• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୁଡୁଲ୍ସ ଖାଉଥିଲେ ସାବଧାନ ! ଫ୍ରିଜରେ ରଖିଥିବା ବାସି ନୁଡୁଲ୍ସ ଖାଇବା ପରେ ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଗଲେ ଛାତ୍ର । ସ୍ଥିତି ଏପରି ହେଲା ଯେ ତାଙ୍କୁ ବଞ୍ଚେଇ ରଖିବା ପାଇଁ ହାତଗୋଡ କାଟିବାକୁ ପଡ଼ିଲା । ବ୍ରିଟେନରେ ରହୁଥିବା ଜଣେ ଜେସି ନାମକ ଛାତ୍ରଙ୍କ ସହ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଫ୍ରିଜରେ ରଖା ଯାଇଥିବା ଚିକେନ ନୁଡୁଲ୍ସ ଖାଇବା ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ସମ୍ପୂର୍ଣ୍ଣ ରୂପରେ ଠିକ୍‌ ଥିବା ଛାତ୍ର ଜଣକ ଏବେ ନିଜ ଗୋଡ଼ରେ ଚାଲିବା ପାଇଁ ଅକ୍ଷମ ।

ଜେସିଙ୍କ ରୁମମେଟ୍‌ ରେଷ୍ଟୁରାଣ୍ଟରୁ ଚିକେନ୍ ନୁଡୁଲ୍ସ ଅର୍ଡର କରିଥିଲେ । ଅଳ୍ପ ଖାଇବା ପରେ ପେଟ ପୂରିଯିବାରୁ ଅବଶିଷ୍ଟ ନୁଡୁଲ୍ସକୁ ଫ୍ରିଜରେ ରଖିଦେଲେ । ତା’ ପରଦିନ ସକାଳୁ ଉଠିବା ପରେ ଜେସି ଫ୍ରିଜ୍‌ରୁ ବାହାର କରି ଚିକେନ୍ ନୁଡୁଲ୍ସ ଖାଇଥିଲେ । ନୁଡୁଲ୍ସ ଖାଇବାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ ଲାଗିଥିଲା । ହଠାତ୍‌ ସେ ଥରିବାକୁ ଲାଗିଲେ, ତାଙ୍କ ଶରୀରର ରଙ୍ଗ ବଦଳିବାରେ ଲାଗିଲା । ଏପରିକି ଜେସିଙ୍କର ହୃଦସ୍ପନ୍ଦନ ମଧ୍ୟ ବଢ଼ିଯାଇଥିଲା ।

ଜେସିଙ୍କର ଏପରି ଅବସ୍ଥା ଦେଖି ସହପାଠୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାଙ୍କର ତାଙ୍କୁ ବେହୋସ କରି ଚିକିତ୍ସା ଆରମ୍ଭ କରିଥିଲେ । ଟେଷ୍ଟରୁ ଜଣାପଡ଼ିଛି, ଜେସିଙ୍କର ପୂର୍ବରୁ ବ୍ୟାକ୍ଟେରିଆଲ ଇନଫେକ୍ସନ୍ ହୋଇଥିଲା ଓ ସେ ସେପସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି କାରଣରୁ ତାଙ୍କ କିଡନୀ ମଧ୍ୟ କାମ ବନ୍ଦ କରିଦେଇଥିଲା । ସେପସିସ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ପୀଡ଼ିତଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ଜେସିଙ୍କ ହାତ ଓ ଗୋଡ କାଟିବାକୁ ପଡ଼ିଥିଲା ।

ଜେସିଙ୍କୁ କୌଣସି ପ୍ରକାର ଆଲର୍ଜି ନଥିଲା, କିନ୍ତୁ ସେ ଗଞ୍ଜେଇ-ସିଗାରେଟ୍ ଟାଣୁଥିଲେ । ବାସି ଖାଦ୍ୟ ଖାଇବା କାରଣରୁ ତାଙ୍କର ଏପରି ହୋଇଥିବା କହିଛନ୍ତି ବିଶେଷଜ୍ଞ ଟିମ୍‌ । ଚିକିତ୍ସାର ୨୬ ଦିନ ପରେ ଜେସିଙ୍କର ହୋସ୍‌ ଆସିଛି, ହେଲେ ଏବେ ତାଙ୍କର ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି କହିଲେ ଚଳେ ।