Advertisment

ଚାଲିଗଲେ ବାପ-ପୁଅ...ତେନ୍ତୁଳି, ଆମ୍ବ ଖାଇ ବଞ୍ଚୁଛି ପରିବାର

ଏକା ସାଙ୍ଗରେ ଚାଲିଗଲେ ବାପା-ପୁଅ । ଭାତ ସାଙ୍ଗରେ ତିଅଣ ଏମାନଙ୍କ ଲାଗି ସାତ ସପନ । କଇଁଆ, ଆମ୍ବ ଖାଇ ବଞ୍ଚୁଛି ପୂରା ପରିବାର । ପୁଣି ମୁଣ୍ଡ ଉପରେ ବିଧବା ବୋହୂ ସହ ନାତିନାତୁଣୀଙ୍କ ବୋଝ

ଅଦ୍ୟତନ ହୋଇଛି
Devastated Family In Anandapur Suffer To Make Ends Need

Devastated Family In Anandapur Suffer To Make Ends Need

Advertisment

ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ବାପା ଆଉ ପୁଅ । ସ୍ୱାମୀ ଓ ପୁଅକୁ ହରାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୃଦ୍ଧା । ସ୍ୱାମୀ-ପୁଅ ବଂଚିଥିବା ବେଳେ ମୂଲମଜୁରୀ ଲାଗି ପରିବାର ଚଳାଉଥିଲେ ହେଲେ ଏବେ ତ ସେମାନେ ଆଉ ନାହାନ୍ତି । ବରଂ ସେମାନେ ଯିବା ପରେ କଷ୍ଟ ଆହୁରି ବଢିଯାଇଛି । ଘରେ ବିଧବା ବୋହୂ ସହ ଦିବ୍ୟାଙ୍ଗ ଝିଅ ପୁଣି ତା' ସାଙ୍ଗରେ ଦୁଇ ନାତିନାତୁଣୀ । ଏମିତି ପରିସ୍ଥିତିରେ ଘର କେମିତି ଚଳିବ ସେନେଇ ଚିନ୍ତାରେ ପୂରା ପରିବାର ।

Advertisment

ଘର ଭାଙ୍ଗିଗଲାଣି, ଛଣ ଉଡ଼ିଗଲାଣି । ବର୍ଷାକୁ ଅଟକାଇବାକୁ ମଥାନ ଉପରେ ପାଲ ଢଙ୍କା ହୋଇଛି । ତା' ଅବସ୍ଥା ବି ଶୋଚନୀୟ । କେତେବେଳେ ଛିଡିଯିବ ତାହା କାହାକୁ ବି ଜଣାନାହିଁ । ପାଲ ଢଙ୍କା ହେବା ପରେ ବି ଜୋରରେ ବର୍ଷା ହେଲେ ଘରେ ପାଣି ପଡ଼େ । ଆଉ ହାଣ୍ଡି, କଡେଇ ରଖି ପାଣିକୁ ସିନା ଅଟକାଇ ଦିଅନ୍ତି ହେଲେ ନିଜର ଦୁଃଖ ଓ ଯନ୍ତ୍ରଣାକୁ କେମିତି ଲୁଚେଇବେ ସେନେଇ ଏମାନଙ୍କ ପାଖରେ କିଛି ଉପାୟ ନାହିଁ ।

ଅଧିକ ପଢ଼ନ୍ତୁ: ସୁଅ ମୁହଁରେ ସନ୍ତୋଷଙ୍କ ସଂସାର, ସାହାଯ୍ୟ ନମିଳିଲେ ଭାସିଯିବ ପୂରା ପରିବାର

Advertisment

ସୋମବାରୀ ମଲ୍ଲିକ । ଘର କେନ୍ଦୁଝର ଘଷିପୁରା ବ୍ଲକ୍ ଦରଡ଼ିପାଳ ପଂଚାୟତ ବରମାଳ ଗାଁରେ । ସ୍ୱାମୀ ପରିତ୍ୟକ୍ତ ଏଇ ବୃଦ୍ଧାଙ୍କ ଦୁଃଖ ଓ ଯନ୍ତ୍ରଣା ଶୁଣିଲେ ଆପଣଙ୍କ ଆଖିରୁ ବି ବୋହି ଆସିବ ଦୁଇଧାର ଲୁହ । ସ୍ୱାମୀ-ପୁଅ ଚାଲିଯିବା ପରେ ବଂଚିବା ୟାଙ୍କ ପାଖରେ ଯେମିତି ବଡ଼ କଷ୍ଟକର ହୋଇ ପଡ଼ିଛି । ଘରେ ବିଧବା ବୋହୂ ଥିବା ବେଳେ ଦିବ୍ୟାଙ୍ଗ ଝିଅର ବୋଝ ବି ତାଙ୍କ କାନ୍ଧ ଉପରେ । ଏ ବୟସରେ କେମିତି କଣ କରିବେ ସେନେଇ ଦିନରାତି ଚିନ୍ତା କରି କରି କଟୁଛି ଦିନ ।

ଦୁଃଖ ତାଙ୍କର ଏତିକିରେ ସରିନି । ବରଂ କଇଁଆ, ଆମ୍ବ ଖାଇ ସେମାନଙ୍କର କଟୁଛି ଦିନ । ୫ ପ୍ରାଣୀ କୁଟୁମ୍ବ ପାଇଁ ତରକାରୀ ଯେମିତି ସାତ ସପନ ପାଲଟିଛି । ସରକାରୀ ଭାବରେ ଯେଉଁ ୧୫ କିଲୋ ଚାଉଳ ମିଳୁଛି ସେତିକିରେ ମାସଟା ସାରା ଚଳିବାକୁ ପଡ଼ୁଛି । ତେଣୁ ତରକାରୀ ଖାଇବାର ପ୍ରଶ୍ନ ଉଠୁଛି କେଉଁଠୁ ?

Advertisment

ଖଣି ପାଇଁ ସାରା ଭାରତରେ କେନ୍ଦୁଝର ପ୍ରସିଦ୍ଧି ଲାଭ କରିଛି । ହେଲେ ସେହି ଜିଲ୍ଲାରେ ଆଜି ବି ଏମିତି ପରିବାର ଅଛି ଯାହାଙ୍କ ଲାଗି ତରକାରୀ ସାତସପନ । ତେବେ ସୋମବାରୀଙ୍କ ଦୁଃଖ ନେଇ ସରପଂଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିବା ପରେ ବି ସାହାଯ୍ୟର ହାତ ବଢାଇବାକୁ କେହି ଇଚ୍ଛା କରୁନାହାନ୍ତି । ତେଣୁ ତୁରନ୍ତ ଏହି ପରିବାରକୁ ସାହାଯ୍ୟ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ ।

(ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ