Advertisment

କାର୍ ଡ୍ରାଇଭରଙ୍କ ମୁହଁରୁ ବାହାରୁଛି ଅନର୍ଗଳ ସଂସ୍କୃତ; ଯିଏ ଦେଖିଲା ସିଏ କାବା

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ସଂସ୍କୃତ ବାର୍ତ୍ତାଳାପର ଏକ ଭିଡିଓ। ଜଣେ କାର୍ ଡ୍ରାଇଭରଙ୍କ ମୁହଁରୁ ବାହାରୁଛି ଭୁସ୍‌ଭାସ୍ ସଂସ୍କୃତ। ଏହାକୁ ଦେଖି ବଡ ବଡ ପାଠୁଆ ବି ଲଜ୍ଜିତ ହେଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Cab driver talking to the passenger in Sanskrit

Cab driver talking to the passenger in Sanskrit

ପ୍ରତ୍ୟେକ ମଣିଷର ବ୍ୟକ୍ତିତ୍ୱ ନିଜ କଥାରୁ ଜଣାପଡିଯାଏ। ନିଜ ଭାଷା ହିଁ ନିଜ ସଂସ୍କୃତିର ପରିଚୟ ଦିଏ। ଖାଲି ସେମିତି ନୁହେଁ ଏହା ଜଣଙ୍କର ଶିକ୍ଷା ଏବଂ ଜ୍ଞାନର ପରିଚୟ ମଧ୍ୟ ଦିଏ। ସାଧାରଣତଃ ଏଠି ହିନ୍ଦୀ ଏବଂ ଇଂରାଜୀର ଧାରା ରହିଛି। ଏପରି ପରିସ୍ଥିତିରେ ଯଦି କେହି ସଂସ୍କୃତରେ କଥାବାର୍ତ୍ତା କରେ, ତେବେ ଏହା କାନକୁ ଟିକେ ଅଜବ ଲାଗିପାରେ। ଏହା ଦେବ ଭାଷାର ମାନ୍ୟତା ସତ୍ତ୍ୱେ କେବଳ ଶ୍ରେଣୀ ଗୃହ ଛଡା ବାହାରେ ଶୁଣିବାକୁ ମିଳେନି।

Advertisment

ଏବେ ଏମିତି ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ଯାତ୍ରୀ ଓ କ୍ୟାବ ଡ୍ରାଇଭରଙ୍କ ମଧ୍ୟରେ ସଂସ୍କୃତରେ କଥାବାର୍ତ୍ତାର ଏକ ଭିଡିଓ ଟ୍ୱିଟରରେ ଭାଇରାଲ ହେଉଛି। ଯାତ୍ରୀ ଜଣଙ୍କ ସଂସ୍କୃତରେ କ୍ୟାବ ଡ୍ରାଇଭରଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଯାହାର ଉତ୍ତର କ୍ୟାବ ଡ୍ରାଇଭର ସ୍ୱଚ୍ଛ ସଂସ୍କୃତରେ ଦେଉଥିବା ଦେଖାଯାଏ। ଏହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କାରଣ ସାମାନ୍ୟ ଜଣେ କ୍ୟାବ୍ ଡ୍ରାଇଭର କେମିତି କହିପାରୁଛି ଦେବଭାଷା? ସଂସ୍କୃତ ଜାଣି ନଥିବା କିଛି ପାଠୁଆ ଲୋକଙ୍କୁ ଏହି ଭିଡିଓ ଲଜ୍ଜିତ କରିଦେଉଛି। ତଥାପି ଏହା ସମସ୍ତଙ୍କୁ ପ୍ରେରଣା ଦେଉଛି।

ଯାତ୍ରୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସଂସ୍କୃତରେ ଦେଇ ଡ୍ରାଇଭର ସମସ୍ତଙ୍କ ହୃଦୟ ଜିତିଛନ୍ତି।​ କ୍ୟାବ୍‌ରେ ଯାଉଥିବା ଯାତ୍ରୀ କ୍ୟାବ ଡ୍ରାଇଭରଙ୍କ ସଂସ୍କୃତରେ ଏତେ ପ୍ରଭାବିତ ହୋଇଯାଇଥିଲେ ଯେ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ତା’ପରେ ଯିଏ ସେମାନଙ୍କ ଏହି ବାର୍ତ୍ତାଳପକୁ ଦେଖିଲା ସିଏ ଆଶ୍ଚର୍ଯ୍ୟ ହେଲା। ବର୍ତ୍ତମାନ ସମୟରେ ଭାରତରେ ସଂସ୍କୃତ କେବଳ ବିଦ୍ୟାଳୟରେ ପଢାଯିବା ବ୍ୟତୀତ ଆଉ କିଛି ନୁହେଁ।

Advertisment

ଏଭଳି ପରିସ୍ଥିତିରେ ସଂସ୍କୃତରେ କଥା କହୁଥିବା ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ। କାରଣ ବର୍ତ୍ତମାନ ସମୟରେ ଯେତେବେଳେ ଇଂରାଜୀ ସମସ୍ତଙ୍କ ମାତୃଭାଷାର ସ୍ଥାନ ନେଇଛି, ସେପରି ପରିସ୍ଥିତିରେ, ଦେବ ଭାଷା ସଂସ୍କୃତ ବା କେଉଁଠି ଶୁଣିବାକୁ ମିଳୁଛି। କିନ୍ତୁ ଯିଏ ଏହି ସଂସ୍କୃତର ବାର୍ତ୍ତାଳାପ ଶୁଣୁଛି ସେ ମୁଗ୍ଧ ହୋଇଯାଉଛି।

Hidden Talents Viral Video Ajab Gajab
Advertisment
Advertisment