Advertisment

2 dead, over 500 ill in diarrhea outbreak: ୫୦୦ରୁ ଉର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ; ଯାଜପୁର ଗଲେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ

ଯାଜପୁର ଜିଲ୍ଲାରେ ୫୦୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯାଜପୁର ଝାଡ଼ାବାନ୍ତି ଏଯାଏଁ ନିୟନ୍ତ୍ରଣକୁ ଆସିନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ଘଟଣାସ୍ଥଳରେ ଅନୁଧ୍ୟାନ ପାଇଁ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଯାଜପୁର ଯାଇଛନ୍ତି ବୋଲି ଅଶ୍ବଥି ଏସ୍‌ କହିଛନ୍ତି।

ଅଦ୍ୟତନ ହୋଇଛି
Diarrhea

Diarrhea

Advertisment

ଆତଙ୍କ ଖେଳାଇଛି ଝାଡାବାନ୍ତି। ଯାଜପୁରରେ ଅତି ଭୟଙ୍କର ଭାବେ ବ୍ୟାପୁଛି ଝାଡ଼ାବାନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମାତ୍ର ଦୁଇ ଦିନରେ ୫୦୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ମୁନିସପାଲିଟି, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦିରେ ଭୟାନକ ଭାବେ ବ୍ୟାପୁଛି। ତେବେ କେଉଁ କାରଣ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସ୍ଥିତି ଏତେ ଗମ୍ଭୀର ଯେ, ଯାଜପୁର ରୋଡ୍ ଓ ଦାନଗଦିରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ସମସ୍ତ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଓ ଅନ୍ୟାନ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଝାଡାବାନ୍ତିରେ ଦୁଇ ଶହରୁ ଅଧିକ ଆକ୍ରାନ୍ତ, ୨ ମୃତ

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସ୍ଥିତି ସମ୍ପର୍କରେ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି, ‘‘ଏଯାଏଁ ନିୟନ୍ତ୍ରଣକୁ ଆସିନି ଯାଜପୁର ଝାଡ଼ାବାନ୍ତି। ଆକ୍ୟୁଟ ଡାଇରିଆ କାରଣରୁ କିଛି ରୋଗୀ ଗୁରୁତର ଅଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି, ପ୍ରକୃତ କାରଣ ଯାଞ୍ଚ ଚାଲିଛି। ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଡାଇରିଆ ସନ୍ଦେହ କରାଯାଉଛି। ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି।’’

ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍‌ କହିଛନ୍ତି, ‘‘ଯାଜପୁର ଝାଡ଼ାବାନ୍ତି, ଡାଇରିଆ ନେଇ ରିପୋର୍ଟ ଆସିଛି। ଘଟଣାସ୍ଥଳରେ ଡାକ୍ତରୀ ଟିମ୍‌ ଯାଇ ପହଞ୍ଚି ସାରିଛି। ଟିମ୍‌ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ସାମିଲ ଅଛନ୍ତି। କାହିଁକି ଡାଇରିଆ ବ୍ୟାପିଲା ଅନୁଧ୍ୟାନ କରୁଛନ୍ତି ଟିମ୍‌। ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ୍‌ ଟିମ୍‌ ପଠାଯାଉଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସବୁ ମନିଟରିଂ କରୁଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଆଲୋଚନା ଚାଲିଛି। ପାନୀୟ ଜଳ ଉତ୍ସ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିମ୍‌ ରିପୋର୍ଟ ଦେବା ପରେ ମୃତାହତ ସଂଖ୍ୟା ଜଣାପଡ଼ିବ।’’

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ତଳିପାଦ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଯୋଗ, ମିଳିବ ଆରାମ

Jajpur Diarrhea Diarrhea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ