Advertisment

ଫିଟ୍ ଲୋକଙ୍କୁ କିଭଳି ହେଉଛି ହାର୍ଟ ଆଟାକ୍? ସେମାନଙ୍କ ହୃଦଘାତ ପଛର ବାସ୍ତବ କାରଣ କଣ?

ସିଦ୍ଧାର୍ଥ ଶୁକ୍ଳା ଓ ପୁନିତ୍ ରାଜକୁମାରଙ୍କ ଅକାଳ ମୃତ୍ୟୁ ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ବ୍ୟଥିତ କରିଛି କିନ୍ତୁ ସେମାନଙ୍କ ମୃତ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କୁ ଏକ ସୁସ୍ଥ ଜୀବନଯାପନ ଲାଗି ଅନେକ କିଛି ଶିକ୍ଷା ଦେଇଯାଇଛି।

ଅଦ୍ୟତନ ହୋଇଛି
Celebrity and Heart Attack

Celebrity and Heart Attack

Advertisment

ନୂଆଦିଲ୍ଲୀ: ମାତ୍ର ୪୬ ବର୍ଷ ବୟସରେ ଚାଲିଗଲା ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍ ରାଜକୁମାର। ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ଗତ ସେପ୍ଟେମ୍ବର ୨ ତାରିଖରେ ଛୋଟ ପରଦାର ଜଣାଶୁଣା ଅଭିନେତା ବିଗବସ୍ ଫେମ୍ ସିଦ୍ଧାର୍ଥ ଶୁକ୍ଳାଙ୍କର ଜୀବନ ନେଇଥିଲା ହୃଦଘାତ । ରାତିରେ ଶୋଇଥିବା ବେଳେ ହାର୍ଟ ଆଟାକ୍ ଯୋଗୁ ମାତ୍ର ୪୦ ବର୍ଷ ବୟସରେ ବହୁ ପ୍ରଶଂସକଙ୍କୁ ଶୋକ ସାଗରରେ ବୁଡ଼ାଇ ଦେଇଥିଲେ ସିଦ୍ଧାର୍ଥ।

Advertisment

ପ୍ରଶ୍ନ ଉଠୁଛି, କାହିଁକି ଏତେ କମ୍ ବୟସରୁ ଝଡ଼ି ଯାଉଛି ତାରକାଙ୍କ ଜୀବନ? ଏତେ ଫିଟ୍ ଲୋକଙ୍କୁ କିଭଳି ହେଉଛି ହାର୍ଟ ଆଟାକ୍? ସେମାନଙ୍କ ହୃଦଘାତ ପଛର ବାସ୍ତବ କାରଣ କଣ? ମାନସିକ ଚାପ ନା ପରିବର୍ତ୍ତିତ ଜୀବନଶୈଳୀ? ଏନେଇ ସିନେ ତାରକାଙ୍କ କହିବା କଥା, ସେମାନଙ୍କ ଜୀବନଶୈଳୀ ପୂରା ବଦଳି ଯାଇଛି । ନିଜ ଜାଣତ ଓ ଅଜାଣତରେ ସେମାନେ ମାନସିକ ଚାପର ଶିକାର ହେଉଛନ୍ତି । ଏପରିକି ଅଭିନୟର ଚରିତ୍ର ଅନୁସାରେ ଶାରୀରିକ ପରିବର୍ତ୍ତନ ଲାଗି ବ୍ୟାୟାମ ଓ ଔଷଧ ବ୍ୟବହାର ମଧ୍ୟ ସେମାନଙ୍କୁ ଏଭଳି ବିପଦ ଭିତରକୁ ଟାଣି ଆଣୁଛି।    

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏବେକାର ଜୀବନଶୈଳୀ ଯୋଗୁ ଯୁବପିଢ଼ି ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ପବ୍ଲିକ୍ ଲାଇଫରେ ରହୁଥିବା ଲୋକମାନେ ସବୁବେଳେ ଲେନ୍ସରେ ରହିଥାନ୍ତି । ଯଦିଓ ସେମାନେ ସବୁବେଳେ ଫିଟ୍ ରହିଥାନ୍ତି, ତାଙ୍କ ଜୀବନ ଚାପଗ୍ରସ୍ତ ହୋଇଯାଏ । ଏମିତିକି ସେମାନେ ରାତିରେ ଶାନ୍ତିରେ ଶୋଇ ପାରିନଥାନ୍ତି । ଆଉ ସେଥିଲାଗି ମଦ ଓ ନିଶା ଔଷଧ ସେବନ ପାଇଁ ବାଧ୍ୟ ହୁଅନ୍ତି। 

Advertisment

ଲଗାତର ଷ୍ଟ୍ରେସ ଯୋଗୁ ସେମାନଙ୍କଠାରେ ବ୍ଲଡ୍ ପ୍ରେସର ଓ ହାର୍ଟ ଆଟାକ୍ ଭଳି ଘଟଣା ଦେଖିବାକୁ ମିଳୁଛି । ଖାଦ୍ୟପେୟ ଠିକ୍ ସହ ରାତିରେ ଭଲରେ ଶୋଇ ପାରିଲେ ନିଶ୍ଚିତ ଭାବେ ହୃଦଘାତ ସମସ୍ୟାକୁ ବହୁମାତ୍ରାରେ କମାଯାଇ ପାରିବ। ସିଦ୍ଧାର୍ଥ ଶୁକ୍ଳା ଓ ପୁନିତ୍ ରାଜକୁମାରଙ୍କ ଅକାଳ ମୃତ୍ୟୁ ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ବ୍ୟଥିତ କରିଛି କିନ୍ତୁ ସେମାନଙ୍କ ମୃତ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କୁ ଏକ ସୁସ୍ଥ ଜୀବନଯାପନ ଲାଗି ଅନେକ କିଛି ଶିକ୍ଷା ଦେଇଯାଇଛି ।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

Heart Attack Celebrity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ