• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ହନିମୁନ୍‌ରେ ଯିବେ । ଗୋଆରେ ନିଜର ବିଶେଷ ମୁହୂର୍ତ୍ତକୁ କାଟିବା ପାଇଁ ସେ ସମ୍ପୂର୍ଣ୍ଣ ଉତ୍ସାହିତ । କେଉଁ କେଉଁ ସ୍ଥାନରେ ରାତି କାଟିବେ, କେଉଁ ସ୍ଥାନକୁ ବୁଲିବାକୁ ଯିବେ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି । ଗତ ମାସରେ ନିଜକୁ ନିଜେ ବିବାହ କରିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଧୁ ପାଲଟିଥିଲେ । ଅନେକ ତାଙ୍କୁ ବିରୋଧ କରୁଥିବା ବେଳେ ତାଙ୍କ ଘର ଲୋକର ସମର୍ଥନ ରହିଥିଲା ।

ଏହାରି ଭିତରେ କ୍ଷମା ବିନ୍ଦୁ ନିଜର ଘର ବଦଳାଇବା ପରେ ନିଜର ଚାକରି ବଦଳାଇଛନ୍ତି । ହନିମୁନ୍‌ରେ ଯିବା ପାଇଁ କିଛି ଟଙ୍କା ମଧ୍ୟ ସଞ୍ଚୟ କରିସାରିଲେଣି । ହନିମୁନ୍‌ରୁ ଫେରିବା ପରେ ସେ ବିବାହ ରେଜଷ୍ଟ୍ରେସନ୍‌ କରିବେ । ଗୋଆ ଯିବା ପରେ ବୁଲାବୁଲି ପାଇଁ ତାଲିକା ତିଆରି ହୋଇସାରିଛି । ଏହି ସମୟରେ ସେ ବିଚ୍‌ରେ ବିକନୀ ପିନ୍ଧି ଏକାକୀ ସମୟକୁ ଉପଭୋଗ କରିପାରିବେ । ସମୁଦ୍ର କୂଳରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମୋର ପ୍ରିୟ ସ୍ଥାନ ଗୋଆ ବୋଲି କହିଛନ୍ତି କ୍ଷମା ।

ତେବେ ହନିମୁନ୍‌ରେ ଥିବାବେଳେ ଲୋକମାନେ ମୁଁ ବିବାହିତ ଜାଣିଲେ ମୋ ସ୍ୱାମୀଙ୍କ ବିଷୟରେ ନିଶ୍ଚୟ ପଚାରିବେ । ଆଉ ସେତେବେଳ ଏକକ ବିବାହ ଓ ମୁଁ କାହିଁକି ନିଜକୁ ନିଜେ ବିବାହ କରିଛି ତାହା ବୁଝାଇ ପାରିବି ବୋଲି କହିଛନ୍ତି ।

ସୂଚନାଯୋ୍ୟ ଗତ ମାସ ୯ ତାରିଖରେ ପରେ ରୀତିନୀତିରେ ନିଜକୁ ବିବାହ କରିଥିଲେ କ୍ଷମା । ତାଙ୍କ ବିବାହ ପାଇଁ ହଳଦୀ, ମେହେନ୍ଦୀ ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥିଲା । ତେବେ ଏହି ବିବାହରେ ବର କିମ୍ବା ପଣ୍ଡିତ ନଥିଲେ। ନିଜ ବାପାମା’ଙ୍କ ସହମତିରେ ସେ ଏହି ବିବାହ କହିଥିଲେ । ବିବାହରେ କ୍ଷମାଙ୍କର କିଛି ନିକଟ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ ।