• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଅଜଣା ରୋଗ । ନା ସେ ଉଠିପାରୁଛନ୍ତି, ନା କିଛି କରିପାରୁଛନ୍ତି ? ଦିନରାତି ୨୪ ଘଂଟା ଘରେ ଶୋଇ ଶୋଇ କାଟୁଛନ୍ତି ସମୟ । ରୋଗ ଯନ୍ତ୍ରଣାରେ ସେ ଏମିତି ଯୁଝି ହୋଇଗଲେଣି ଯେ ମୁଣ୍ଡ ଟେକି କଥା କହିବା ତାଙ୍କ ପକ୍ଷରେ ସମ୍ଭବ ହେଉନି । ଏବେ ସରକାରୀ ସହାୟତା ଛଡା ତାଙ୍କୁ ଆଉ କିଛି ଲୋଡା ନାହିଁ । ସେଇଥି ଲାଗି ତ କୋହଭରା କଣ୍ଠରେ କ୍ୟାମେରା ସାମ୍ନାରେ ସହାୟତା ଲାଗି କରୁଛନ୍ତି ଗୁହାରି ।

ନୂଆଣିଆ ଛାଳ ଘର...ବର୍ଷା ପାଣି ଖାଇଖାଇ ଘରର ଅବସ୍ଥା ଏମିତି ହେଲାଣି ଯେ କେତେବେଳେ କାନ୍ଥରୁ ମଥାଣ ଅଲଗା ହେବ ତାହା କେହି କହିପାରିବେ ନାହିଁ । ଘର ବାହାରର ଦୃଶ୍ୟ ଯେତିକି ବେଦନା ଦାୟକ ଘର ଭିତରର ଦୃଶ୍ୟ ସେତିକି ଭୟଙ୍କର । ଅଂଟାରେ ବଳ ଥିବା ବେଳେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ । ଯେତିକି ଯାହା ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ଅଜଣା ରୋଗ ହେବା ପରେ ସୁଃଖର ସଂସାର ଉପରେ କଳାହାଣ୍ଡିଆ ମେଘ ଲଦି ହୋଇଗଲା । ଘରର ରୋଜଗାରିଆ ଲୋକ ଯେତେବେଳେ ରୋଗରେ ପଡେ ସେତେବେଳେ ଘର କେମିତି ଚଳୁଥିବ ତାହା ଉଣା ଅଧିକେ ସମସ୍ତେ ଜାଣୁଥିବେ । କାମ କରିବାର ଇଚ୍ଛା ଥିଲେ ବି ଉପାୟ କିଛି ନାହିଁ । ଶରୀର ଧୋକା ଦେଇଥିବାରୁ ଏବେ ହାତ ଯୋଡି ଭିକ୍ଷା କରୁଛନ୍ତି ସହାୟତା ।

କଟକ ନରସିଂହପୁରର ରାଜୀବ । ବୟସ ମାତ୍ର ୩୪ । ହେଲେ ରୋଗ ତାଙ୍କ ଜୀବନରେ ଏମିତି ଯନ୍ତ୍ରଣା ଭରି ଦେଇଛି ଯେ ବିନାସାହାରାରେ ଉଠିବା ତାଙ୍କ ପକ୍ଷରେ ଅସମ୍ଭବ ହେଲାଣି । ପରିବାର କହିଲେ ଦୁଇ ଝିଅ, ପୁଅ ଓ ସ୍ତ୍ରୀ । ହେଲେ ରାଜୀବ ରୋଗରେ ପଡିବା ପରେ ଏବେ ଅସହାୟ ଅବସ୍ଥାରେ ରହୁଛନ୍ତି ପୂରା ପରିବାର । ରାଜୀବଙ୍କୁ ଭଲ କରିବାକୁ ଘରେ ଯାହା ସୁନାଗହଣା ଥିଲା ତାକୁ ବିକ୍ରି କରି ଚିକିତ୍ସା କରାଇଲେ । ହେଲେ ରାଜୀବ ଭଲ ହେଲେନି । ଏମିତି ବିଷମ ସ୍ଥିତିରେ କେମିତି ପରିବାର ଚଳିବ ? କେମିତି ତିନି ପିଲା ପାଠ ପଢିବେ ତାହା ଏବେ ବଡ଼ ପ୍ରଶ୍ନ । ସେପଟେ ସରପଂଚ କହିଛନ୍ତି, ରାଜୀବଙ୍କ ଅସହାୟତା ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନା ହୋଇଛି । ସରକାରୀ ସ୍ତରରେ ସାହାଯ୍ୟ ମିଳିଲେ ପରିବାର ବଞ୍ଚିଯାଆନ୍ତା ।

ରାଜୀବଙ୍କ ଅସହାୟତା ସମ୍ପର୍କରେ ପ୍ରଶାସନର ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରିନଥିବା ବେଳେ ଯଦି ଆପଣମାନେ ଚାହାଁନ୍ତି ତେବେ ରାଜୀବଙ୍କୁ ସାହାଯ୍ୟ କରିପାରନ୍ତେ । ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ...

ଆକାଉଣ୍ଟ ନମ୍ବର 38542564888

IFSC Code- sbin0012043

Branch:Narasinghpur

Pohen No- 8847807691

 

  • Reported by:
  • SARBESWAR SWAIN