Advertisment

କେହି ପଚାରୁନାହାନ୍ତି...ଠାକୁରଙ୍କ ଭରସାରେ ଡ଼ାଙ୍ଗଧର

କାଦୁଅରେ ଶୋଉଛନ୍ତି ଡାଙ୍ଗଧର । ଖାଇବାକୁ ନାହିଁ କି ଘର ନାହିଁ...ସମସ୍ତେ ଭତ୍ତା ଲାଗି ଯୋଗ୍ୟ ପରେ ବି କାହାକୁ ମିଳୁନି । ସରକାର ନୁହେଁ ବରଂ ଠାକୁର ହିଁ ସାହାଭରସା ବୋଲି କହୁଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Elderly man

Elderly man

ଘରର ଅବସ୍ଥା ଏମିତି ଯେ ଦେଖିଲେ କେହି ବିଶ୍ୱାସ ବି କରିପାରିବେ ନାହିଁ ସେହି ଘରେ ମଣିଷ ରହୁଛନ୍ତି ବୋଲି? କିନ୍ତୁ ସେହି ଘରେ ଯିଏ ରହୁଛନ୍ତି, କେମିତି ରହୁଛନ୍ତି ବଡ଼ ଆଶ୍ଚର୍ଯ୍ୟ ଲାଗିବ । କମର ଧରିଗଲାଣି...ଚାଲିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ସେଇଥି ପାଇଁ ତ କାଦୁଅ ଉପରେ ଶୋଇ ସରକାରଙ୍କୁ ମାଗୁଛନ୍ତି ସାହାଯ୍ୟ । ବରୁଣେଶ୍ୱର ହିଁ ମୋର ସାହାଭରସା ବୋଲି ବାରମ୍ବାର କହୁଛନ୍ତି ।

Advertisment

ଅସହାୟ ମୁଷନ ଜେନା । ଯାଜପୁର ବିଞ୍ଝାରପୁର ଘଂଟିଆଳି ଲେଙ୍କା ସାହିରେ ତାଙ୍କ ଘର । ବୟସ ୭୫ ପାର୍‌ ହେଲାଣି । ଅଣ୍ଟାରେ ବଳ ଥିବା ପରେ ଯାହା ଯେମିତି ରୋଜଗାର କରୁଥିଲେ । ହେଲେ ଏବେ ଅଣ୍ଟାରେ ଆଉ ବଳ ନାହିଁ । ଖଟିବାକୁ ସାହସ ବି ନାହିଁ । ସେଇଥି ଲାଗି ତ ବୃଦ୍ଧ କାଳରେ ତାଳବରଡା ଘରେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ୍‌ ।

ଟଙ୍କା ଅଭାବରୁ ୨ ବର୍ଷ ହେଲାଣି ଘର ଛପର ହୋଇନି । ବର୍ଷା ହେଲେ ଘରେ ପାଣିର ସ୍ରୋତ...ଆଉ ଏମିତି ପରିସ୍ଥିତିରେ ଏହି ଭଙ୍ଗାଘରେ ରହୁଛନ୍ତି ସ୍ୱାମୀ-ସ୍ତ୍ରୀ । ଏମାନେ ଏତେ କଷ୍ଟରେ ରହୁଛନ୍ତି ଦେଖିବା ଲୋକ ଆଖିରୁ ଲୁହ ଝରିପଡୁଛି ହେଲେ ପ୍ରଶାସନିକ ଅଧିକାରୀଙ୍କ ନଜର ତାଙ୍କ ଉପରେ ପଡୁନି । ଅଣ୍ଟା ଭାଙ୍ଗିଯିବା ପରେ ମୁଷନଙ୍କ ଜୀବନ ସତେ ଯେମିତି ଦୁର୍ବିସହ ହୋଇ ପଡ଼ିଛି । ତେଣୁ ଏମିତି ଘରେ ପଡି ଠାକୁରଙ୍କୁ ଡାକି ଡାକି ବଞ୍ଚୁଛନ୍ତି ସ୍ୱାମୀ-ସ୍ତ୍ରୀ ।

Advertisment

ଦୁଃଖ ଏତିକିରେ ସରିନି ବରଂ ଘରେ ୫୦ ବର୍ଷର ଦିବ୍ୟାଙ୍ଗ ପୁଅ ବି ଅଛି । ଜାଣିଆଶ୍ଚର୍ଯ୍ୟ ହେବେ କି ଘରେ ତିନିତିନି ଜଣ ଭତ୍ତା ଲାଗି ଯୋଗ୍ୟ ଥିଲେ ବି ଏବେ କାହାକୁ ବି ମିଳୁନି ଭତ୍ତା । ସରକାରୀ ସାହାଯ୍ୟ କହିଲେ ମାସକୁ ମାତ୍ର ୧୫ କିଲୋ ଚାଉଳ । ସେତିକିରେ ପୂରା ମାସଟା କେମିତି ଚଳୁଥିବ ପରିବାର ତାହା ଉଣାଅଧିକ ସମସ୍ତଙ୍କୁ ଜଣା । ଦିନରେ କଷ୍ଟେମଷ୍ଟେ ଘରେ ରହୁଛନ୍ତି ସତ ହେଲେ ସଂଧ୍ୟା ହେଲେ ଅନ୍ଧାର ଭିତରେ କଟୁଛି ରାତି ।

ଘର ଖଣ୍ଡିଏ ଲାଗି ବାରମ୍ବାର ଗୁହାରି କରିବା ପରେ କେହି ଶୁଣିନଥିବା ଅଭିଯୋଗ ହୋଇଛି । ତେବେ ଏମାନଙ୍କ ଅସହାୟତା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଜାଣିବା ପରେ ତୁରନ୍ତ ଏହି ପରିବାରକୁ ସହାୟତା ଦେବା ଲାଗି ବ୍ଲକ୍‌ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସମୟ କହିବ କେବେ ଏମାନଙ୍କ ପାଖରେ ପହଞ୍ଚୁଛି ସରକାରୀ ସହାୟତା ।

Special Story
Advertisment
Advertisment