/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656681901.jpg)
Extracting sugarcane juice in an innovative way
ଖରାଦିନେ ଆଖୁ ରସ ପିଇବାର ମଜା ନିଆରା। ସୋଡା, କୋଲ୍ଡ୍ରିଙ୍କ୍ ପାନୀୟ ତ ସାଧାରଣ କଥା, କିନ୍ତୁ ଯେଉଁ ଶିତଳତା ଆଖୁ ରସ ଦେଇଥାଏ ତାହା ସ୍ୱତନ୍ତ୍ର। ଏହା କେବଳ ସୁଆଦିଆ ଲାଗେ ନାହିଁ, ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ। ତେଣୁ ଲୋକେ ଦିନକୁ ଥରେ ହେଉ ବି ଆଖୁ ରସ ପିଇଥାନ୍ତି।
ପ୍ରାୟତଃ ଦେଖାଯାଏ ଯେ ଆଖୁରୁ ରସ ବାହାର କରିବା ପାଇଁ ହାତ ମେସିନ୍ କିମ୍ବା ବୈଦ୍ୟୁତିକ ମେସିନ ବ୍ୟବହାର କରାଯାଏ।
କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଆଖୁରୁ ନିଆରା ଢଙ୍ଗରେ ରସ ବାହାର କରୁଥିବା ଦେଖାଯାଉଛି। ତେବେ ଆସନ୍ତୁ ଏହି ଅଭିନବ ପଦ୍ଧତିକୁ ଦେଖିନେବା।
ଏହି ୧୩ ସେକେଣ୍ଡର ଭିଡିଓ RANDOM FACTS ନାମକ ଏକ ଆକାଉଣ୍ଟରୁ ଟ୍ୱିଟର୍ରେ ଶେୟାର କରାଯାଇଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏହି ଲୋକମାନେ ଏକ ହ୍ୟାଣ୍ଡ୍ ପମ୍ପ୍ ଆକାରରେ ଏକ କାଠ ମେସିନ୍ ପ୍ରସ୍ତୁତ କରିଛନ୍ତି। ସେମାନେ ଯେଉଁ ଉପାୟରେ ଆଖୁରୁ ରସ ବାହାର କରୁଛନ୍ତି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡିଓରେ, ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ମୋଟରସାଇକେଲ୍ ଚଲାଇ ରାଉଣ୍ଡ୍ ମାରୁଛନ୍ତି। ଏହା ପରେ ଆଖୁରୁ ରସ ବାହାରୁଛି। ମୋଟରସାଇକେଲ୍ ଘୂରିବାର କିଛି ସେକେଣ୍ଡରେ ଅନେକ ଆଖୁ ରସ ବାହାରୁଥିବା ଦେଖାଯାଉଛି। ଏଥିରେ ସେମିତି କିଛି ପରିଶ୍ରମ କରିବାକୁ ପଡୁନି।
ଆଖୁ ରସ ବାହାର କରିବାର ଏହି ଭିଡିଓ ଟ୍ୱିଟରରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଖବର ଲେଖା ହେବା ବେଳକୁ ୧୫୯.୯K ଲୋକ ଏହି ଭିଡିଓ ଦେଖିସାରିଥିଲେ। ଏଥି ସହିତ ଲୋକମାନେ ଏହା ଉପରେ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।
Innovative way to extract sugarcane juice🥤🥤🥤 pic.twitter.com/imqvRr7MNJ
— RANDOM FACTS (@RANDOMFACTS2022) June 16, 2022
କେହି କେହି ଏହାକୁ ଏକ ଉପଯୋଗୀ କୌଶଳ କହୁଥିବାବେଳେ ଅନ୍ୟ କେତେକ କହୁଛନ୍ତି ଯେ ଏଥିରେ ବହୁ ପେଟ୍ରୋଲ୍ ସରିବ। ଏଥି ସହିତ ଜଣେ ଉପଭୋକ୍ତା ପାକିସ୍ତାନକୁ ଟ୍ରୋଲ୍ କରି ଲେଖିଛନ୍ତି ଯେ ପାକିସ୍ତାନ ଭଳି ଦେଶରେ ପେଟ୍ରୋଲ ଦର ବୃଦ୍ଧି ହେତୁ ଲୋକମାନେ ଏହାକୁ ବ୍ୟବହାର କରିପାରିବେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)