Advertisment

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ 'ଓଟିଭି କେୟାର୍ସ'ର ନୂଆ ପ୍ରୟାସ, ମାଗଣାରେ ଦିଆଯିବ ଏହିସବୁ ଟ୍ରେନିଂ...

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଟିଭି କେୟାର୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ। ଯୁବତୀଙ୍କୁ ସିଲେଇ-ଡିଜାଇନିଂ-ବ୍ୟୁଟିସିଆନ୍‌, ହୋମ୍‌ ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ।

ଅଦ୍ୟତନ ହୋଇଛି
'OTV Cares' Launches Initiative To Make Women Self Reliant

OTV Cares

Advertisment

ଓଟିଭି କେୟାର୍ସର ନୂଆ ପ୍ରୟାସ। ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଟିଭି କେୟାର୍ସ ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରୟାସ । ଯୁବତୀଙ୍କୁ ସିଲେଇ-ଡିଜାଇନିଂ-ବ୍ୟୁଟିସିଆନ୍‌, ହୋମ୍‌ ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ।

Advertisment

ଏଥିପାଇଁ ବୟସ ୧୮ରୁ ଉର୍ଦ୍ଧ୍ୱ ହୋଇଥିବା ଦରକାର। ପ୍ରାର୍ଥୀ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବା ଦରକାର। ଏହି ଶିକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ଓଟିଭି କେୟାର୍ସ ବହନ କରିବ। ଆବେଦନର ଶେଷ ତାରିଖ ଆସନ୍ତା ଫେବ୍ରୁଆରୀ ୧୫ ତାରିଖ। 

କେମିତି କରିବେ ଆବେଦନ...

  • ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିପାରିବେ
  • ଅନ୍‌ଲାଇନ୍‌ରେ ଆବେଦନ ପାଇଁ  csr.odishatv.inକୁ ଯାଆନ୍ତୁ
  • ଅଫ୍‌ଲାଇନ୍‌ରେ ଆବେଦନ ପାଇଁ ତଳେ ଦିଆଯାଇଥିବା ଠିକଣାରେ ଆପଣଙ୍କ ସବିଶେଷ ତଥ୍ୟ ପଠାନ୍ତୁ...
  • OTV Cares, C/O- Odisha Television Limited, Plot No-N/28-30/1, Chandaka Industrial Estate, Patia, Bhubaneswar-751024.... Contact No-9937145662
Advertisment

ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି । ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ। ଓଟିଭି କେୟାର୍ସ ମାଧ୍ୟମରେ ବନ୍ୟାରେ ପ୍ରପୀଡ଼ିତଙ୍କୁ ରିଲିଫ୍ କିଟ୍ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଏପରିକି ଲକ୍‌ଡାଉନ୍‌ ସମୟରେ କରୋନା ରୋଗୀଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ଓଟିଭି କେୟାର୍ସ। ସେହି ଧାରାକୁ ବଜାୟ ରଖି ଓଟିଭି କେୟାର୍ସ ଆଉ ଏକ ପ୍ରୟାସ ଆରମ୍ଭ କରିଛି। 

Advertisment
OTV Cares
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ