରୋଗ୍ରାମ୍ ମଧ୍ୟ ହୁଏ। ଏଠାରେ ରହୁଥିବା ଅଧିକାଂଶ ଲୋକ ଆଖପାଖ ଅଞ୍ଚଳରେ କାମ କରନ୍ତି। ଏହି ଗାଁକୁ ପ୍ରତିଷ୍ଠା କରିଥିବା ଧର୍ମଯାଜକ ପ୍ରତି ସପ୍ତାହରେ ଏହି ଗାଁରେ ଲୋକମାନଙ୍କୁ ସତ୍‌ ମାର୍ଗରେ ଯିବା ପାଇଁ ବାଇବେଲ୍‌ ଆଧାରରେ ବୁଝାନ୍ତି।

Ajab Gajab
Advertisment
Advertisment