Advertisment

୭୦ ବର୍ଷର ଆଇମା ହୋଇଗଲେ ବଡି ବିଲ୍ଡର୍

ଯେଉଁ ବୟସରେ ହାତ ଗୋଡ ଉଠିବା ବି କଷ୍ଟକର ହୋଇପଡେ ସେହି ବୟସରେ ସେ ହୋଇଛନ୍ତି ବଡି ବିଲ୍ଡର। ତାଙ୍କୁ ବୟସ ଏବେ ୭୦, ହେଲେ କମିଯାଇନି ଜୋସ୍। ତାଙ୍କୁ ଦେଖିଲେ ଯେ କେହିବି କହିବେ ସତେ ଯେମିତି ତାଙ୍କ ପାଖରୁ ଯୌବନ ଯାଇନି।

author-image
Pramod Behera
70 years old grandmother becomes bodybuilder

70 years old grandmother becomes bodybuilder

ଆଜିର ସମୟରେ, ପ୍ରତ୍ୟେକ ଯୁବକ ଏବଂ ଯୁବତୀ ଚମତ୍କାର ଫିଟନେସ୍ ଚାହାଁନ୍ତି। କିନ୍ତୁ ଏକ ଫିଟ୍ ଶରୀର ପାଇବା ଏତେ ସହଜ ନୁହେଁ। ଏନେଇ ଜଣକୁ କଠିନ ପରିଶ୍ରମ କରିବାକୁ ପଡେ, ଖାଦ୍ୟ ଏବଂ ପାନୀୟରେ ନିଜର ଇଚ୍ଛାକୁ ନିୟନ୍ତ୍ରଣ କରିବାକୁ ପଡେ ଏବଂ ନିଜକୁ ଚ୍ୟାଲେଞ୍ଜ୍‌ରେ ପକାଇବାକୁ ପଡେ। ଯୌନନ ଅବସ୍ଥାରେ ବଡି ତିଆରି କରିବା ସହଜ, କିନ୍ତୁ ବୃଦ୍ଧାବସ୍ଥାରେ ଏହା କରିବା ର ଦୂରର କଥା ଫିଟ୍ ରହିବା ମଧ୍ୟ ବେଳେ ବେଳେ କଷ୍ଟକର ହୋଇପଡେ। କିନ୍ତୁ ଏହାକୁ ଜଣେ ବୃଦ୍ଧ ମହିଳା କରି ଦେଖେଇଛନ୍ତି। ଆଜିକାଲି ଏହି ବୃଦ୍ଧ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି, କାରଣ ସେ ତାଙ୍କ ଫିଟ୍‌ନେସ୍ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

Advertisment

ଆମେରିକାର ଟେକ୍ସାସରେ ରହୁଥିବା ୭୦ ବର୍ଷର ରେନୀ ଲ୍ୟାଣ୍ଡର୍ସ ଜଣେ ଛାଡପତ୍ର ହୋଇଥିବା ମହିଳା। ୨୦୧୦ ମସିହାରେ ତାଙ୍କ ତଳ ପିଠିରେ କିଛି ସମସ୍ୟା ଦେଖାଦେଇଥିଲା। ଏହି କାରଣରୁ ତାଙ୍କ ହାଡରେ ଅସ୍ତ୍ରୋପଚାର କରିବାକୁ ପଡିଲା। ଅସ୍ତ୍ରୋପଚାର ପରେ ସେ ସ୍ଥିର କଲେ ଯେ ସେ ଏକ ଫିଟ୍ ବଡି ତିଆରି କରିବେ। ସେବେଠାରୁ ସେ ଜିମ୍ ଯିବା ଆରମ୍ଭ କରି ସପ୍ତାହରେ ୫ ଦିନ ବ୍ୟାୟାମ କରିବା ଆରମ୍ଭ କଲେ।

ଏହା ପରେ ରେନୀ ସ୍ଥିର କଲେ ଯେ ସେ ବଡି ବିଲଡିଂ କରିବେ। ୨୦୨୧ ମେ ରେ ତାଙ୍କୁ ଯେତେବେଳେ ୬୯ ବର୍ଷ ହୋଇଥିଲା ସେ ପ୍ରଥମ ଥର ପାଇଁ ଏକ ବଡି ବିଲଡିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ, ଯେଉଁଥିରେ ତାଙ୍କ ସହ ଅଂଶଗ୍ରହଣକାରୀମାନେ ତାଙ୍କଠାରୁ ପ୍ରାୟ ୨୦ ବର୍ଷ ସାନ ଥିଲେ।

Advertisment

ପ୍ରଥମ ଥର ଷଷ୍ଠ ସ୍ଥାନ ପାଇ ରେନୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେବେଠାରୁ ବଡି ବିଲଡିଂ ପ୍ରତି ତାଙ୍କର ଆଗ୍ରହ ଆହୁରି ବଢିଛି ଏବଂ ସେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ରେ ଭାଗ ନେଇ ସାରିଲେଣି।

ରେନୀ କହିଛନ୍ତି ଯେ ତାଙ୍କ ପୁଅ ଏବଂ ନାତି ହେବା ପରେ ତାଙ୍କ ଜୀବନର ସବୁଠାରୁ ଖୁସିର ଦିନ ଥିଲା ଯେତେବେଳେ ସେ ଏହି ପ୍ରତିଯୋଗିତାରେ ଜିତିଥିଲେ। ସେ କହିଛନ୍ତି ଯେ ଏହା ପୂର୍ବରୁ ସେ କେବେବି ଅଧିକ ଫିଟ୍ ହୋଇ ନଥିଲେ। ଯେତେବେଳେ ସେ କୋଡ଼ିଏ ବର୍ଷର ଥିଲେ ମଧ୍ୟ ସେତେବେଳେ ସେ ଏତେ ଫିଟ୍ ନଥିଲେ।

ସେ କହିଛନ୍ତି ଯେ ସେ ତାଙ୍କ ଜୀବନକୁ ଏମିତି ହିଁ ଜୀଇବାକୁ ଚାହୁଁଛନ୍ତି ଏବଂ ବର୍ତ୍ତମାନ ସେ ବହୁତ ଖୁସି ଅଛନ୍ତି। ରେନୀ କୁହନ୍ତି ଯେ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ଯତ୍ନବାନ ଥିଲେ। ପୁଅର ଜନ୍ମ ପୂର୍ବରୁ ସେ ପ୍ରତିଦିନ ପ୍ରାୟ ୯ କିଲୋମିଟର ଦୌଡୁଥିଲେ।

Ajab Gajab
Advertisment
Advertisment