• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିନା କୋଚିଂରେ କଲେଜ ଟପ୍ପର । ଟ୍ୟୁସନ କରି ନିଜ ଭବିଷ୍ୟତ ଗଢିଲେ ଛାତ୍ରୀ । ନା କୋଚିଂ ନେବାପାଇଁ ଟଙ୍କା ଥିଲା, ନା ପଢା ଖର୍ଚ୍ଚ ପାଇଁ । ତଥାପି ଚାଳଘର ମାଟି ଚଟାଣରେ ପଢି କମାଲ୍ କରିଛନ୍ତି ଏଇ ମେଧାବୀ ଛାତ୍ରୀ । ସାନହାଟୁଆରୀର ରାଧାରାଣୀଙ୍କୁ ନେଇ ଏବେ ଭଦ୍ରକରୁ ଭୁବନେଶ୍ୱର ସବୁଠି ଚର୍ଚ୍ଚା ।

କୁହାଯାଏ ପରିଶ୍ରମ ବ୍ୟର୍ଥ ଯାଏନି, ଯାହା ପ୍ରମାଣିତ ହୋଇଛି ଭଦ୍ରକ ତିହିଡ଼ି ବ୍ଳକ୍ ସାନହାଟୁଆରୀ ଗାଁର ରାଧାରାଣୀଙ୍କ କ୍ଷେତ୍ରରେ । ସ୍ଥାନୀୟ ବିରଞ୍ଚି ନାରାୟଣ ମାଧବାର୍ଜ୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ରାଧାରାଣୀ ମହାଳିକ୍ । ନିକଟରେ ପ୍ରକାଶିତ ଯୁକ୍ତଦୁଇ କଳା ପରୀକ୍ଷାରେ ୫୦୯ ନମ୍ବର ରଖି ଉତ୍ତୀର୍ଣ୍ଣ ହେବାପରେ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ । ହେଲେ ଝିଅର ଏ ଖୁସି ଦେଖିବାକୁ ବାପା ପାଖରେ ନାହାନ୍ତି । ରାଧାରାଣୀଙ୍କ ଅଭାବୀ ପରିବାରରେ ଖୁସି ଯେତିକି ଦୁଃଖ ତାଠାରୁ ଢେର୍ ଅଧିକ ।

ଲୁହ ଛଳଛଳ ଆଖିରେ ନିଜ ସଂଘର୍ଷର କଥା ବଖାଣିବା ବେଳେ ଆଗକୁ କେମିତି ପଢିବେ ଏବେ ସେଇ ଚିନ୍ତାରେ ରାଧାରାଣୀ । ଅସମୟରେ ଆରପାରିକୁ ବାପା ଚାଲିଯିବା ପରେ ପରିବାର ଚଳିବା ଏବେ କଷ୍ଟକର ହୋଇପଡ଼ିଛି । ନିଅଣ୍ଟିଆ ସଂସାରରେ ଯେଉଁଠି ୫ ପ୍ରାଣୀ ଚଳିବା ମୁସ୍କିଲ୍ ସେଠି ପାଠ ପଢିବାକୁ ଟଙ୍କା କେଉଁଠୁ ଆସିବ?  ସେପଟେ ଏଇ ମେଧାବୀ ଛାତ୍ରୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ

ଜାଣି ଆଶ୍ଚର୍ଯ୍ୟ ହେବେ କି ରାଧାରାଣୀଙ୍କ ଘର ବୋଲି ଝାଟିମାଟିର ଚାଳ ଘର । ଆଉ ସେଥିରେ ରୁହନ୍ତି ରାଧାରାଣୀ, ତାଙ୍କ ସାନ ଭାଇ, ମାଆ ଓ ଜେଜେ, ଜେଜେ ମାଆ । ରାଧାରାଣୀ ନିଜେ ଜଣେ ଭଲ ଛାତ୍ରୀ । ତେଣୁ ଘର ପାଖ କଲେଜରେ ପାଠ ପଢିବା ସହ ସାନଭାଇକୁ ପଢାନ୍ତି...ଏମିତିକି ସମୟ ମିଳିଲେ ଘର କାମରେ ମାଆ ଓ ଜେଜେମାଆଙ୍କୁ ସାହାଯ୍ୟ କରନ୍ତି । ତେଣୁ ଏମିତି ଜଣେ ଛାତ୍ରୀ କେମିତି ଆଗକୁ ଭଲରେ ପାଠ ପଢିବେ ସେନେଇ ବ୍ୟବସ୍ଥା କକିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

 

 

 

  • Reported by:
  • Partha Sarathi nayak