Advertisment

ଜେଲ୍‌ରେ ବସି ବସି ଲେଖିଦେଲେ ଫିଲ୍ମର କାହାଣୀ

ଖୁବ ଶୀଘ୍ର ରିଲିଜ୍ ହେବ ‘ଏକନ ଅନେକନ’। ଯିଏ ଏହାର ସ୍କ୍ରିପ୍ଟ ଲେଖିଛନ୍ତି ସେ ଜଣେ କଏଦୀ। କୌଣସି ଏସି ରୁମ୍‌ରେ ବସି ନୁହେଁ ବରଂ ଜେଲ୍‌ର ଚାରିକାନ୍ଥ ଭିତରେ ରହି ସେ ଏହି ଫିଲ୍ମର କାହାଣୀ ଲେଖି ଦେଇଛନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Ekan Anekan prisoner writes movie script from jail

Ekan Anekan prisoner writes movie script from jail

ଜେଲ୍‌ରେ ଲେଖିଦେଲେ ଫିଲ୍ମର କାହାଣୀ। କେରଳର କାସରଗୋଡରେ ଅବସ୍ଥିତ ଚିମେନୀ ଓପନ୍ କାରାଗାରରେ ଥିବା ଶା ଥାଚିଲ୍ଲାମ ନାମକ ଜଣେ ବ୍ୟକ୍ତି ଜେଲ୍‌ରେ ଥାଇ ଫିଲ୍ମର କାହାଣୀ ଲେଖିଦେଇଛନ୍ତି। ‘ଏକନ ଅନେକନ’ ନାମକ ଏହି ଫିଲ୍ମରେ ବିଭିନ୍ନ କ୍ଷେତ୍ରର ଆଠଜଣ ଲେଖକ ସହଯୋଗ କରିଥିବା ବେଳେ ଥାଚିଲ୍ଲାମ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି କୌଣସି କାହାଣୀ ନୁହେଁ, କିନ୍ତୁ ଫିଲ୍ମର ଅନେକ ଚରିତ୍ର ସେମାନଙ୍କ ଦୃଷ୍ଟିକୋଣରୁ କାହାଣୀ ଶୁଣାଉଛନ୍ତି।

Advertisment

୩୦ ବର୍ଷ ପୂର୍ବେ ଏକ ମେଳାରେ ହୋଇଥିବା ହତ୍ୟା ମାମଲାରେ ଇରିଞ୍ଜାଲାକୁଦା ନିବାସୀ ଥାଚିଲ୍ଲମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେସନ୍ସ କୋର୍ଟ ଦ୍ୱାରା ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା କିନ୍ତୁ କେରଳ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଦୁଇ ବର୍ଷ ଭିୟ୍ୟୁର ଜେଲ୍‌ରେ ରହିବା ପରେ ଥାଚିଲ୍ଲମଙ୍କୁ ତାଙ୍କ ଆଚରଣ ଆଧାରରେ ଚିମେନୀ ଓପନ୍ ଜେଲକୁ ପଠାଯାଇଥିଲା।

ଜେଲ୍‌ରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର:

୨୦୧୮ରେ ଚିମେନୀ ଓପନ୍ ଜେଲ୍ କଏଦୀମାନଙ୍କ ମଧ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏକ ଫିଲ୍ମ ନିର୍ମାଣ ତାଲିମ କର୍ମଶାଳାର ଆୟୋଜନ କରିଥିଲା। କର୍ମଶାଳାରେ ୨୧ ଜଣ କଏଦୀ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଥାକିଲ୍ଲମ।

Advertisment

କଏଦୀମାନଙ୍କୁ ତାଲିମ ଦେବା ପାଇଁ ଚିଦାମ୍ବରମ୍ ପଲାନିୟାପ୍ପନ୍ ଆସିଥିଲେ ଏବଂ ସେ ହିଁ ହେଉଛନ୍ତି ‘ଏକନ୍ ଅନେକନ’ର ନିର୍ଦ୍ଦେଶକ। ଏକ ସାକ୍ଷାତକାରରେ ଚିଦାମ୍ବରମ୍ କହିଛନ୍ତି, “ଥାଚିଲ୍ଲମ ବହୁତ ଆଗ୍ରହ ଦେଖାଇ ଜେଲ୍‌ରେ ହିଁ ୱାର୍ଡେନ ଏବଂ ଅନ୍ୟ ଅଧିକାରୀଙ୍କ ସହାୟତାରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କର ଉତ୍ସାହ ଦେଖି ମୁଁ ତାଙ୍କୁ ‘ଏକନ ଅନେକନ’ ଟିମ୍‌ରେ ରଖିଲି।”

ସଫଳତାରେ ଥାଚିଲ୍ଲମ୍ 'ଖୁସି' ନୁହଁନ୍ତି:

୫୦ ବର୍ଷିୟ ଥାଚିଲ୍ଲମଙ୍କ ଜୀବନ ଅତ୍ୟନ୍ତ ଅନିଶ୍ଚିତ। ଯୁବ ମନର କ୍ରୋଧ କାରଣ ତାଙ୍କ ସହ ଏମିତି ଘଟିଥିବା ସେ କହିଛନ୍ତି। ଯେତେବେଳେ ସେସନ୍ କୋର୍ଟ ଦ୍ୱାରା ତାଙ୍କୁ ମୁକ୍ତ କରାଯାଇଥିଲା, ସେତେବେଳେ ତାଙ୍କ ମନରେ ଭରସା ଆସିଲା ଏବଂ ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଜେଲରେ ରଖାଯାଇଥିଲା। ଜେଲ୍‌ ଯିବା ପରେ ତାଙ୍କୁ ଦୁଇଟି ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ମଧ୍ୟ ଆସିଥିଲା।

ସାନ୍ତାକୁଲମ୍ ଘଟଣା ଉପରେ ଆଧାରିତ ଫିଲ୍ମ:

ଚିଦାମ୍ବରମ୍ ପଲନିୟାପ୍ପନ୍ କହିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ସାନ୍ତାକୁଲମ୍ ଘଟଣା ଉପରେ ଆଧାରିତ। ଜୁନ୍ ୨୦୨୦ରେ, ତାମିଲନାଡୁର ସାନ୍ତାକୁଲମ୍‌ରେ ପୋଲିସର ଅତ୍ୟାଚାର ହେତୁ ପି ଜୟରାଜ (୫୬) ଏବଂ ତାଙ୍କ ପୁଅ ଫେନିକ୍ସ ଇମାନୁଏଲ୍ (୩୧) ଙ୍କ ଦେହାନ୍ତ ହୋଇଥିଲା। ଏହା ପରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଥାଚିଲ୍ଲମ କହିଛନ୍ତି ଯେ ଯଦି ସ୍କ୍ରିପ୍ଟ ଲେଖିବା ପାଇଁ ତାଙ୍କୁ କିଛି ଟଙ୍କା ମିଳେ ତେବେ ସେ ସେହି ଟଙ୍କା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦେବେ। ଅଧିକାରୀମାନେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଚଳଚ୍ଚିତ୍ର ନିର୍ମାଣ କର୍ମଶାଳା ଆୟୋଜନ କରିଥିଲେ ଏବଂ ସମାଲୋଚନାର ସମ୍ମୁଖୀନ ମଧ୍ୟ ହୋଇଥିଲେ। ଥାଚିଲ୍ଲମ ସେହି ଟଙ୍କା ତାଙ୍କୁ ଫେରାଇବାକୁ ଚାହୁଁଛନ୍ତି।

Ajab Gajab Film Script
Advertisment
Advertisment