ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଖାଆନ୍ତୁ ଏହି ଜିନିଷ

କରୋନା ଓ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହେବା ଆବଶ୍ୟକ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ‘ଭିଟାମିନ୍-ସି’ ଆମ ଶରୀରର ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତିକୁ ଷ୍ଚ୍ରଙ୍ଗ୍ କରାଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତରମାନେ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି ।

vitamin c for health

News Summary

‘ଭିଟାମିନ୍-ସି’ ହାଇ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ

‘ଭିଟାମିନ୍-ସି’ ଓଜନ କମାଇବାରେ ସାହାଯ୍ୟ କରିଥାଏ

ଡାକ୍ତରମାନଙ୍କ ମତରେ’ଭିଟାମିନ୍-ସି’ ଏବଂ ଜିଙ୍କ କୋଭିଡ -୧୯ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଏକ ନୂତନ ଅନୁସନ୍ଧାନ ଅନୁଯାୟୀ ଥଣ୍ଡା ଏବଂ 'ଫ୍ଲୁ' ର ଗମ୍ଭୀରତାକୁ କମ୍ କରିବା କିମ୍ବା ମୁକାବିଲା କରିବା ପାଇଁ ଜିଙ୍କ୍ ଏବଂ ‘ଭିଟାମିନ୍-ସି’ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, ରୋଗୀଙ୍କୁ କରୋନା ଅବଧିରେ ‘ଭିଟାମିନ୍-ସି’ ଏବଂ ଜିଙ୍କ୍ ଟାବଲେଟ୍ ନେବାକୁ ପରାମର୍ଶ ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ‘ଭିଟାମିନ୍-ସି’ ଆମ ଶରୀର ପାଇଁ କେତେ ଲାଭଦାୟକ ।