/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671627648.jpg)
Engineer Becomes First Indian Man To Receive The Arjuna Award For Mallakhamb
୨୫ ବର୍ଷୀୟ ଭାରତୀୟ ଜିମ୍ନାଷ୍ଟ ସାଗର ଓଭଲ୍କର୍ ଚମତ୍କାର କରିଛନ୍ତି। ସେ ପ୍ରଥମ ଭାରତୀୟ ପୁରୁଷ ହୋଇପାରିଛନ୍ତି ଯାହାଙ୍କୁ 'ମଲ୍ଲଖମ୍ବ' ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନଭେମ୍ବର ୩୦, ୨୦୨୨ରେ ସାଗରଙ୍କୁ 'ମଲ୍ଲଖମ୍ବ' ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ୨୧ ବର୍ଷ ବୟସ୍କା ହିମାନୀ ପରବଙ୍କ ପରେ ସେ ଏହି ସମ୍ମାନ ପାଇଥିବା ଦ୍ୱିତୀୟ ଭାରତୀୟ।
ANI ସହିତ କଥାବାର୍ତ୍ତା କରି ସାଗର ତାଙ୍କ ଦୈନନ୍ଦିନ ଜୀବନ ବିଷୟରେ କହିଛନ୍ତି ଯେ ସେ ବର୍ତ୍ତମାନ ମୁମ୍ବାଇର ଏକ କେମିକାଲ୍ ପ୍ରୋସେସ୍ ପାଇପ୍ କମ୍ପାନୀରେ ପ୍ରୋଜେକ୍ଟ କୋଅର୍ଡିନେସନ୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଦିନରେ କାମ କରନ୍ତି ଏବଂ ରାତିରେ ଅଭ୍ୟାସ କରନ୍ତି। ପୂର୍ବରୁ ଦୈନନ୍ଦିନ ଅଭ୍ୟାସ ପାଇଁ ସେ ଜବାହର ବିଦ୍ୟା ଭବନ ସ୍କୁଲ୍ ଯାଉଥିଲେ ବୋଲି କହିଛନ୍ତି।
ଉଲ୍ଲେଖନୀୟ ଯେ, ସାଗର ୨୦୧୯ ବିଶ୍ୱ ମଲ୍ଲଖମ୍ବ ଚାମ୍ପିଅନ୍ସିପ୍ରେ ତିନୋଟି ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ପ୍ରକାଶ କରିଛନ୍ତି ଯେ ଆସନ୍ତା ବର୍ଷ ଭୁଟାନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍ ପାଇଁ ସେ ଜୋର୍ଦାର୍ ପ୍ରସ୍ତୁତି ଚଳାଇଛନ୍ତି।
#1stmallakhambworldchampionship#champion#winner#mallakhambwc2019pic.twitter.com/qA6Duf8G22
— Sagar Ovhalkar (@SOvhalkar) February 18, 2019
ସାଗରର ମୁଖ୍ୟ ପ୍ରଶିକ୍ଷକ ସୁନୀଲ ଗଙ୍ଗାୱଣେ ମଧ୍ୟ ଏହି ଯୁବ ଆଥଲେଟ୍ଙ୍କ ବିଷୟରେ ପ୍ରକାଶ କରିଛନ୍ତି। ସେ ୨୦୦୫ରୁ ଏହି ଅଭ୍ୟାସ କରିଆସୁଛନ୍ତି। ଗଙ୍ଗାୱଣେ କହିଛନ୍ତି ଯେ ସମୟ, ପାରିବାରିକ ପରିସ୍ଥିତି ଇତ୍ୟାଦିକୁ ବାଦ ଦେଇ ବି ସେ ଅଭ୍ୟାସ ପାଇଁ ଆସନ୍ତି। ସେ ସକାଳୁ ଜଲ୍ଦି ଉଠି ଦିନରାତି ଅଭ୍ୟାସ କରନ୍ତି। ଆମର ଲକ୍ଷ୍ୟ ହେଉଛି ଭୁଟାନରେ ଚାଲିଥିବା ମଲ୍ଲଖମ୍ବ ବିଶ୍ୱ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତିବା। ମିନି ଅଲିମ୍ପିକ୍ ସ୍ପୋର୍ଟସ୍ ଚାମ୍ପିଅନସିପ୍, ଜଲଗାଓଁ ମହାରାଷ୍ଟ୍ର ପାଇଁ ମଧ୍ୟ ଆମେ ପ୍ରସ୍ତୁତ ହେଉଛୁ।
Shiv Chhatrapati Sports Award 2017-2018#dreamcometrue#proud#moment#prestigeous#awardpic.twitter.com/Io91Q6n7S9
— Sagar Ovhalkar (@SOvhalkar) February 19, 2019
ଅଧିକ ପଢ଼ନ୍ତୁ: ଯୁବ ଇଞ୍ଜିନିୟରଙ୍କ ପକ୍ଷୀ ପ୍ରେମ : ଚାକିରୀ ଛାଡି କରିଛନ୍ତି ଚଢେଇ ବିହାର, ନିଶା ପାଲଟି ଯାଇଛି ବେଉସା
ଏହା ସହିତ ସାଗରଙ୍କ ବାପା ମଧ୍ୟ ANI ସହିତ ଆଲୋଚନା ବେଳେ କହିଛନ୍ତି ଯେ ସାଗର ତାଙ୍କ ବଡ଼ ଭାଇ ରାକେଶ ଓଭଲକରଙ୍କ ଠାରୁ ମଲ୍ଲଖମ୍ବ କରିବାକୁ ପ୍ରେରଣା ପାଇଛନ୍ତି। ସେ କହିଛନ୍ତି, “ମୋ ପୁଅର ମଲ୍ଲଖମ୍ବ ପ୍ରତି ବହୁତ ଆଗ୍ରହ ରହିଛି, ତା’ ଭାଇ ରାକେଶ ତାକୁ ଉତ୍ସାହିତ କରୁଛି। ସେ ଅର୍ଜୁନ ପୁରସ୍କାର ଜିତି ଆମକୁ ଗର୍ବିତ କରିଛି। ବର୍ତ୍ତମାନ ଆମେ ସାଗର ପାଇଁ ଏକ ସରକାରୀ ଚାକିରି ଚାହୁଁଛୁ।"
Watch Mallakhamb Innovators Artists Brilliant Standing Ovation Performance in Mumbai's Got Talent https://t.co/WXJAh8CYZ4
— Sagar Ovhalkar (@SOvhalkar) February 2, 2019
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)