Advertisment

ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ସ୍ଲୋଗାନ ଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ।

ଅଦ୍ୟତନ ହୋଇଛି
World Health Day

World Health Day

Advertisment

ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ Rotary Club B.C. connect forest park walker Association ଏବଂ Viswass Nursing College ସହଯୋଗରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରାଯାଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ IAS ଅନିଲ ସାମଲ ଯୋଗଦେଇଥିଲେ। ରୋଟାରୀ BC. Connectର ସଭାପତି ପୁଣ୍ୟାଶ୍ଲୋକ ମହାନ୍ତି, ସଦସ୍ୟ ଜିତୁ ଶତପଥୀ, ଉତ୍କଳ ହସ୍ପିଟାଲର କର୍ମଚାରୀ ଓ ବିଶ୍ୱାସ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଠାରେ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ଶିବିରଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଠାରେ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ଶିବିର

ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମ ଉତ୍କଳ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରଣଜୀ ଖେଳାଳି, ରୋଟାରିଆନ୍ ସତ୍ୟନାରାୟଣ ଶତପଥୀ ଯୋଗଦେଇଥିଲେ।

Advertisment

ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ସ୍ଲୋଗାନ ଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ। ଏହି କାର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ସ୍ନାୟୁ ବିଶେଷଜ୍ଞ ଡାକ୍ତର ଆକାଶ ଗୁପ୍ତା, ଡାକ୍ତର ମଧୁସ୍ମିତା ସାହୁ, ଡାକ୍ତର ମମତା ଭଟ୍ଟ, ଡାକ୍ତର ଶୈଳବାଳା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ୧୯୪୮ ମସିହାରେ ଗଠିତ ହେବା ପରଠାରୁ ପ୍ରତ୍ୟେକ ବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି।

Advertisment
World Health Organisation (WHO) World Health Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ