Advertisment

Guinness World Record: ଲଗାତର ୫ ଦିନ ନାଚିଲେ ଭାରତର ଝିଅ; ବିଶ୍ୱ ହେଲା ଚକିତ

ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତରେ ଭାରତର ଝିଅମାନଙ୍କ ସହ କେହି ବି ତୁଳନୀୟ ନୁହେଁ। ଜଣେ ଝିଅ ଆଉ ଏକ ପାଦ ଆଗକୁ ଯାଇ ଏମିତି କାମ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି। ଲଗାତର ୫ ଦିନ ନାଚି ସେ ବିଶ୍ୱକୁ ଚକିତ କରି ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Indian girl dances for five days made Guinness world record

Indian girl dances for five days made Guinness world record

ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତରେ ଭାରତର ଝିଅମାନଙ୍କ ସହ କେହି ବି ତୁଳନୀୟ ନୁହେଁ। ବର୍ଷ ବର୍ଷ ଧରି ବିଶ୍ୱ ତାଙ୍କର ପ୍ରଶଂସକ ହୋଇଆସୁଛି। କିନ୍ତୁ ସୃଷ୍ଟି ସୁଧୀର ଜଗତପ ଆଉ ଏକ ପାଦ ଆଗକୁ ଯାଇ ଏମିତି କାମ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି। ତାଙ୍କର ସଫଳତା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

Advertisment

୧୬ ବର୍ଷର ସୃଷ୍ଟି ସୁଧୀର ଜଗତପ ବିଶ୍ୱ ରେକର୍ଡ କରିବାକୁ ଲଗାତର ଭାବରେ ପାଞ୍ଚ ଦିନ ନାଚିଛନ୍ତି ଏବଂ ଶେଷରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ (GWR) ରେ ନିଜ ନାଁକୁ ପଞ୍ଜୀକୃତ କରିଦେଇଛନ୍ତି।

GWR ନିଜେ ଏ ବିଷୟରେ ସୂଚନା ଦେଇ କହିଛି ଯେ ପାଞ୍ଚ ଦିନ ନାଚିବା ପରେ ୧୬ ବର୍ଷ ବୟସ୍କା ଛାତ୍ର ସୃଷ୍ଟି ସୁଧୀର ଜଗତପ ୧୨୭ ଘଣ୍ଟା ସମୟ ସହିତ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି।

Advertisment

ଗିନିଜ ବୁକ୍ ଅନୁଯାୟୀ, ସୃଷ୍ଟି ୨୯ ମେ’ରୁ ନାଚିବା ଆରମ୍ଭ କରିଥିଲେ ଏବଂ ରେକର୍ଡ ସୃଷ୍ଟି କରିବାକୁ ୩ ଜୁନ୍ ପର୍ଯ୍ୟନ୍ତ ନାଚିଥିଲେ। ଏହି କଥକ ନୃତ୍ୟଶିଳ୍ପୀ କହିଛନ୍ତି ଯେ ତାଙ୍କର ସ୍ୱପ୍ନ ଥିଲା, କଥକ ମାଧ୍ୟମରେ ଭାରତକୁ ପ୍ରତିନିଧିତ୍ୱ କରିବା, ଯାହା ବର୍ତ୍ତମାନ ସଫଳ ହୋଇଛି। ସେ ଚାହୁଁଥିଲେ ଏହି ରେକର୍ଡ ଜଣେ ଭାରତୀୟଙ୍କ ନାଁରେ ରହୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏହି ପ୍ରତିଯୋଗିତା ପାଇଁ ମାସେ ଧରି ପ୍ରସ୍ତୁତ ହେଉଥିଲେ।

ସେ ପ୍ରତିଦିନ ୪ ଘଣ୍ଟା ଧ୍ୟାନ କରୁଥିଲେ। ୬ ଘଣ୍ଟା ପାଇଁ ନାଚୁଥିଲେ। ଏହା ବ୍ୟତୀତ ଶରୀରକୁ ଫିଟ୍ ରଖିବା ପାଇଁ ସେ ୩ ଘଣ୍ଟା ପାଇଁ ଅନ୍ୟ ବ୍ୟାୟାମ କରୁଥିଲେ। ସେ ରାତି ୧୦ ଟାରେ ଶୋଉଥିଲେ ଏବଂ ସକାଳ ୩ଟାରେ ଉଠୁଥିଲେ। ଅର୍ଥାତ୍ ସେ କେବଳ ପାଞ୍ଚ ଘଣ୍ଟା ଶୋଉଥିଲେ।

GWR ର ଅଧିକାରୀ ସ୍ୱପ୍ନିଲ ଡଙ୍ଗାରିକରଙ୍କ ଦ୍ୱାରା ସୃଷ୍ଟିଙ୍କ ଷ୍ଟେପ୍ ତଦାରଖ କରାଯାଇଥିଲା। ସେ ସୃଷ୍ଟିଙ୍କ ପ୍ରଦର୍ଶନକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି – “ଏହି ଚ୍ୟାଲେଞ୍ଜ ଅବିଶ୍ୱସନୀୟ ଥିଲା। ପ୍ରତି ଘଣ୍ଟା ନୃତ୍ୟ ପରେ କେବଳ ୫ ମିନିଟ୍ ବିଶ୍ରାମ ପାଇଁ ଅନୁମତି ଥିଲା। ଏହା ବ୍ୟତୀତ, ଆହୁରି ଏମିତି ଅନେକ ନିୟମ ଥିଲା ଯାହା ବହୁତ କଷ୍ଟସାଧ୍ୟ। ଏହା ସତ୍ତ୍ୱେ ସୃଷ୍ଟି ସମସ୍ତ ନିର୍ଦ୍ଦେଶକୁ ସଠିକ୍ ଭାବରେ ଅନୁସରଣ କରିଛନ୍ତି ଏବଂ ତାଙ୍କ ନାମରେ ବିଶ୍ୱ ରେକର୍ଡ କରିନେଇଛନ୍ତି। ଏହି ସଫଳତା କେବଳ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁ ସଂଭବ ହୋଇପାରିଛି ।”

Guinness World Record World Record
Advertisment
Advertisment