Advertisment

କ୍ୱାରେଣ୍ଟାଇନ୍‌ ସମୟରେ ଦାଦନ ଶ୍ରମିକଙ୍କୁ ବୁଝାଇଥିଲେ ସୁଜିତ, ଏବେ ଜଣେ ଜଣେ ସଫଳ କୁକୁଡ଼ା ଚାଷୀ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
farming

farming

ଦିନେ ଦାଦନ ଖଟୁଥିଲେ, ଏବେ କୁକୁଡ଼ା ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । କରୋନା ଆରମ୍ଭ ପୂର୍ବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ମହାମାରୀ ବେଳେ ଘରକୁ ପୁଣି ଘରକୁ ଫେରି ଆସିଲେ । ଆଉ ଘରକୁ ଆସିବା ପରେ ସରକାରୀ ଯୋଜନାର ସାହାଯ୍ୟ ନେଇ କରୁଛନ୍ତି କୁକୁଡ଼ା ଚାଷ ।

Advertisment

ସରକାରୀ ଯୋଜନାର ସଫଳତା ପାଇଁ ସରକାରୀ ଅଧିକାରୀଙ୍କ ଆନ୍ତରିକତା ହିଁ ମୂଳ । ଆର୍ଥାତ୍‌ ଅଧିକାରୀଙ୍କ ଆନ୍ତରିକତା ଥିଲେ ହିଁ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ଭବ । ଏଭଳି କିଛି ପ୍ରମାଣିତ କରି ଦେଖାଇଛନ୍ତି ଖପ୍ରାଖୋଲ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଜିତ ଶତପଥୀ । ବାହାର ରାଜ୍ୟକୁ ଦାଦନ ଯାଇ ଅନେକ ନିର୍ଯାତନାର ଶିକାର ହେଉଥିଲେ ଦାଦନ ଶ୍ରମିକ । ଇଟାଭାଟିରେ କାମ କରିବା ସମୟରେ କେତେବେଳେ ଜୀବନ ମଧ୍ୟ ଚାଲି ଯାଉଥିଲା ।

ଏହି ସବୁ ସମସ୍ୟାକୁ କ୍ୱାରେଣ୍ଟାଇନ ସମୟରେ ଶ୍ରମିକଙ୍କୁ ବୁଝାଇଥିଲେ ସୁଜିତ । ପରେ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରି ରୋଜଗାରର ପନ୍ଥା ଦେଖାଇବାର ପ୍ରତିଶ୍ରୁତି ବି ଦେଇଥିଲେ । ଆଉ ପରେ ନିଜ ପ୍ରତିଶ୍ରୁତ ମଧ୍ୟ ପାଳନ କରିଥିଲେ । ଏବେ ଦାଦନ ଶ୍ରମିକରୁ କୁକୁଡ଼ା ଚାଷୀ ହୋଇଥିବା ଖପ୍ରାଖୋଲ ବ୍ଲକର ଅନେକ ଗରିବ ହିତାଧିକାରୀ ବେଶ୍‌ ଖୁସିରେ ଅଛନ୍ତି ।

Advertisment

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି । ଏହି ଯୋଜନାରେ ଏକ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୭୨ ହଜାର ଟଙ୍କାର ସରକାରୀ ରିହାତି ମଧ୍ୟ ରହିଛି । ଯାହା ଗରିବ ହିତାଧିକାରୀଙ୍କୁ ସହାୟକ ହେଉଛି । ମାତ୍ର ୨ ମାସ ମଧ୍ୟରେ ୪୦ ହଜାର ଟଙ୍କା ଖର୍ଚ୍ଚ କରି ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଥିବା ଜଣାଇଛନ୍ତି ଚାଷୀ । ଏପରିକି ସେମାନେ ଆଉ ଦାଦନ ଯିବେ ନାହିଁ ବୋଲି ଶପଥପାଠ ମଧ୍ୟ କରିଥିବା ଜଣାପଡ଼ିଛି ।

ତେବେ ଏ ବିଷୟରେ ଖପ୍ରାଖୋଲ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଜିତ ଶତପଥୀଙ୍କ କହିବାନୁଯାୟୀ, ପ୍ରଥମେ ସେମାନଙ୍କୁ ସଚେତନତା ସଭା ମାଧ୍ୟମରେ ସରକାରୀ ଯୋଜନା ବିଷୟରେ ଜଣାଇଥିଲେ । ପରେ ସେମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଳେ । ତେବେ ଡାକ୍ତରଙ୍କ ଏଭଳି ପ୍ରୟାସ ପାଇଁ କେବଳ ଖପ୍ରାଖୋଲ ନିୁହେଁ ବଲାଙ୍ଗିର ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ସଧାରଣ ଜନତାଙ୍କ ଠାରୁ ବେଶ ପ୍ରଶଂସା ପାଉଛନ୍ତି ।

Farming Human Interest Story
Advertisment
Advertisment