Health Tips: ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍, ସୁରକ୍ଷା ପାଇଁ ମାନନ୍ତୁ ଏହି ଉପାୟ

ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି hMPV ସ°କ୍ରମଣ ମାନବ ଜାତି ପାଇଁ ନୂଆ ନୁହେଁ। ଯଦି ଆପଣଙ୍କ ବୟସ ୫ବର୍ଷରୁ ଊର୍ଦ୍ଧ୍ବ ତାହେଲେ ଏହି hMPV ଦ୍ବାରା ଆପଣ ଆଗରୁ କେବେ ଥରେ ସ°କ୍ରମିତ ହୋଇସାରିଥିବାର ଅନେକ ସମ୍ଭାବନା ରହିଛି। ତେବେ କ’ଣ ଏ hMPV, କେତେ କ୍ଷତିକାରକ ଏହା ମଣିଷ ପାଇଁ ଏବଂ କେମିତି ନିଜକୁ ସୁରକ୍ଷିତ ରଖିବେ, ଜାଣିବା ପାଇଁ ପଢନ୍ତୁ ଆଜିର ଆଲେଖ୍ୟ।

ମାନନ୍ତୁ ଏହି ଉପାୟ

୭ ଜାନୁଆରୀ, ୨୦୨୫ରେ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ତରଫରୁ hMPV ଏବଂ ମହାମାରୀର ଆଶଙ୍କାକୁ ନେଇ ଗୋଟିଏ ସ୍ପଷ୍ଟୀକରଣ ତଥା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରତିବର୍ଷ ଶୀତଋତୁରେ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଥଣ୍ଡା-ଛିଙ୍କ, ଜ୍ବର, କାଶ ଆକ୍ରାନ୍ତଙ୍କ ସ°ଖ୍ୟାରେ ବୃଦ୍ଧି ଦେଖାଯାଏ। ଶିଶୁ, ବୟସ୍କଙ୍କ ମଧ୍ୟରେ ନିମୋନିଆ ଆକ୍ରାନ୍ତଙ୍କ ସ°ଖ୍ୟା ବଢି hospitalizationର ମାତ୍ରା ବୃଦ୍ଧି ପାଏ। ଏହି ଥଣ୍ଡା-ଛିଙ୍କ ବା ଫ୍ଲୁ ପରି ସମସ୍ୟା ବିଭିନ୍ନ ଋତୁ ଭିତ୍ତିକ ଭାଇରସ୍ ଯଥା ସିଜନାଲ୍ ଇନଫ୍ଲୁଞ୍ଜା (seasonal influenza), ରେସ୍ପିରେଟୋରୀ ସିନ୍ସିଟିଆଲ୍ ଭାଇରସ୍ (RSV), ହ୍ୟୁମାନ୍ ମେଟାନିମୋ ଭାଇରସ୍ (hMPV) ଏବଂ ମାଇକୋପ୍ଲାଜମା ନିମୋନି (mycoplasma pneumoniae) କାରଣରୁ ଦେଖାଯାଏ। ସେମିତି ଚଳିତ ବର୍ଷ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଚାଇନାରେ (ବିଶେଷ କରି ଉତ୍ତର ଭାଗରେ) seasonal influenza, rhinovirus, RSV, and hMPV ସ°କ୍ରମଣ ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ: HMPV vs Covid-19: ଚିନ୍ତା ବଢାଉଛି HMPV; କରୋନା ପରି ସାଂଘାତିକ ହେବନି ତ ?

ଏହାଛଡା ବିଭିନ୍ନ ଉତ୍ତର ଗୋଲାର୍ଦ୍ଧ ଦେଶ ଗୁଡିକରେ ମଧ୍ୟ influenza-like illness (ILI) and/or acute respiratory infection (ARI) ବା ଥଣ୍ଡା-ଛିଙ୍କ, ଜ୍ବର, କାଶର ସ°କ୍ରମଣ ବୃଦ୍ଧି ପାଇଛି। କିନ୍ତୁ ଯେହେତୁ ପୃଥିବୀର ସବୁ ଦେଶରେ ସବୁ ସମୟରେ surveillance ବା ଲଗାତାର ଯାଞ୍ଚ୍ ହୁଏ ନାହିଁ ତେଣୁ ଏସବୁ ସ°କ୍ରମଣ କରୁଥିବା ଭାଇରସ୍ ସମ୍ପର୍କରେ ସବୁ ସମୟରେ ସବୁ ଦେଶରୁ ସଠିକ୍ ଖବର ଜଣା ପଡେ ନାହିଁ। କିନ୍ତୁ ବର୍ତ୍ତମାନ ଚାଇନାରେ ଦେଖା ଯାଉଥିବା ଫ୍ଲୁ ଋତୁ ଜନିତ ସ°କ୍ରମଣ hMPV କାରଣରୁ ହୋଇଛି। ୨୦୦୧ ପରଠାରୁ ଏହି ଭାଇରସ ଦ୍ବାରା ଆମ ଭିତରରୁ ଅନେକ ଭାରତରେ ମଧ୍ୟ ସ°କ୍ରମିତ ହୋଇଥିବେ। କିନ୍ତୁ ଯେହେତୁ ଆମ ଭିତରେ ବର୍ତ୍ତମାନ ସୁଦ୍ଧା “କୋଭିଡ୍-୧୯” ମହାମାରୀକୁ ନେଇ ଥିବା ଭୟ ସମ୍ପୂର୍ଣ୍ଣ ଭାବରେ ଯାଇନାହିଁ, ତେଣୁ ଯେତେବେଳେ ହଠାତ୍ ଏଇ ଅଳ୍ପ ଦିନ ତଳେ ସୋସିଆଲ୍ ମିଡିଆରେ ଚାଇନାରେ hMPV ଜନିତ ସ°କ୍ରମଣ ସ°ଖ୍ୟା ବୃଦ୍ଧିର ଖବର ବ୍ୟାପିଲା ତେଣୁ ତାକୁ ନେଇ ଭୟ ସୃଷ୍ଟି ହେବା ଗୋଟିଏ ସ୍ବଭାବିକ କଥା। କିନ୍ତୁ ଏହି ଭୟ ବା panic ପରିସ୍ଥିତି ଅନେକ ସମୟରେ ପ୍ରକୃତ ରୋଗଠାରୁ ଅଧିକ ଭୟଙ୍କର ହୋଇଥାଏ।

HMPV କ’ଣ:

HMPVର ପୁରା ନାଁ ହେଉଛି Human Metapneumovirus (ହ୍ୟୁମାନ୍ ମେଟାନିମୋଭାଇରସ୍)। ଏହା RSV, ମିଳିମିଳା ଏବଂ ଗାଲୁଆ (Mumps) ଶ୍ରେଣୀର ଭୁତାଣୁ ଅଟେ। ଏହାକୁ ୨୦୦୧ ମସିହାରେ ସର୍ବପ୍ରଥମେ ଠାବ କରା ଯାଇଥିଲା। ଏବଂ ତା’ ପରଠାରୁ ଏହି ଭାଇରସ୍ ସାରା ପୃଥିବୀରେ ବିଭିନ୍ନ ସ୍ଥାନରେ  ରହିଛି। ଶ୍ବାସନଳୀରେ ସ°କ୍ରମଣ କରୁଥିବା ଅନ୍ୟାନ୍ୟ RSV ଏବଂ ଫ୍ଲୁ ଭୁତାଣୁ ପରି ଏହା ମଧ୍ୟ ସାଧାରଣ। ଶୀତ ଋତୁ ଏବଂ ଆଦ୍ୟ ବସନ୍ତରେ ଏହାର ସ°କ୍ରମଣର ସ°ଖ୍ୟା ବୃଦ୍ଧି ପାଏ। ଏହା ସାଧାରଣତଃ upper respiratory tract (ନାଶା ଏବଂ ଗଳା)ରେ ସ°କ୍ରମଣ ସୃଷ୍ଟି କରେ। ସାଧାରଣତଃ ୫ ବର୍ଷ ବୟସ ହେଲା ବେଳକୁ ପ୍ରାୟ ସମସ୍ତେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ସାରିଥାନ୍ତି। ଏଥିରେ ସାଧାରଣ ଥଣ୍ଡା-ଛିଙ୍କ ପରି ସମସ୍ୟା ଦେଖାଯାଏ କିନ୍ତୁ ୫ବର୍ଷରୁ କମ୍ ବୟସର ଶିଶୁ ଏବଂ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କଙ୍କ ଠାରେ ଏହା ତୀବ୍ର ହେବାର ଆଶଙ୍କା ଥାଏ। ବିଶେଷଜ୍ଞଙ୍କ ମତରେ ୫ବର୍ଷରୁ କମ୍ ଶିଶୁଙ୍କ ଠାରେ ଦେଖା ଯାଉଥିବା ସମସ୍ତ ଥଣ୍ଡା-ସର୍ଦ୍ଦି-ଜ୍ବର ମଧ୍ୟରୁ ପାଖାପାଖି ୧୦ -୧୨% ଏହି hMPV କାରଣରୁ ହୋଇଥାଏ ଏବଂ ଏଥିରୁ ୫ -୧୬% କ୍ଷେତ୍ରରେ ଏହା ନିମ୍ନ-ଶ୍ବାସନଳୀ ବା lower respiratory tract ସ°କ୍ରମଣ ବା ନିମୋନିଆ ଆଦି କରାଇଥାଏ। ୬ ମାସରୁ ୧୨ମାସର ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ଘାତକ ସ°କ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଥାଏ।

ଅଧିକ ପଢ଼ନ୍ତୁ: HMPVରେ ଆକ୍ରାନ୍ତ ହେଉଛନ୍ତି ବୟସ୍କ ଓ ଶିଶୁ; ଜାଣନ୍ତୁ ଏହାର ଲକ୍ଷଣ...

କୋଭିଡ୍-୧୯ ଠାରୁ ଅଲଗା କେମିତି: ୨୦୧୯ରେ ଦେଖା ଯାଇଥିବା ବିଶ୍ବ ମାହାମାରୀ SARS - CoV-2 ଭୁତାଣୁ ସର୍ବପ୍ରଥମେ ୨୦୧୯ରେ ହିଁ ଦେଖା ଯାଇଥିଲା। ମଣିଷର ଇମ୍ୟୁନ୍ ସିଷ୍ଟମ୍ ବା ଶରୀର ପ୍ରାକୃତିକ ରୋଗପ୍ରତିଷେଧକ ବ୍ୟବସ୍ଥା ଏହି ଭୁତାଣୁ ଦ୍ବାରା ଆଗରୁ କେବେ ସ°କ୍ରମିତ ନହୋଇଥିବା କାରଣରୁ ତ’ପ୍ରତି ପ୍ରତିଷେଧକ ବା ଆଣ୍ଟିବଡି ମଧ୍ୟ ତିଆରି ହୋଇନଥିଲା। ଏହା ଛଡା ଉକ୍ତ ଭୂତାଣୁର ସ°କ୍ରମଣର ତୀବ୍ରତା, ଲକ୍ଷଣ, ଚିକିତ୍ସା ବିଷୟରେ ମଧ୍ୟ ଚିକିତ୍ସା ବିଜ୍ଞାନ ପାଖରେ ଜ୍ଞାନର ଅଭାବ ରହିଥିଲା। କିନ୍ତୁ hMPV ଭୁତାଣୁ ଦ୍ବାରା ମାନବ ସମାଜ ପାଖାପାଖି ୨୦ ବର୍ଷରୁ ଉର୍ଦ୍ଧ୍ବ ହେଲା ସ°କ୍ରମିତ ହୋଇ ଆସୁଛି। ତେଣୁ ଆମ ଶରୀରର ଇମ୍ୟୁନ୍ ସିଷ୍ଟମ୍ ପାଇଁ ଏହା ନୂଆ ନୁହେଁ।

HMPV ସ°କ୍ରମଣର ସାଧାରଣ ଲକ୍ଷଣ:

ଜଟିଳ ସ°କ୍ରମଣ କ୍ଷେତ୍ରରେ: ୫ ବର୍ଷରୁ କମ୍ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ପୂର୍ବରୁ ଶ୍ବାସରୋଗ କିମ୍ବା ରୋଗପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଯେମିତିକି HIV ସ°କ୍ରମିତ କିମ୍ବା କର୍କଟରୋଗର ଚିକିତ୍ସାଧିନ କିମ୍ବା autoimmune disease ରେ ପିଡୀତ ବ୍ୟକ୍ତିଙ୍କ ଠାରେ HMPV ସ°କ୍ରମଣ ଜଟିଳ ସମସ୍ୟା ସୃଷ୍ଟି କରି ପାରେ ଏବଂ ଏହାପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିପାରେ।

HMPV ସୃଷ୍ଟି କରୁଥିବା ଜଟିଳତା ଗୁଡିକ ହେଲା:

ସ°କ୍ରମଣ ହୁଏ କେମିତି:

ଚିକିତ୍ସା:

ସୁରକ୍ଷା (prevention)ର ଉପାୟ:

ଥଣ୍ଡା-ଛିଙ୍କ ଲକ୍ଷଣ ଦେଖାଗଲେ କ’ଣ କରିବେ: