Advertisment

Unknown Fever: ମୋହନପଡ଼ାରେ ଅଜଣା ଜ୍ୱର...ଘର ଘର ବୁଲି ରକ୍ତ ନମୂନା ସଂଗ୍ରହ କରୁଛନ୍ତି ମେଡିକାଲ ଟିମ୍

ଡାକ୍ତର ଟିମ ଯାହା ଔଷଧ ଦେଉଛନ୍ତି ତାହା ଖାଇଲେ କିଛି ସମୟ ପାଇଁ ଉପଶମ ହେଉଛି। ପରେ ଯେମିତିକି ସେମିତି ଅବସ୍ଥା ହେଉଥିବା ସେ କହିଛନ୍ତି। କିଛି ଘଣ୍ଟା ଯନ୍ତ୍ରଣାରୁ ଉପଶମ ମିଳୁଛି, ପରେ ପୁଣି ଯନ୍ତ୍ରଣା ହେଉଛି। ପ୍ରାୟ ଲୋକ ଜ୍ଵରରେ ପୀଡିତ ରହିବା ସହ ଗୋଡ଼ ଓ ଗଣ୍ଠି ଭୀଷଣ ଫୁଲିଯାଇ ଯନ୍ତ୍ରଣା ହେଉଛି।

ଅଦ୍ୟତନ ହୋଇଛି
ଅଜଣା ଜ୍ୱର

ଅଜଣା ଜ୍ୱର

Advertisment

କୋରାପୁଟ ବ୍ଳକ ଅନ୍ତର୍ଗତ ମୋହନପଡା ଗାଁରେ ଅଜଣା ରୋଗର ଆତଙ୍କ। .ଏବେ ପ୍ରାୟ ଗାଁ ସାରା ଲୋକେ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗାଁର ସବୁ ଘରେ ପରିବାରର ମହିଳା, ପୁରୁଷ ଓ ପିଲାମାନେ ମଧ୍ୟ ଏହି ଅଜଣା ଜ୍ବରରେ ପୀଡିତ ଥିବା ଜଣାପଡିଛି । ଏଥୁରୁ କୁନି କୁନି ଶିଶୁମାନେ ମଧ୍ୟ ବାଦ ପଡି ନାହାଁନ୍ତି ବୋଲି ଗାଁ ଲୋକେ କହିଛନ୍ତି।

Advertisment

ମୋହନପଡା ଗ୍ରାମରର ଦୁଇଟି ୱାର୍ଡରେ ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ଘର ସହ 6ଟି ସାହି ରହିଛି। ସବୁ ସାହିରେ ଏହି ଅଜଣା ରୋଗରେ ଶତାଧିକ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା ହେଉଛି। ଏଥିରେ ବୟସ୍କ ବ୍ୟକ୍ତିମାନେ ଚାଲିପାରୁ ନ ଥିବା ଦେଖିବାକୁ ମିଳିଛି। ଏହି ରୋଗରେ ପ୍ରାୟ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ବୟସ୍କ ମହିଳା ପୁରୁଷ, ଯୁବତୀ ଯୁବକ ଏମିତିକି ପିଲାଛୁଆମାନେ ଆକ୍ରାନ୍ତ ହୋଇ ଆଜକୁ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱ ସମୟ ଯନ୍ତ୍ରଣା ଭୋଗୁଥିବା ଆକ୍ରାନ୍ତମାନେ କହିଛନ୍ତି।

କୋରାପୁଟ ବ୍ଲକ ପଦ୍ମପୁର ପଂଚାୟତର ଦୁଇ ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ସହ ଆଶା କର୍ମୀ ରହିଛନ୍ତି। ଆଶା କର୍ମୀ ଫୁଲମଣି ଖିଲଙ୍କ କହିବା କଥା ଆଜିକୁ ପ୍ରାୟ ପାଞ୍ଚଦିନ ଧରି ଏକ ସ୍ବତନ୍ତ ସ୍ବାସ୍ଥ୍ୟ ଟିମ ଗାଁକୁ ଆସି ଘରକୁ ଘର ବୁଲି ଦେଖିଛନ୍ତି। ପ୍ରାୟ ଲୋକଙ୍କର ରକ୍ତ ନମୁନା ନେଇଛନ୍ତି। କୋରାପୁଟ କି ଜୟପୁରରେ ଏ ପରୀକ୍ଷା ହୋଇ ପାରିଲା ନାହିଁ ତେଣୁ ନମୁନା ଭୁବନେଶ୍ୱର ଯାଇଛି, କିନ୍ତୁ ରିପୋର୍ଟ ଆସିନାହିଁ ।

Advertisment

ଡାକ୍ତର ଟିମ ଯାହା ଔଷଧ ଦେଉଛନ୍ତି ତାହା ଖାଇଲେ କିଛି ସମୟ ପାଇଁ ଉପଶମ ହେଉଛି। ପରେ ଯେମିତିକି ସେମିତି ଅବସ୍ଥା ହେଉଥିବା ସେ କହିଛନ୍ତି। କିଛି ଘଣ୍ଟା ଯନ୍ତ୍ରଣାରୁ ଉପଶମ ମିଳୁଛି, ପରେ ପୁଣି ଯନ୍ତ୍ରଣା ହେଉଛି। ପ୍ରାୟ ଲୋକ ଜ୍ଵରରେ ପୀଡିତ ରହିବା ସହ ଗୋଡ଼ ଓ ଗଣ୍ଠି ଭୀଷଣ ଫୁଲିଯାଇ ଯନ୍ତ୍ରଣା ହେଉଛି। 

ଏ ସମ୍ପର୍କରେ ଆମେ ଜିଲା ସ୍ୱାସ୍ଥ୍ୟ ବିଭାଗର CDMOଙ୍କୁ ପଚାରିବାରୁ ସେ କହିଛନ୍ତି, ମିଳିଥିବା ରିପୋର୍ଟ କହୁଛି,ଏହା ଚିକେନଗୁନିୟା। ସ୍ବାସ୍ଥ୍ୟ ବିଭାଗ ତରଫରୁ ମୋହନପଡା ଗାଁରେ ଏକ ଟିମ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି । ଅନ୍ୟପଟେ VCRC ର ଅଫିସର ଇନଚାର୍ଜ କହିଛନ୍ତି, ଆଗରୁ ଏହି ଜ୍ଵର ନଥିଲା। ଏବେ ଏବେ ବାହାରୁଛି, ଏହା ଦିନ ବେଳେ ମଶା କାମୁଡ଼ିବାରୁ ହୁଏ । ତେବେ ପ୍ରକୃତ କାରଣ ଜାଣିବା ପାଇଁ ବିଭିନ୍ନ ନମୁନା ସଂଗ୍ରହ ଚାଲିଛି।

Advertisment

ସୂଚନାଯୋଗ୍ୟ, କୋରାପୁଟ ଜିଲାରେ ବିଗତ କିଛି ବର୍ଷ ହେଲା ଏହି ଜ୍ୱର ଦେଖାଯାଇନଥିଲା। ଏବେ ପୁଣି ବିଭିନ୍ନ ଗାଁରେ ଆତଙ୍କ ପ୍ରକାଶ ପାଇଥିବା କୁହାଯାଉଛି।

Medical Team Blood Tests Unknown Disease Sample Collection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ