/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724654376.jpg)
Cow's Search For Calf
ଅଟୋଟି ଯୁଆଡେ ଯାଉଛି ଗାଈଟିଏ ତାକୁ ଗୋଡ଼ାଇ ଚାଲିଛି । ଅଟୋ ଭିତରେ ଚାଳକଙ୍କ ବ୍ୟତୀତ ଆଉ କେହିବି ନାହାନ୍ତି । କି ଅଟୋ ଚାଳକ ଜଣକ ମଧ୍ୟ ତା’ ମାଲିକ ନୁହଁନ୍ତି । ଏମିତି ଦୃଶ୍ୟ ଦେଖି କେହି କିଛି ବୁଝିପାରୁନଥିଲେ । ଗାଈଟି ଅଟୋ ପଛରେ ଏମିତି କାହିଁକି ଧାଉଁଛି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ତେବେ ଅସଲ କଥା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।
ଦେଢ଼ ବର୍ଷ ତଳର କଥାକୁ ଏ ଗାଈଟି ମନେ ରଖିଛି । ତା’ ଛୁଆକୁ ଫେରାଇ ଆଣିବାକୁ ପାଟି ଫିଟାଇ କହିପାରୁନି ସତ ହେଲେ ତା’ର ନୀରିହ ଆଖି ସବୁ କିଛି କହିଦେଉଛି । ସେ ପରା ମାଆ । ଛୁଆକୁ ଭୁଲିବ ବା କେମିତି ? । ଆଜିକୁ ପ୍ରାୟ ଦେଢ଼ ବର୍ଷ ତଳେ ଏ ଗାଈର ବାଛୁରୀ ଅସୁସ୍ଥ ଥିଲା । ତେଣୁ ଅଟୋ ଚାଳକ ଜଣକ ଏଇ ସମାନ ଅଟୋରେ ତା’ ଛୁଆକୁ ପଶୁ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ବାଛୁରୀକୁ ଚିକିତ୍ସାକରି ଅନ୍ୟ ଏକ ଗୋଶାଳାରେ ଛାଡିବାକୁ ପଡିଥିଲା । ଫଳରେ ମା’ କୋଳକୁ ଆଉ ଫେରିନଥିଲା କୁନି ବାଛୁରୀ ।
ଆଉ ଏବେ ଦେଢ଼ ବର୍ଷ ପରେ ସମାନ ଅଟୋକୁ ଦେଖି ଗାଈଟି ବାଟ ଛାଡ଼ୁନି । ଆଉ ଯେମିତି ପଚାରୁଛି ମୋ ଛୁଆ କାଇଁ ? ସତରେ ଦର୍ଶକ ବନ୍ଧୁ ଏ ଭିଡିଓ ଆଜି ସମସ୍ତଙ୍କ ଆଖି ଓଦା କରିଦେଇଛି । ଯେଉଁଠି ଆଜିର ମଣିଷ ବାପା ମା ବୁଢା ହେଇଗଲା ପରେ ବୃଦ୍ଧାଶ୍ରମରେ ଛାଡି ଦେଇ ମଣିଷ ପଣିଆକୁ ଭୁଲିଯାଉଛି । ସେଠି ଗାଈଟିର ଏ ଭଲପାଇବା ହୁଏତ ସମସ୍ତଙ୍କୁ ସମ୍ପର୍କର ମୂଲ୍ୟ ବୁଝେଇ ଦେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)