Advertisment

ଅପରେସନ୍‌ ହେଲେ ମଳତ୍ୟାଗ କରିବେ ଆଦିତ୍ୟ, ହେଲେ ଡାକ୍ତର...

ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍‌ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ ।

author-image
Sarbeswar
ଅଦ୍ୟତନ ହୋଇଛି
Aditya Need Help

Aditya Need Help

କୁନି ପୁଅକୁ ଦେଖିଲେ କେହି ଭାବିପାରୁନଥିବେ ସିଏ ଏତେ କଷ୍ଟ ପାଉଥିବ ବୋଲି । ଖଟରେ ପୁଅ ଶୋଇଛି..ମାଆ ତା’ର ସେବା କରିବାରେ ବ୍ୟସ୍ତ ଅଛି । ମୁଣ୍ଡ କୁଣ୍ଡାଇ ଦେଉଛି...ଗେଲ କରିପକାଉଛି । ମାଆର ସ୍ନେହ ଆଦର ପାଇବା ପରେ ଖିଲିଖିଲି ହସୁଛି ପୁଅ । ହେଲେ ସେ ହସ ପଛରେ ଯେଉଁ ଦୁଃଖ ଭରି ରହିଛି ତାହା ଜାଣିବା ପରେ ଆପଣଙ୍କ ଆଖିରୁ ବି ଝରିପଡ଼ିବ ଲୁହ । ଆଉ ଭଗବାନଙ୍କୁ ପ୍ରାର୍ଥନା କରିବେ କୁନି ପୁଅର ଦୁଃଖ ତୁରନ୍ତ କର ଲାଘବ ।

Advertisment

ନୂଆପଡ଼ା ଖଡ଼ିଆଳର ବିରିଘାଟ ଗାଁ । ଗାଁର ଅନନ୍ତ ରାମ ହଂସ ଓ ମଥୁରା ହଂସଙ୍କ ପୁଅ ଆଦିତ୍ୟ । ବୟସ ମାତ୍ର ୫...ଆଦିତ୍ୟ ଜନ୍ମ ହେବା ପରେ ପରିବାରରେ ଖେଳିଯାଇଥିଲା ଖୁସିର ଲହରୀ । ସମସ୍ତେ କହିଥିଲେ ସଂସାର ରକ୍ଷା କରିବ..ବାପା-ମାଆଙ୍କ ମୁହଁରେ ଆହାର ଦେବ । ପରିବାରର ମେରୁଦଣ୍ଡ ଭାବରେ ଛିଡା ହେବ । ହେଲେ ସବୁ ଆଶା ଆଶାରେ ରହିଗଲା । ସବୁ ସ୍ୱପ୍ନ...ସ୍ୱପ୍ନରେ ହିଁ ରହିଗଲା, ଯେତେବେଳେ ପରିବାର ଲୋକ ଜାଣିଥିଲେ ଆଦିତ୍ୟର ସତ ।

ଆଦିତ୍ୟ ଜନ୍ମ ହେବା ପରେ ସମସ୍ତେ ଭାରି ଖୁସିରେ ଥିଲେ । ହେଲେ ସେହି ଖୁସି ବେଶୀ ଦିନ ରହିଲା ନାହିଁ । କାରଣ ଜନ୍ମରୁ ଆଦିତ୍ୟଙ୍କର ନଥିଲା ମଳଦ୍ୱାର । ତେଣୁ ମଳତ୍ୟାଗ କରିପାରୁନଥିଲେ ସେ । ପୁଅର କଷ୍ଟଯନ୍ତ୍ରଣା ବଢିବାରୁ ପରିବାର ଲୋକ ମେଡିକାଲ ନେଇଥିଲେ । ମେଡିକାଲ କର୍ତ୍ତୃପକ୍ଷ ପେଟରେ ଅପରେସନ୍‌ କରି ମଳଦ୍ୱାର କଲେ । ହେଲେ ସବୁଦିନ କେମିତି ଆଦିତ୍ୟ ଠିକ୍‌ରେ ମଳତ୍ୟାଗ କରିବ ସେନେଇ ଦେଖାଦେଇଥିଲା ସମସ୍ୟା । ତେଣୁ ସବୁଦିନିଆ ସମାଧାନ କରିବାକୁ ମେଡିକାଲ ଯିବା ସହିତ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଅନୁରୋଧ କରୁଛନ୍ତି ପରିବାର ଲୋକ । ହେଲେ କର୍ତ୍ତୃପକ୍ଷ ସମୟ ଦେଉନଥିବାରୁ ଯନ୍ତ୍ରଣାରେ ଘାଂଟି ହେଉଛନ୍ତି ଆଦିତ୍ୟ ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଦିତ୍ୟଙ୍କ ଅପରେସନ୍‌ କଟକ ଶିଶୁ ଭବନରେ ହୋଇଥିଲା । ଚିକିତ୍ସା ବି ସେଇଠି ହେଉଛି । ହେଲେ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷ ଫେରାଇ ଦେଉଥିବାରୁ ଏବେ ଚିନ୍ତାରେ ପରିବାର ଲୋକ । ଖଡିଆଳରୁ କଟକ ଯିବାଆସିବା ଲାଗି ହଜାରରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ଏମିତି ସ୍ଥିତିରେ କେମିତି ପୁଅକୁ ଭଲ କରିବେ ସେଇ ଚିନ୍ତାରେ ଦିନକାଟୁଛି ପୂରା ପରିବାର ।

ଆଦିତ୍ୟଙ୍କ ବାପା ଦାଦନ ଯାଉଥିବାରୁ ଘରେ ସବୁଦିନ ଚୁଲି ଜଳିବା କଷ୍ଟକର । ଆଉ ଏମିତି ସମୟରରେ ପୁଅର ଚିକିତ୍ସା ପାଇଁ ସେ ଏତେ ଟଙ୍କା ଆଣିବେ ବା କେଉଁଠୁ? ସେପଟେ ଆଦିତ୍ୟଙ୍କ ଅପରେସନ ନେଇ ଆମେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କୁ ଭେଟିବାରୁ ଏକ ଟିମ୍ ପଠାଇ ସେ ରିପୋର୍ଟ ସଂଗ୍ରହ କରିବେ ଓ ଅସ୍ତ୍ରୋପଚାର ବ୍ୟବସ୍ଥା କରାଇବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ସମୟ କହିବ ଆଦିତ୍ୟଙ୍କୁ କେବେ ମିଳୁଛି ସରକାରୀ ସହାୟତା ।

(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)

Special Story
Advertisment
Advertisment