Advertisment

ଆପଣ କିଣୁଥିବା ପରିବାରେ ଦିଆଯାଉଛି ମେଲାକାଇଟ୍ ରଙ୍ଗ ,କଣ ଆପଣ ଜାଣନ୍ତି ?

ଆମର ଖାଦ୍ୟ ପଦାର୍ଥରେ ଭେଜାଲ୍ ଏକ ସାଧାରଣ କଥା ହୋଇଗଲାଣି । ନିଜକୁ ସୁସ୍ଥ ରଖିବା ପାଇଁ ସତେଜ, ସବୁଜ ପନିପରିବା ଜରୁରୀ । ବଜାରରୁ କିଣାଯାଇଥିବା ପନିପରିବାରେ ଭେଜାଲ ହୋଇଛି କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର । କିନ୍ତୁ ପନିପରିବା ସତେଜ, ସବୁଜ କି ନୁହେଁ ତାହା ଜାଣିବା ଆବଶ୍ୟକ । ଆପଣ କିଣୁଥିବା ପରିବା କେତେ ସତେଜ ଆପଣ ଜାଣନ୍ତି କି ? କିଭଳି ଜାଣିବେ ଆପଣଙ୍କ ପରିବାରେ ମେଲାକାଇଟ୍ ରଙ୍ଗ ଦିଆହୋଇଛି କି ନାହିଁ । ଚାଲନ୍ତୁ ଜାଣିବା ।

ଅଦ୍ୟତନ ହୋଇଛି
How fresh is buying vegetables from the market?

How fresh is buying vegetables from the market?

Advertisment

ଭେଜାଲ ପନିପରିବା ବ୍ୟବହାର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣ ଚାହୁଁଛନ୍ତି ଅପମିଶ୍ରଣର ସାମାନ୍ୟତମ ଚିହ୍ନ ବି ସାମ୍ନାକୁ ଆସିଯାଉ, ତେବେ ଏଫଏସଏସଆଇ(FSSAI) ପକ୍ଷରୁ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଏକ ଉପାୟ ଅବଲମ୍ବନ କରିଛି । ଯାହାଦ୍ୱାର ସବୁଜ ପନିପରିବାରେ ମାଲାକାଇଟ୍ ଗ୍ରୀନ୍ ଭେଜାଲ ଚିହ୍ନଟ କରି ଆପଣ ବାସ୍ତବତା ଜାଣିପାରିବେ ।

Advertisment

ମାଲାକାଇଟ୍ ଗ୍ରୀନ୍ କ’ଣ ?

  • ସବୁଜ ପନିପରିବା ଉପରେ ମାଲାକାଇଟ୍ ଗ୍ରୀନ୍ ନାମକ ଏକ ରାସାୟନିକ ପଦାର୍ଥ ସ୍ପ୍ରେ କରାଯାଏ । ଯାହାଫଳରେ ପନିପରିବା ସତେଜ ଏବଂ ଚକଚକିଆ ଦେଖାଯାଏ ।
  • ଅପମିଶ୍ରଣକାରୀ ମଧ୍ୟ ସେମାନଙ୍କର କାର୍ଯ୍ୟ କରିବା ପାଇଁ ଅନ୍ୟ ଏକ ଉପାୟ କରିଥାନ୍ତି । କିଛି ଲୋକ ମାଲାକାଇଟ୍ ଗ୍ରୀନ୍ ର ଲିକ୍ୱିଡ୍ ମିଶ୍ରଣରେ ସବୁଜ ପନିପରିବା ବୁଡ଼ାଇଦିଅନ୍ତି । ଏହାଦ୍ୱାରା ପନିପରିବା ଅଧିକ ସବୁଜ ଦେଖାଯାଏ । କିନ୍ତୁ ମାଲାକାଇଟ୍ ଗ୍ରୀନ୍ କେମିକାଲ୍ କ୍ୟାନ୍ସର୍ କୋଷକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
  • ମାଲାକାଇଟ୍ ଗ୍ରୀନ୍ ବ୍ୟବହାର ଆଣ୍ଟିପ୍ରୋଟୋଜୋଏଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଔଷଧ ଭାବରେ ମାଛମାନଙ୍କ ଠାରେ ବ୍ୟବହାର ହୋଇଥାଏ ।
  • ସାଇନ୍ସ ଡାଇରେକ୍ଟ ୱେବସାଇଟ୍ ଅନୁଯାୟୀ, ଏହା ମତ୍ସ୍ୟ ପାଳନରେ ପରଜୀବୀ ନାଶକ ଭାବରେ ତଥା ଖାଦ୍ୟ, ସ୍ୱାସ୍ଥ୍ୟ, ବୟନ ଏବଂ ଅନ୍ୟାନ୍ୟ ଶିଳ୍ପରେ ଭାବରେ ବ୍ୟବହୃତ ହୋଇଥାଏ ।
  • ଅପମିଶ୍ରଣ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏଫଏସଏସଆଇଟ୍ୱିଟର୍‌ରେ ଏକ ଭିଡିଓ ସେୟାର କରାଯାଇଥିଲା ।
  • ପରାମର୍ଶ ଅନୁଯାୟୀ, କିଛି ତୁଳା ନେଇ ଲିକ୍ୱିଡ୍ ପାରାଫିନ୍‌ରେ ଭିଜାନ୍ତୁ । ଏହା ପରେ ପନିପରିବାର ଉପରେ ସେହି ତୁଳାକୁ ଘଷନ୍ତୁ ।
  • ତୁଳାରେ ରଙ୍ଗ ପରିବର୍ତ୍ତନ ନହୁଏ, ତେବେ ଏହା ଶୁଦ୍ଧ ଅଛି ଯଦି ଏଥିରେ ସବୁଜ ରଙ୍ଗ ଦେଖାଯାଏ ତେବେ ଜାଣିବେ ପନିପରିବାରେ ମାଲାକାଇଟ୍ ଗ୍ରୀନ୍ ବ୍ୟବହାର ହୋଇଛି ।
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ