Advertisment

ବିଟ୍ ଖାଇବା ଦ୍ୱାରା କ’ଣ ଫାଇଦା ହୋଇଥାଏ : ଆସନ୍ତୁ ଜାଣିବା

ବିଟ୍ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବିଭିନ୍ନ ପ୍ରକାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଇଥାଏ । ଏହା ସହିତ ପାରିପାଶ୍ୱିକ ପରିବେଶ ପାଇଁ ମଧ୍ୟ ରୋଗ ଆମ ଶରୀରରେ ପ୍ରବେଶ କରିଥାଏ । ଏଥିମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ରୋଗ ହେଉଛି ରକ୍ତହିନତା ।

Beets are very good for your health

Beets are very good for your health

Advertisment

ବିଟ୍ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ । କିଛି ପରିବା ରହିଛି ଯାହାକୁ ଖାଇବା ଦ୍ୱାରା ଆମ ଶରୀରର ବ୍ଲଡ ପ୍ରେସର, ରକ୍ତ ହିନତା ଭଳି ରୋଗ ଦୂର ହୋଇଥାଏ। କିନ୍ତୁ ବିଟକୁ ଖାଇଲେ ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢ଼ିବା ସହିତ ସ୍ୱାସ୍ଥ୍ୟର ବି ଅନେକ ଫାଇଦା ହୋଇଥାଏ। ଆପଣ ବିଟକୁ ସାଲାଡ୍‌ କରି ଖାଇପାରିବେ ନଚେତ୍ ଆପଣ ବିଟକୁ ଆଳୁ ସହିତ ଭଜା କରିକିବି ଖାଇପାରିବେ । କାହିଁକିନା ବିଟ୍‌ ଆଳୁ ଭଜା ବହୁତ ସ୍ୱାଦିଷ୍ଟ ହୋଇଥାଏ। ତାହାହେଲେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତି।

Advertisment

ଆବଶ୍ୟକ ସାମଗ୍ରୀ

  • ଆପଣଙ୍କ ଆବଶ୍ୟକ ଅନୁସାରେ ବିଟ୍ ଏବଂ ଆଳୁ ନେବେ (ମିଡିୟମ୍‌ ସାଇଜର), ଗୋଟିଏ ପିଆଜ, ୨ଟି କଞ୍ଚା ଲଙ୍କା, ୧/୨ ଚାମଚ ହଳଦି, ଲୁଣ ସ୍ୱାଦଅନୁସାରେ, ୧ ଚାମଚ ତେଲ ନେବେ । ତା’ପରେ

ପ୍ରସ୍ତୁତି ପ୍ରଣାଳୀ:

  • ସର୍ବପ୍ରଥମେ ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନ ନିଅନ୍ତୁ ଏବଂ ତେଲ ଗରମ କରିବା ପାଇଁ ରଖନ୍ତୁ।
  • ତେଲ ଗରମ ହେବା ପରେ ବିଟ୍‌, ଆଳୁ, ପିଆଜ ଏବଂ କଞ୍ଚା ଲଙ୍କାକୁ ଏକାସାଥିରେ ପକାଇ ମିକ୍ସ କରନ୍ତୁ।
  • ହଳଦି ଏବଂ ଲୁଣ ମିଶାଇ ପ୍ୟାନକୁ ଢ଼ାଙ୍କୁଣୀରେ ଘୋଡାଇ ଦିଅନ୍ତୁ।
  • ପ୍ରାୟ ୧୦-୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ସିଝିବାକୁ ଛାଡନ୍ତୁ।
  • ଏହାପରେ ଆପଣ ଦେଖନ୍ତୁ ବିଟ୍‌ ଏବଂ ଆଳୁ ଭଲଭାବେ ଭାଜି ହୋଇ ସିଝିଛି ନା ନାହିଁ।
  • ଯଦି ଭଲଭାବରେ ସିଝି ଯାଇଥିବ ତାହା ହେଲେ ପ୍ଲେଟକୁ ବାହାର କରି ଟେଷ୍ଟ କରନ୍ତୁ । 
  • ବିଶେଷ କରି ସବୁଦିନ ବିଟ୍ ଖାଇବା ଦ୍ୱାରା ଆମ ଶରୀରରେ ରକ୍ତ ବଢିଥାଏ ଏବଂ ଦେହ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
Advertisment
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ