Advertisment

ପରିବେଶ ଚିନ୍ତା : ୨ ବର୍ଷରେ ଲଗାଇଲେଣି ୧୦ ହଜାର ଗଛ

କଟକ ସଦର ଅଞ୍ଚଳର Hindustan helping hands ସାମାଜିକ ସଂସ୍ଥାର ସଦସ୍ୟମାନେ ଏକାଠି ହୋଇ ଅନାବାଦୀ ଓ ଗୋଚର ସ୍ଥାନରେ ଲଗାଇଛନ୍ତି ଗଛ । ଆଉ ଗଛ ଗୁଡ଼ିକ ପରିବେଶ ଲାଗି ବେଶ ଉପଯୋଗୀ ମଧ୍ୟ । ତେଣୁ ଅକ୍ଲାନ୍ତ ପରିଶ୍ରମ କରି ଏମିତି ଗଛ ଲଗାଉଛନ୍ତି ଯୁବକ ।

ଅଦ୍ୟତନ ହୋଇଛି
Tree Plantation Drive In Cuttack

plantation drive

Advertisment

ହାତରେ ଦାଆ ,କୋଦାଳ ଧରି ଚାଲିଛି ଅନାବାଦୀ ସ୍ଥାନଗୁଡ଼ିକରେ ସଫେଇ । ଖାଲି ସଫା କରାଯାଉଛି ତାହା ନୁହେଁ ବରଂ ଚାରାଗଛ ରୋପଣରେ ବ୍ୟସ୍ତ ଅଛନ୍ତି ଯୁବକମାନେ । କିନ୍ତୁ କାହିଁକି ସେମାନେ ଗଛ ଲଗାଉଛନ୍ତି ତାହା ଜାଣିଲେ ଆପଣଙ୍କୁ ଖୁସି ଲାଗିବ ନିଶ୍ଚୟ ।

Advertisment

କଟକ ସଦର ଅଞ୍ଚଳର Hindustan Helping Hands ସାମାଜିକ ସଂସ୍ଥାର ସଦସ୍ୟମାନେ ଏକାଠି ହୋଇ ଅନାବାଦୀ ଓ ଗୋଚର ସ୍ଥାନରେ ଲଗାଇଛନ୍ତି ଗଛ । ଆଉ ଗଛ ଗୁଡ଼ିକ ପରିବେଶ ଲାଗି ବେଶ ଉପଯୋଗୀ ମଧ୍ୟ । ତେଣୁ ଅକ୍ଲାନ୍ତ ପରିଶ୍ରମ କରି ଏମିତି ଗଛ ଲଗାଉଛନ୍ତି ଯୁବକ ।

ଅଧିକ ପଢ଼ନ୍ତୁ: ଜାପାନିଜ୍ ପ୍ରକ୍ରିୟାରେ ମିୟାଓ୍ୱାକି ବନୀକରଣ; ୨.୫ ଏକର ଜମିରେ ୮ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ

Advertisment

ଜାଣି ଆଶ୍ଚର୍ଯ୍ୟ ହେବେ , ମାତ୍ର ୨ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଗଛ ଲଗାଇଲେଣି ସଂସ୍ଥାର ଯୁବକମାନେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜ ବ୍ୟସ୍ତବହୁଳ ସମୟରୁ ସମୟ ବାହାର କରି ଗଛର ଯତ୍ନ ନେଉଛନ୍ତି ଯୁବକମାନେ । ଖାଲି ଚାରା ରୋପଣ କରି ଛାଡିଦେଉନାହାନ୍ତି ବରଂ କେମିତି ସେମାନେ ବଡ଼ ହେବେ ସେନେଇ କରୁଛନ୍ତି ବିଶେଷ ଯତ୍ନ । ତେବେ ଏହି ଯୁବକମାନେ ଆମ୍ବ,ଜାମୁ,ପିଜୁଳି,ପେସ୍ତା,କାଜୁ ଭଳି କିସମ କିସମର ଗଛ ଲଗାଉଥିବା ଦେଖିବାକୁ ମିଳିଛି । ଏମିତିକି ଗଛ ଅନୁସାରେ ଜାଗା ଗୁଡ଼ିକର ସେମାନେ ନାମକରଣ ମଧ୍ୟ କରିଛନ୍ତି।

ଯେମିତି ଛୋଟ ଛୋଟ ଜଙ୍ଗଲୀଆ ସ୍ଥାନଗୁଡ଼ିକର ନାଁ ଲିଟିଲ୍ ଆମାଜନ ରଖିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ପବିତ୍ର ତଥା ଔଷଧୀୟ ଗଛ ଲଗାଇ ତାର ନାଁ ହୋଲିଊଡ଼ ନାମକରଣ କରିଛନ୍ତି। ଠିକ୍ ସେହିପରି ଫଳ ଦେଉଥିବା ଅନ୍ୟ କିଛି ବୃକ୍ଷ ମଧ୍ୟ ସେମାନେ ଲଗାଇଛନ୍ତି ଆଉ ତାର ନାଁ ଦେଇଛନ୍ତି ଫ୍ରୁଟ୍ ଜୋନ। ତେବେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏତେ ପରିମାଣରେ ବୃକ୍ଷ ଲଗାଇବାର କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନାହିଁ। ବରଂ କେମିତି ପରିବେଶ ପ୍ରଦୂଷଣ କମିବ କେବଳ ତାହା ହିଁ ଲକ୍ଷ୍ୟ ଥିବା କହିଛନ୍ତି ଯୁବକମାନେ ।

Advertisment

(କଟକରୁ କ୍ୟାମେରା ପର୍ସନ ରମାକାଣ୍ଡ ମହାପାତ୍ରଙ୍କ ସହ ବିଶ୍ୱଜିତ ଆଚାର୍ଯ୍ୟଙ୍କ ରିପୋର୍ଟ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ