Advertisment

Health Tips: ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ, ଜାଣନ୍ତି କି ?

ଡାଇବେଟିସ ହେବା ଦ୍ୱାରା ହୃଦଘାତ,ନର୍ଭ ଡ୍ୟାମେଜ୍,କୀଡନୀ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ମଧୁମେହ ରୋଗୀ ମାନଙ୍କର ବିଶେଷ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ ରହିଛି । ବିଶେଷ କରି ଖାଦ୍ୟ ଓ ପାନୀୟର ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ରହିଥାଏ । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀମାନେ କେଉଁ ଡାଲି ଜାତୀୟ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ଓ କେଉଁ ଡାଲି ଖାଇବା ଆବଶ୍ୟକ ।

ଅଦ୍ୟତନ ହୋଇଛି
diabetic food chart

diabetic food chart

Advertisment

ଖାଦ୍ୟପେୟରେ ଅନିୟମିତତା ଯୋଗୁ ବଂଶଗତ କ୍ରମରେ ମଧୁମେହ ଏହା ପିଢ଼ିରୁ ପିଢ଼ି ବଢ଼ିଚାଲିଛି। ଏହି ରୋଗୀଙ୍କୁ ସବୁବେଳେ ରକ୍ତ ସର୍କରା ଲେଭଲକୁ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହ ରୋଗରେ ପୀଡିତ। କହିବାକୁ ଗଲେ ଏହି ରୋଗ ଏକ ଗମ୍ଭୀର ସମସ୍ୟା ନ ହେଲେ ବି ଅନ୍ୟାନ୍ୟ ରୋଗର କାରଣ ପାଲଟିଥାଏ।

Advertisment

ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ ଖାଦ୍ୟରେ କଟକଣା ଜରୁରୀ। ଖାଦ୍ୟରେ କଟକଣା ଆଣିପାରିଲେ ରକ୍ତରେ ଶର୍କାର ସ୍ଥର ହ୍ରାସପାଏ। ଏଥିପାଇଁ ଏହି ରୋଗୀମାନଙ୍କୁ ଡାକ୍ତରମାନେ ଖାଦ୍ୟରେ ଅନେକ କଟକଣା ରଖିବାକୁ ପରାମର୍ଶ ଦିଅନ୍ତି। ପନିପରିବାଠୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ବହୁତ କିଛି ଖାଇବାକୁ ବାରଣ ହୋଇଥାଏ। ତେବେ ଏସବୁ ମଧ୍ୟରେ ମଧୁମେହ ରୋଗୀମାନେ କେଉଁ ଡାଲି ଖାଇବେ ଏବଂ ନ ଖାଇବେ, ଚାଲନ୍ତୁ ଜାଣିବା

diabetic food chartdiabetic food chart

ମଧୁମେହରେ କେଉଁ ଡାଲିରୁ ଦୂରେଇ ରହିବା ଉଚିତ୍?

ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ରୋଗୀଙ୍କୁ ବିରି ଡାଲି ଖାଇବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି। ଅନେକ ଲୋକ ବିରି ଡାଲିରେ ଲହୁଣୀ କିମ୍ବା ଘିଅ ମିଶାଇ ଖାଇଥାନ୍ତି। ମଧୁମେହ ରୋଗୀ ଏଥିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍।

Advertisment

ମଧୁମେହ ରୋଗୀ ଏହି ଡାଲି ଖାଇବା ଉଚିତ୍:

  • ମଧୁମେହ ରୋଗୀମାନେ ବିରି ଡାଲି ବଦଳରେ ମଶୁର, ମୁଗ ଏବଂ ଚଣା ଡାଲି ଖାଇପାରିବେ। ଏହା ସେମାନଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ
  • ମଶୁର ଡାଲିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଥାଏ। ଏହା ବ୍ୟତୀତ ଏଥିରେ ଲୌହ, ଫୋଲେଟ୍, ଜିଙ୍କ୍ ଏବଂ ଅନେକ ଭିଟାମିନ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ।

ଏହି ସବୁ ଖାଦ୍ୟଠାରୁ ଦୂରେଇ ରହନ୍ତୁ ମଧୁମେହ ରୋଗୀ;

  • ଏହା ଛଡ଼ା ବଟର, ଚକୋଲେଟ୍ କ୍ରିମର୍, ଫ୍ରିଜ୍ ଡିନର୍, କ୍ରାକର ଆଦି ଖାଦ୍ୟଠାରୁ ମଧୁମେହ ରୋଗୀ ଦୂରରେ ରହିବା ଉଚିତ୍ । କାରଣ ଏଥିରେ ବ୍ୟାଡ୍ ଫୁଡ୍‌ରେ ଟ୍ରାନ୍ସ ଫ୍ୟାଟ୍ ରହିଥାଏ ।
  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଟ୍ରାନ୍ସ ଫ୍ୟାଟ୍ ରକ୍ତରେ ଶର୍କରା ସ୍ତରକୁ ସିଧାସଳଖ ବୃଦ୍ଧି କରେ ନାହିଁ, କିନ୍ତୁ ଏହାର ବ୍ୟବହାର ଇନସୁଲିନ୍ ପ୍ରତିରୋଧ, ଇମ୍ଫ୍ଲେମେସନ୍ ଏବଂ ପେଟର ଚର୍ବି ସମସ୍ୟାକୁ ବଢାଇଥାଏ ।
  • ଚାଉଳ, ପାସ୍ତା ଏବଂ ବ୍ରେଡ୍ ଏହି ଖାଦ୍ୟରୁ ଦୂରରେ ରୁହନ୍ତୁ ମଧୁମେହ ରୋଗୀ । ଚାଉଳ, ପାସ୍ତା ଏବଂ ବ୍ରେଡ୍‌ରେ କାର୍ବସ୍ ଅଧିକ ମାତ୍ରାରେ ମିଳିଥାଏ ।
  • ଚାଉଳରେ ଗ୍ଲୁଟେନ୍ ଥାଏ ଯାହା ରକ୍ତରେ ଶର୍କରା ସୃଷ୍ଟି କରିଥାଏ। ଏହି ଖାଦ୍ୟରେ ଫାଇବରର ଅଭାବ ଥାଏ, ଯେଉଁ କାରଣରୁ ରକ୍ତ ପ୍ରବାହରୁ ଗ୍ଲୁକୋଜ ଆବଜର୍ଭ ହୋଇପାରେନାହିଁ ।
  • ସାଧା ଦହି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ସ୍ୱାଦଯୁକ୍ତ ତଥା ମିଠାଦହି ଖାଇବା ବିପଜ୍ଜନକ ହୋଇଥାଏ । ଏହା ଚର୍ବିହୀନ କିମ୍ବା କମ୍ ଚର୍ବିଯୁକ୍ତ କ୍ଷୀରରୁ ପ୍ରସ୍ତୁତ ଯାହାକି କାର୍ବସ୍ ଏବଂ ସୁଗାରରେ ଭରପୂର ଥାଏ ।
  • ମଧୁମେହ ରୋଗୀ ସପ୍ଟ ଡ୍ରିଙ୍କ୍ରୁ ଦୂରେଇ ରହିବା ଉଚିତ୍ । ଏଥିରେ କାର୍ବୋହାଇଡ୍ରେଟ ଏବଂ ମିଠାର ଭାଗ ଅଧିକ ରହିଥାଏ । ସପ୍ଟ ଡ୍ରିଙ୍କ୍‌ରେ ବହୁ ଫ୍ରୁଟକୋଜ୍ ରହିଥାଏ, ଯାହା କେବଳ ରକ୍ତରେ ଶର୍କରା ସ୍ତରକୁ ବଢାଏ ନାହିଁ, ବରଂ ଇନସୁଲିନ୍ ପ୍ରତିରୋଧରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ ।
  • ଚିପ୍ସ, ବିସ୍କୁଟ କିମ୍ବା ପେଷ୍ଟ୍ରିଜ୍ ପରି ସ୍ନାକ୍ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇଥାଏ । ଏହି ଖାଦ୍ୟରେ ମଇଦା ଅଧିକ ଏବଂ ସୋଡିୟମ୍-କାର୍ବସ୍ ମଧ୍ୟ ଅଧିକ ପରିମାଣରେ ମିଳିଥାଏ।
  • ମାଂସ ଓ ଚର୍ବି ଜାତୀୟ ଖାଦ୍ୟରୁ ମଧୁମେହ ରୋଗୀ ଦୂରେଇ ରହିବା ଆବଶ୍ୟକ । ମଟନ୍ ,ଚିକେନ,ଲୁଣି ମାଛ ବା ଶୁଖୁଆ ଆଦି ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ । ଏଥିରେ ଚର୍ବି ଓ ଲୁଣର ଭାଗ ଅଧିକ ରହିଥାଏ । ଯାହାକି ରକ୍ତଚାପକୁ ବୃଦ୍ଧି କରାଇବା ସହ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରେଇଥାଏ ।
Advertisment
diabetic food chartdiabetic food chart
HealthTips Foods For Diabetics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ