• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଏବେ ବି ବଞ୍ଚିଛି ମାନବିକତା... ଏ କଥା କେବଳ ଆମେ କହୁନୁ, ଭୀଷଣ ବନ୍ୟା ପ୍ରପୀଡିତ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଆପଣ ମଧ୍ୟ ଏହା କହିବେ । ଯେଉଁଠି ସାମାନ୍ୟତମ ସ୍ୱାର୍ଥ ପାଇଁ ମଣିଷ, ମଣିଷର ଜୀବନ ନେବାକୁ ପଛାଉନି, ସେଠି ଏମିତି ଜଣେ ମଣିଷ ଯିଏ ବନ୍ୟା ପାଣିରେ ଭାସିଯାଉଥିବା ଗୋଟିଏ ନୀରିହ ଜୀବଟିର ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇ ଦେଉଛି ।

ବନ୍ୟା ପାଣିରେ ଭାସି ଯାଉଥାଏ କୁକୁରଟିଏ । ମୁହଁ ସିନା ଖୋଲୁନଥାଏ, ହେଲେ ଛାଟିପିଟି ହୋଇ ବଞ୍ଚିବାକୁ ଯେପରି ବିକଳ ହେଉଥାଏ । ଏତିକି ବେଳେ ହଠାତ୍ ନିଜ ଜୀବନକୁ ଖାତିର୍ ନକରି କୁକୁରକୁ ବଞ୍ଚାଇବାକୁ ବନ୍ୟାର ପ୍ରଖର ସୁଅରେ ଡେଇଁ ପଡିଲେ ଜଣେ ସାହାସୀ ଯୁବକ । କୁକୁରକୁ ବନ୍ୟାପାଣିରୁ ଟେକି ଆଣି ଜୀବନ ବଞ୍ଚାଇଦେଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପ୍ରମାଣିତ କରିଦେଇଛି ଯେ, ଏବେ ବି ବଞ୍ଚିଛି ମାନବିକତା...

ଯୁବକ ଜଣକ ମଣିପୁରର ମୈତେଇ ସମ୍ପ୍ରଦାୟର ହୋଇଥିବା ଜଣାପଡିଛି । ଭାଇରାଲ ଭିଡିଓରେ ଦେଖାଯାଇଛି, ବନ୍ୟା ପାଣିର ପ୍ରଖର ସୁଅରେ ଗୋଟିଏ କୁକୁର ଭାସିଯାଉଛି । କୁକୁରଟି ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ଜଣେ ଯୁବକ ପାଣିକୁ ଡେଇଁ ପଡୁଛନ୍ତି । ଜୀବନକୁ ବାଜିରେ ଲଗାଇ ବିନା ସୁରକ୍ଷା ଉପକରଣରେ ସେ ବନ୍ୟା ପାଣିରୁ କୁକୁରଟି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଶେଷରେ କୁକୁରକୁ ବଞ୍ଚାଇ ଏକ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ଏହି ପୂରା ଦୃଶ୍ୟ କୌଣସି ଫିଲ୍ମର ସିନ୍‌ଠୁ କମ୍ ଲାଗୁନି ।

ଅଧିକ ପଢ଼ନ୍ତୁ: ଭୂସ୍ଖଳନରେ ୩ ମୃତ, ପୋତି ହୋଇଗଲା ସେନା କ୍ୟାମ୍ପ, ୬ ସୁରକ୍ଷା କର୍ମୀ ନିଖୋଜ

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହଜାରରୁ ଊର୍ଦ୍ଧ୍ୱ ଶେୟାର କରାଯାଇ ସାରିଲାଣି । ୟୁଜର୍ସମାନେ ଯୁବକଙ୍କ ମହାନତାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି । କେହି କେହି ଯୁବକଙ୍କୁ 'ରିଏଲ୍ ଲାଇଫ୍ ହିରୋ' କହୁଥିବାବେଳେ ଆଉ କେହି ଲେଖିଛନ୍ତି, ଏପରି ମାନବିକତା ଦେଖି ହୃଦୟ ଖୁସି ହୋଇଗଲା । 

ଜଣେ ୟୁଜର କମେଣ୍ଟ କରିଛନ୍ତି, ଏବେ ବି ମାନବିକତା ବଞ୍ଚିଛି । ଏହି ଭିଡିଓ ତା'ର ଉଦାହରଣ । ଆଉ ଜଣେ ଲେଖିଛନ୍ତି, ଜୀବଜନ୍ତୁଙ୍କୁ ଭଲ ପାଉଥିବା ମଣିଷ ହିଁ ପ୍ରକୃତ ମଣିଷ ହୋଇଥାଏ । 

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

ଓଟିଭି ବିଜ୍ଞାପନ