Advertisment

ଆପଣଙ୍କ ବୟସ ୭୦ରୁ ଅଧିକ; କେମିତି ପାଇବେ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ? ଜାଣନ୍ତୁ...

୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର (AB PM-JAY) ଲାଭ । ତେବେ ଏହି ଯୋଜନା କଣ ? କେମିତି ପାଇବେ ଲାଭ ? ଆସନ୍ତୁ ଜାଣିବା...

ଅଦ୍ୟତନ ହୋଇଛି
What's The Health Insurance Scheme For Everyone Over 70

Health Insurance Scheme

Advertisment

୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର (AB PM-JAY) ଲାଭ । ଗତକାଲି କ୍ୟାବିନେଟ୍ ବୈଠକରେ ଏନେଇ ବଡ ନିଷ୍ପତ୍ତି ହୋଇଛି । ଏଣିକି ୭୦ ବର୍ଷରୁ ଅଧିକ ଯେ କୌଣସି ବର୍ଗର ବ୍ୟକ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ (AB PM-JAY) ସାମିଲ ହେବେ। ସେ ଗରିବ ହୁଅନ୍ତୁ ଅବା ମଧ୍ୟମ ବର୍ଗ କିମ୍ବା ଉଚ୍ଚମଧ୍ୟମ ବର୍ଗ, ସମସ୍ତେ କେନ୍ଦ୍ର ସରକାରଙ୍କ ଏହି ମେଗା ହେଲଥ ସ୍କିମ୍‌ରେ ୫ ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଗତକାଲି କ୍ୟାବିନେଟ୍ ବୈଠକ ପରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ  ।

Advertisment

ଅଧିକ ପଢ଼ନ୍ତୁ: ବାତିଲ ହେଲା ‘ପ୍ରେସଭ୍ୟୁ’ ଆଇ ଡ୍ରପ୍ ଲାଇସେନ୍ସ; କଂପାନିର ଦାବି ଥିଲା ଆଉ ପିନ୍ଧିବାକୁ ପଡ଼ିବନି ଚଷମା...

ସେପଟେ ପ୍ରତିଟି ଭାରତୀୟଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ନଜର ପକାନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ କେମିତି ଓ କିଏ ପାଇବେ ଲାଭ...

ଯେଉଁମାନଙ୍କ ବୟସ ୭୦ କିମ୍ବା ତା’ଠାରୁ ଅଧିକ ଓ ସେମାନଙ୍କ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ପୂର୍ବରୁ ହିଁ ସାମିଲ ଅଛନ୍ତି, ସେମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ମାଗଣା ଚିକିତ୍ସା ପାଇଁ ସୁବିଧା ମିଳିବ। ଏହି ସୁବିଧା ଅର୍ଥ କେବଳ ୭୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଖର୍ଚ୍ଚ କରାଯାଇପାରିବ । ଏହି ଟଙ୍କା ପରିବାରର ଅନ୍ୟ ୭୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଖର୍ଚ୍ଚ କରାଯାଇ ପାରିବ ନାହିଁ।

ଯେଉଁମାନଙ୍କ ବୟସ ୭୦ରୁ ଉର୍ଦ୍ଧ ଓ ସେମାନେ ଜାତୀୟ ସରକାରୀ ସ୍ବାସ୍ଥ୍ୟ ସ୍କିମ୍‌ (CGHS), ଏକ୍ସ-ସର୍ଭିସି ଅବଦାନ ସ୍ବାସ୍ଥ୍ୟ ସ୍କିମ୍‌ (ECHS) ଓ ଆୟୁଷ୍ମାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ର ଫାଇଦା ହାସଲ କରୁଛନ୍ତି, ସେମାନେ ପୂର୍ବ ଯୋଜନାରେ ରହିପାରିବେ କିମ୍ବା ନୂଆ ଆୟୁଷ୍ମାନ ଯୋଜନାରେ ନିଜକୁ ସାମିଲ କରିପାରିବେ। ସେମାନଙ୍କ ପାଖରେ ଏ ନେଇ ବିକଳ୍ପ ରହିବ। 

Advertisment

କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ୭୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟ ବୀମା କିମ୍ବା ରାଜ୍ୟ ବୀମା ସ୍କିମ ଅଧୀନରେ ରହିଛନ୍ତି, ସେମାନେ ମଧ୍ୟ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। 

ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ ହସ୍‌ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍‌ପିଟାଲ ରହିଛନ୍ତି। ୨୦୨୨-୨୩ ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍‌ପିଟାଲରେ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍‌ପିଟାଲରେ ହୋଇଛି।  

ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି। ହିତାଧିକାରୀ କ୍ୟାନସର, ଜରୁରୀ ଚିକିତ୍ସା ଓ ଯତ୍ନ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ ବୃକକ୍ ସଂକ୍ରାନ୍ତ ବ୍ୟାଧିର ଚିକିତ୍ସା ସେବା ମାଗଣାରେ କରିପାରୁଛନ୍ତି। ଏହି ଯୋଜନାରେ ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ ଆୟୁଷ୍ମାନ କାର୍ଡଧାରୀଙ୍କ ମଧ୍ୟରେ ୪୯ ପ୍ରତିଶତ ମହିଳା। ସେହିଭଳି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାରେ ମହିଳାଙ୍କ ସଂଖ୍ୟା ୪୮%। ମହିଳାଙ୍କ ପାଇଁ ଏହି ଯୋଜନାରେ ୧୪୧ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି।

ଅଧିକ ପଢ଼ନ୍ତୁ: ଜୀବନ ନେଉଛି ସ୍କ୍ରବ ଟାଇଫସ କୀଟ,ଜାଣନ୍ତୁ ଏହାର ଲକ୍ଷଣ

Ayushman Bharat Yojana Central Health Insurance Scheme Ayushman Bharat Ayushman Bharat Pradhan Mantri Jan Arogya Yojana Implement Ayushman Bharat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ