• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିକାଲି ଭାରତୀୟଙ୍କ ରୋଷେଇ ଘର ମଡ୍ୟୁଲାର୍ ହେବାରେ ଲାଗିଛି । ଲୋକମାନେ ସ୍ମାର୍ଟ ରୋଷେଇ ଘର ସହ ସ୍ମାର୍ଟ ରନ୍ଧନ ମଧ୍ୟ ଚାହୁଁଛନ୍ତି । ଆଉ ଏବେ ଲୋକମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ୍ ସଚେତନ ମଧ୍ୟ ରହୁଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟରେ କମ୍ ତେଲ ଏବଂ ମସଲା ବ୍ୟବହାର କରୁଛନ୍ତି । ଏହାକୁ ଧ୍ୟାନରେ ରଖି ନନ୍‌-ଷ୍ଟିକ୍ ବାସନକୁସନକୁ ଗୁଡ଼ିକ ରୋଷେଇ ଘରର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି ।

୧୯୫୪ରେ ଉଦ୍ଭାବନ ହେବା ପରଠାରୁ ସାରା ବିଶ୍ୱରେ ନନଷ୍ଟିକ୍ ପ୍ୟାନଗୁଡିକର ବହୁଳ ବ୍ୟବହାର ହେଉଛି । ନନଷ୍ଟିକ୍ ଘର୍ଷଣହୀନ ପୃଷ୍ଠ ପାଇଁ ଏଗୁଡ଼ିକର ଲୋକପ୍ରିୟତା ବୃଦ୍ଧି ପାଇଛି । ଅନ୍ୟ ଏକ କାରଣ ହେଲା ସହଜରେ ସଫା ହେବା ସହ କମ୍‌ ତେଲରେ ରୋଷେଇ ହୋଇଯାଏ ।

ସଦ୍ୟତମ ଏକ ଅଷ୍ଟ୍ରେଲୀୟ ଅଧ୍ୟୟନ ଅନୁସାରେ ଖରାପ ହୋଇଯାଇଥିବା ନନଷ୍ଟିକ୍‌ ପ୍ୟାନରେ ରୋଷେଇ କରିବା ଦ୍ୱାରା ଲକ୍ଷ ଲକ୍ଷ ନାନୋ ଓ ମାଇକ୍ରୋ ପ୍ଲାଷ୍ଟିକ୍‌ ନିର୍ଗତ ହୋଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

କେଉଁ ସମସ୍ୟା ହେବାର ସମ୍ଭାବନା ରହିଛି ?

  • ନନଷ୍ଟିକରେ ଖାଦ୍ୟ ତିଆରି କଲେ ଶରୀରରେ ଟ୍ରାଇଗ୍ଲାସିରଏଡ୍ ବଢିଥାଏ, ଯଦ୍ୱାର ହାର୍ଟଆଟାକ୍ ହେବାର ସମ୍ଭାବନା ଥାଏ ।
  • କେବଳ ଏତିକି ନୁହେଁ ଏଥିରେ ଖାଦ୍ୟ  ଖାଇଲେ ଶରୀରରେ ଆଇରନର ଅଭାବ ହୋଇଥାଏ, ଯାହା ଫଳରେ ହାଡ ଦୁର୍ବଳ ହୋଇଥାଏ ।
  • ସେହିପରି ନନଷ୍ଟିକରେ ଥିବା PFOA ଶରୀର ପାଇଁ ଖୁବ ଘାତକ, ଯାହା ଶରୀରରେ ପହଂଚିଲେ ଥାଇରଏଡ୍ ହେବାର ସମ୍ଭାବନା ଥାଏ ।
  • ଅନ୍ୟପଟେ ନନଷ୍ଟିକ୍ ବାସନରେ ଖାଦ୍ୟ ବନାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ ।
  •  ନନଷ୍ଟିକ ବାସନରେ ପ୍ରସ୍ତୁତ ଖାଦ୍ୟ ଖାଇଲେ କିଡନୀ ଖରାପ ହେବାର ସମ୍ଭାବନା ମଧ୍ୟ ଥାଏ ।