• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅନ୍ଧାରୁଆ ଘର....କଳା ମଚମଚ କାନ୍ଥ । ପୁଣି ଚୁଲିରେ ଚାଲିଛି ରୋଷେଇ...ଘରର ଅବସ୍ଥା ଦେଖିବା ପରେ ଯିଏ ନାହିଁ ସିଏ କହିବ ସେଇଟା ଜଣେ ଅସହାୟଙ୍କ ଘର । ବୋଧହୁଏ ସରକାରୀ ଯୋଜନାରେ ସେମାନେ ଇନ୍ଦିରା ଆବାସ ପାଇନାହାନ୍ତି । ତେଣୁ ସେମିତି ଘରେ ରହୁଛନ୍ତି...ଯଦି ଆପଣ ସେମିତି କିଛି ଭାବୁଥିବେ ତେବେ ପୂରା ଭୁଲ୍‌ । କାରଣ ସେଇ ଘର ଜଣେ ସରପଂଚଙ୍କ ଘର । ପୁଣି ଲଗାତାର ଭାବରେ ନିର୍ବାଚନରେ ବିଜୟ ହୋଇ ସ୍ୱାମୀ-ସ୍ତ୍ରୀ ଉଭୟେ ସରପଂଚ ହୋଇଛନ୍ତି । କିନ୍ତୁ ଲୋକଙ୍କ ସେବାରେ ସେମାନେ ଏତେ ବ୍ୟସ୍ତ ଯେ ନିଜ ପାଇଁ କିଛି କରିନାହାନ୍ତି ।

୨୧ ବର୍ଷର ରାଜନୀତି ଜୀବନ । କିନ୍ତୁ ନିଜର ପକ୍କା ଘର କି ପାଇଖାନାଟିଏ ବି ନାହିଁ । ଆଜିକାଲିର ସ୍ୱାର୍ଥପର ଦୁନିଆରେ "ଏମିତି ବି ଅଛନ୍ତି ସରପଞ୍ଚ " । ଏ ହେଉଛନ୍ତି ନବରଙ୍ଗପୁର ବ୍ଲକ ସାନମସିଗାଁ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ମାଝୀ l ଶାଶୂ ଫୁଲମତି ଓ ଶ୍ବଶୁର ସ୍ବର୍ଗତ ରାମଚନ୍ଦ୍ର ମାଝିଙ୍କ ଛଣ ଛପର ଘର ଖଣ୍ଡେ ହିଁ ତାଙ୍କ ପାଇଁ ବଡ଼ ସମ୍ବଳ l ଏହି ଘରେ ଦୀର୍ଘ ବର୍ଷ ହେଲା ରହୁଛନ୍ତି ପୁଷ୍ପଲତା ଓ ତାଙ୍କ ଦୁଇ ପୁଅଙ୍କ ସହ ଶାଶୂ ଫୁଲମତୀ । ସ୍ୱାମୀ ଭୋଜରାଜ ମାଝୀ ନିଜର ଦରମା ଟଙ୍କା ଓ ଚାଷରୁ ଉପାର୍ଜିତ ଟଙ୍କାରେ ଦୁଇ ବଖରା ଆଜବେଷ୍ଟ ଘର ତିଆରି ଆରମ୍ଭ କରିଥିଲେ । ହେଲେ ଗତବର୍ଷ ସେ ଚାଲିଗଲେ ....ସ୍ୱାମୀ ଥିବା ବେଳେ ଘର ଯେତିକି ହୋଇଥିଲା ଆଜିକା ସମୟରେ ବି ସେତିକିରେ ଅଟକି ଯାଇଛି । ଏମିତିକି ଘର ପ୍ଲାଷ୍ଟର ବି ହୋଇପାରିନି ।

ଆଜି ନୁହେଁ ବରଂ ବହୁ ପୂର୍ବରୁ ଭୋଜରାଜ୍‌ ଲୋକଙ୍କ ସେବାରେ ବ୍ୟସ୍ତ ରୁହନ୍ତି । ଖାଲି ଏତିକି ନୁହେଁ ତାଙ୍କ ଜେଜେ ବାପା କହିଥିଲେ ଜୀବନରେ କେବେ ଦୁର୍ନୀତି କରିବ ନାହିଁ । ଆଉ ଜେଜେଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପୂରା ପରିବାର । ସେଇଥି ଲାଗି ତ ଜୀବନ ସାରା ଲୋକଙ୍କ ସେବା କରିକରି ନିଜ ଲାଗି ପକ୍କା ଘରଟିଏ ବି କରିପାରିନାହାନ୍ତି । ଖାଲି ଭୋଜରାଜ୍‌ କାହିଁକି? ବରଂ ସ୍ୱାମୀଙ୍କ ପରି ସ୍ତ୍ରୀ ପୁଷ୍ପଲତା ମଧ୍ୟ ଲୋକଙ୍କ ସେବା କରିବାରେ ବ୍ୟସ୍ତ । ଆଜି ଯାଏଁ ଦରମା ଟଙ୍କା ଛଡ଼ା ୫ ପଇସା ବି ଆଣିନାହାନ୍ତି । ତେଣୁ ଦରମା ଟଙ୍କାରେ ଘର କରିବା ଅସମ୍ଭବ ବୋଲି କହିବା ସହ ଲୋକଙ୍କ ସେବାରେ ଆମେ ଖୁସି ବୋଲି କୁହନ୍ତି ପୁଷ୍ପଲତା ।

୨୦୦୨ ମସିହା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ପୁଷ୍ପଲତା। l ନିଜର କାର୍ଯ୍ୟକାଳ ୨୦୦୭ରେ ଶେଷ ପରେ ତାଙ୍କ ସ୍ୱାମୀ ପୁଣି ସେହି ପଞ୍ଚାୟତରେ ସରପଞ୍ଚ ହୋଇ ୨୦୧୨ ପର୍ଯ୍ୟନ୍ତ ରହିଥିଲେ । ପରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପୁଣି ପୁଷ୍ପଲତା ହେଲେ ସରପଞ୍ଚ । ଏମିତି ପର୍ଯ୍ୟାୟକ୍ରମେ ସାନମସିଗାଁର ସରପଞ୍ଚ ଭାବେ ରହିଆସିଛନ୍ତି ଉଭୟ ସ୍ବାମୀ-ସ୍ତ୍ରୀ । ଗତ ୨୦୨୨ ନିର୍ବାଚନରେ ପୁଣି ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ପୁଷ୍ପଲତା । ଜାଣି ଆଶ୍ଚର୍ଯ୍ୟ ହେବେ କି ପୁଷ୍ପଲତା ଆବାସ ଲାଗି ଯୋଗ୍ୟ ବିବେଚିତ ହେବା ପରେ ମଧ୍ୟ ନିଜ ଘର ଅନ୍ୟକୁ ଦେବାକୁ ପସନ୍ଦ କରିଛନ୍ତି ପୁଷ୍ପଲତା ।

ଆମେ ଅନେକ ସମୟରେ ଦେଖିଛନ୍ତି ଥରେ ସରପଂଚ ହେଲେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଥାଆନ୍ତି ଅନେକ ନେତା । ହେଲେ ଇଏ ଏମିତି ଜଣେ ସରପଂଚ ଯିଏ କି ଅନ୍ୟର ସେବା କରିବାକୁ ଶପଥ ନେଇଛନ୍ତି । ସେଇଥି ପାଇଁ ତ ନିଜ ଲାଗି କିଛି କରିନାହାନ୍ତି...ଆଉ ଏମିତି ସରପଂଚ ଥିଲେ ପଂଚାୟତର ବିକାଶକୁ ରୋକିବ କିଏ?

 

\

 

  • Reported by:
  • Naba Ghana Bishoi