Advertisment

ମାଆ ମୁହଁରେ ଆହାର ଦେବାକୁ ଦାଦନ ଯାଇଥିଲା ପୁଅ... ଘରକୁ ଫେରିଲା ଶବ

ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?

author-image
Sarbeswar
ଅଦ୍ୟତନ ହୋଇଛି
Migrant Death

Migrant Death

ଗାଁକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ କମ୍ପୁଛି । ସମସ୍ତଙ୍କ ଆଖିରୁ ଝରୁଛି ଲୁହ । କିଏ ପୁଅଲୋ...କିଏ ଭାଇଲୋ ବୋଲି ରାହା ଧରି କାନ୍ଦୁଛି । ପରିବାର ମୁହଁରେ ଆହାର ଦେବା ପାଇଁ ଯେଉଁ ଭେଣ୍ଡିଆ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲା ତା’ର ଶବ ଯେବେ ଘରକୁ ଫେରୁଛି ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ?

Advertisment

୧୦ ମାସ ୧୦ ଦିନ ଗର୍ଭରେ ରଖି ମାଆ ଭାବିଥିଲା ପୁଅ ବଡ ହେଲେ ଭଲ ରୋଜଗାର କରିବ । ଦିନକୁ ଦୁଇ ବକତ ଖାଇବାକୁ ଦେବ । ହେଲେ ସବୁ ସ୍ୱପ୍ନ ତା’ର ସ୍ୱପ୍ନରେ ହିଁ ରହିଗଲା । ପୁଅର ବାଟ ଚାହିଁ ଯେବେ ମାଆ ବସିଥିଲା ସେବେ ପୁଅ ତ  ଘରକୁ ଫେରିଲା, ହେଲେ ଜୀବିତ ନୁହେଁ ବରଂ ମୃତ ହୋଇ । ଆଉ ଆଖି ସାମ୍ନାରେ ପୁଅର ମୃତ୍ୟୁକୁ ଦେଖି ଛାତି ବାଡେଇ କାନ୍ଦୁଛି ମାଆ ।

କନ୍ଧମାଳରେ ପୁଣି ଦେଖିବାକୁ ମିଳିଛି ଦାଦନ ଦୁଃଖ । ଫିରିଙ୍ଗିଆ ଥାନା ପୋଡ଼ାପଡ଼ାର ଧବଳେଶ୍ୱର ମୁଖି ପରିବାର ପୋଷିବାକୁ ପଡୋଶୀ ହାଇଦ୍ରାବାଦ ଯାଇଥିଲେ ଦାଦନ ଖଟିବାକୁ । ହେଲେ ଗତ ରବିବାର ରାତିରେ ପରିବାର ଲୋକଙ୍କୁ ଫୋନ୍‌ ଆସିଥିଲା । ପୋଲିସ କହିଥିଲା ଧବଳେଶ୍ୱର ଆତ୍ମହତ୍ୟା କରିଛନ୍ତି । ହେଲେ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ବରଂ ଅଭିଯୋଗ କରିଛନ୍ତି, ପୁଅକୁ ହତ୍ୟା କରାଯାଇଛି ।

Advertisment

ଖାଲି ଅଭିଯୋଗ କରିଛନ୍ତି ତାହା ନୁହେଁ ବରଂ ଏନେଇ ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି । ସେପଟେ ଧବଳେଶ୍ୱରଙ୍କ ଭାଇ କହିଛନ୍ତି, ବାହାଘର ପରେ ଶ୍ୱଶୁର ଘରେ ରହୁଥିଲେ ଭାଇ । ହାଇଦ୍ରାବାଦରେ କାମ କରୁଥିବା ବେଳେ ହଠାତ୍‌ ଆତ୍ମହତ୍ୟା ନେଇ ଖବର ଆସିଲା । କିନ୍ତୁ ଭାଇର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସେ କହିଛନ୍ତି ।

କେବଳ ଧବଳେଶ୍ୱର ନୁହଁନ୍ତି ବରଂ କନ୍ଧମାଳରେ ପୂର୍ବରୁ ବି ଦାଦନ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ହେଲେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ତେଣୁ ଧବଳେଶ୍ୱରଙ୍କର କାହିଁକି ମୃତ୍ୟୁ ହେଲା ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋର ଧରିଛି ଦାବି ।

Migrant Death Special Story
Advertisment
Advertisment