Advertisment

UP:ହସ୍ପିଟାଲରେ ପ୍ରାଣ ହରାଇଲା ନବଜାତ, ବ୍ୟାଗରେ ମୃତଦେହ ଧରି ଡିଏମ ଅଫିସରେ ପହଞ୍ଚିଲେ ବାପା

ଚର୍ଚ୍ଚାରେ ଥିବା ବିପିନ ଗୁପ୍ତାଙ୍କ କହିବା କଥା ଯେ ସ୍ୱାଭାବିକ ପ୍ରସବ ପାଇଁ ହସ୍ପିଟାଲ ପକ୍ଷରୁ ୧୦ ହଜାର ଓ ସି-ସେକସନ ପ୍ରସବ ପାଇଁ ୧୨ ହଜାର ଟଙ୍କା ଲାଗିବ ବୋଲି କୁହାଯାଇଥିଲା। କିନ୍ତୁ ତାଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବେ ବେଳେ ହସ୍ପିଟାଲ ପକ୍ଷରୁ ଫି’କୁ ବୃଦ୍ଧି କରାଯାଇଥିଲା।

DEADBODY

DEADBODY

Advertisment

ସାମ୍ନାକୁ ଆସିଛି ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା। ହସ୍ପିଟାଲରେ ନବଜାତର ମୃତ୍ୟୁ ପରେ ମୃତଦେହକୁ ଗୋଟିଏ ଜରି ବ୍ୟାଗରେ ଧରି ବାପା ଡିଏମ ଅଫିସରେ ପହଞ୍ଚିବା ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଡେଲିଭରୀ ସମୟରେ ଶିଶୁର ମୃତ୍ୟୁ ହୋଇଥିଲା।

Advertisment

ହସ୍ପିଟାଲର ଅବହେଳାକୁ ଦାୟୀ କରି ବାପା ଜଣଙ୍କ ଏପରି କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜିଲ୍ଲା ମାଜିଷ୍ଟ୍ରେଟ ଗୋଟିଏ ହସ୍ପିଟାଲକୁ ସିଲ କରି ଦେଇଛନ୍ତି। ମୃତ ନବଜାତର ବାପା ବିପିନ ଗୁପ୍ତା ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲ ପ୍ରକାରର ବିଭିନ୍ନ ଫି’ ମଗାଯାଉଥିବା ବେଳେ ପ୍ରସବରେ ବିଳମ୍ବ କରାଯିବାକୁ ଏପରି ଘଟିଛି।

ଘଟଣା ସମ୍ପର୍କରେ ଡିଏମ ଏକ୍ସରେ ଲେଖିଛନ୍ତି, “ନବଜାତଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ଗୋଲ୍ଡର ହସ୍ପିଟାଲକୁ ସିଲ କରାଯାଇଛି। ଏଠାରେ ଆଡମିଟ ହୋଇଥିବା ରୋଗୀମାନଙ୍କୁ ଜିଲ୍ଲା ମହିଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡିଏମଙ୍କ ନିର୍ଦ୍ଦେଶକକ୍ରମେ ଏଡିଏମ ଏକେ ରସ୍ତୋଗୀ ନିଜେ ଶ୍ରୀଜନ ହସ୍ପିଟାଲକୁ ଯାଇ ଭାବୀ ମା’ମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି। ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପ୍ରଭାବିତ ପରିବାର ଲୋକଙ୍କ ସହ ରହିଛି।”

Advertisment

ଚର୍ଚ୍ଚାରେ ଥିବା ବିପିନ ଗୁପ୍ତାଙ୍କ କହିବା କଥା ଯେ ସ୍ୱାଭାବିକ ପ୍ରସବ ପାଇଁ ହସ୍ପିଟାଲ ପକ୍ଷରୁ ୧୦ ହଜାର ଓ ସି-ସେକସନ ପ୍ରସବ ପାଇଁ ୧୨ ହଜାର ଟଙ୍କା ଲାଗିବ ବୋଲି କୁହାଯାଇଥିଲା। କିନ୍ତୁ ତାଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବେ ବେଳେ ହସ୍ପିଟାଲ ପକ୍ଷରୁ ଫି’କୁ ବୃଦ୍ଧି କରାଯାଇଥିଲା। ହସ୍ପିଟାଲର ଦାବି ଅନୁସାରେ ଶ୍ରୀ ଗୁପ୍ତା ରାତି ୨.୩୦ ସୁଦ୍ଧା କିଛି ଟଙ୍କା ଯୋଗାଡ଼ କରିଥିଲେ। କିନ୍ତୁ ହସ୍ପିଟାଲ ପକ୍ଷରୁ ଫି’କୁ ପୁଣି ବୃଦ୍ଧି କରାଯାଇଥିଲା। ଟଙ୍କା ନ ମଳିଲେ ସେମାନେ ପ୍ରସବ କରାଇବେ ନାହିଁ ବୋଲି ଶୁଣାଇ ଦେଇଥିଲେ।

ସେ କହିଛନ୍ତି, “ମୁଁ ରାତି ୨.୩୦ ବେଳକୁ ଟଙ୍କା ଯୋଗାଡ଼ କରିଥିଲି ଓ ଯଦି ସେମାନେ ପ୍ରସବ କରାଇ ପାରିବେ ନାହିଁ, ତା’ହେଲେ ମୁଁ ମୋ ପତ୍ନୀଙ୍କୁ ଅଲଗା ସ୍ଥାନକୁ ନେବାକୁ ପ୍ରସ୍ତୁତ ଥିବା କହିଥିଲି। ସେମାନେ ପ୍ରସବ ଫି’କୁ ହଠାତ ବଢ଼ାଇ ଦେଇଥିଲେ। ଏଥିରେ ବି ମୁଁ ରାଜି ହୋଇ ପ୍ରସବ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥଲି। କିନ୍ତୁ ସେମାନେ ଟଙ୍କା ପାଇବା ପରେ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜିଦ କରିଥିଲେ।

Advertisment

ଏସବୁ ଭିତରେ ସମୟ ଗଢ଼ି ଯାଇଥିଲା। ପ୍ରସବ ବେଳେ ମୋ ପିଲା ପ୍ରାଣ ହରାଇଥିଲା। ସେମାନେ ପ୍ରସବ କରାଇବା ପରେ ମୋ ପତ୍ନୀଙ୍କୁ ହସ୍ପିଟାଲରୁ ବାହାର କରି ଦେଇଥିଲେ। ଏହାପରେ ଆମେ ଜଣେ ସର୍ଜନଙ୍କ ପାଖକୁ ଯାଇଥିଲୁ। ମୁଁ ଡିଏମଙ୍କ ପାଖକୁ ଯାଇଥିଲି। ସେ ମୋ ସହ ଏଠାକୁ ଆସିଥିଲେ। ମୁଁ ମୋର ମୃତ ପିଲାକୁ ବ୍ୟାଗରେ ବୋହିବାକୁ ବାଧ୍ୟ ହୋଇଥିଲି।”

ବିପିନ ଗୁପ୍ତାଙ୍କ ଠାରୁ ସବୁ କିଛି ଶୁଣିବା ପରେ ଡିଏମ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Uttar Pradesh Newborn Baby Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ