• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କର୍କଟ ବା କ୍ୟାନ୍ସର କେତେ ଯେ ଭୟଙ୍କର ପ୍ରାୟ ସମସ୍ତଙ୍କୁ ଜଣା । କାରଣ ଦିନକୁ ଦିନ କର୍କଟ ରୋଗ ତାର କାୟା ମେଲାଉଥିବା ବେଳେ ପ୍ରତ୍ୟେକ ଦିନ ଏହି ରୋଗରେ ଲୋକଙ୍କ ଜୀବନ ଯାଉଛି । ସେ ବୃଦ୍ଧ ହୁଅନ୍ତୁ କି ଯୁବକ କିମ୍ବା କୁନି କୁନି ଶିଶୁ । କାହାକୁ ବି ଛାଡ଼ୁ ନାହିଁ ଏହି ମାରାତ୍ମକ ରୋଗ । ତାର ମୃତ୍ୟୁର ଫାଶରେ ଫସାଇ ଅକାଳରେ ଝଡ଼ାଇ ଦେଉଛି ଜୀବନ ।

ଆଜି ବିଶ୍ୱ କର୍କଟ ଦିବସରେ ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଏବଂ ଦେଖାଇବୁ ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ । ତଳେ ଦିଆଯାଇଥିବା ଛୋଟ ଭିଡିଓକୁ ଥରେ ଦେଖନ୍ତୁ । କୁନି କୁନି ପିଲା କିପରି ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକୁ ଚଳାଉଛନ୍ତି । ବେଲୁନ୍ ସହ ଖେଳୁଛନ୍ତି । ଆଉ ଖୁସିରେ ଖୁସିରେ ଡାକ୍ତରଙ୍କ ନିକଟକୁ ଯାଉଛନ୍ତି ।

ଆପଣ ଦେଖି ସାରିଥିବା ଏହି ଭିଡିଓଟିରେ ସମସ୍ତ କୁନି କୁନି ନିଷ୍ପାପ ଶିଶୁମାନଙ୍କୁ କର୍କଟ ତାର ମୃତ୍ୟୁ ଜାଲରେ ଛନ୍ଦି ରଖିଛି । ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କ ଜୀବନ ନେବାକୁ ଡରାଉଛି । ତୁର୍କୀର ଏକ ହସ୍ପିଟାଲର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ପିଲା ମାନଙ୍କୁ ଟିକିଏ ଖୁସିରେ ରଖିବାକୁ ପ୍ରୟାସ କରାଯାଉଛି । ସେମାନଙ୍କ ଜୀବନ ଯୁଦ୍ଧର ସଂଗ୍ରାମ କମ୍ କରିବାକୁ ଚେଷ୍ଟା କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଚିକିତ୍ସା ପାଇଁ ଡାକ୍ତରଖାନା ପକ୍ଷରୁ ପିଲାମାନଙ୍କୁ ଡାକ୍ତରଙ୍କ ନିକଟକୁ ପରାମର୍ଶ ନେବାକୁ ଯିବାପାଇଁ ଇଲେକ୍ଟ୍ରକ୍ କାର୍‌ର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପିଲାମାନେ ବସି ଖୁବ୍ ଖୁସି ହେଉଛନ୍ତି । ତାହା ସହ ବେଲୁନ୍ ଓ ବୈଦ୍ୟୁତିକ ଖେଳନାର ବ୍ୟବସ୍ଥା କରାଯାଇଛି ।

ଏନେଇ ଏକ ସଂସ୍ଥା ପକ୍ଷରୁ ଟ୍ୱିଟ କରାଯାଇଥିବା ବେଳେ ଟ୍ୱିଟରର କ୍ୟାପସନରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି । କ୍ୟାପସନରେ ହସପିଟାଲ ପକ୍ଷରୁ ପିଲା ମାନଙ୍କୁ ଷ୍ଟ୍ରେଚର ବଦଳରେ ମିନି ବ୍ୟାଟେରୀ ଗାଡ଼ି ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।