Advertisment

ତିନି ବର୍ଷର ଶିଶୁକୁ ଅଜବ ରୋଗ....ଖାଦ୍ୟ ଦେଖିଲେ ଡରୁଛି...ଏପରି ଦିଆଯାଉଛି ଖାଦ୍ୟ

ଏହି ଶିଶୁଟି ଓଲିବର ଏବୋଡଣ୍ଡେଟ ରେସ୍ଟ୍ରିକ୍ଟିଭ ଫୁଡ ଇନଟେକ୍ ଡିଜଅର୍ଡର (AFRID)ରେ ପୀଡିତ। ଯେଉଁଥିରେ ମଣିଷକୁ ଖାଇବାକୁ ଡର ଲାଗିଥାଏ।

ଅଦ୍ୟତନ ହୋଇଛି
Avoidant/restrictive food intake disorder

Avoidant/restrictive food intake disorder

Advertisment

ଦୁନିଆରେ ଏମିତି ଅନେକ ମାମଲା ସାମନାକୁ ଆସିଛି ଯେଉଁଠି ଲୋକମାନେ ପାଣିକୁ ଭୟ କରନ୍ତି। କିଛି ଲୋକ ଅନ୍ଧାରକୁ ଭୟ କରୁଥିବା ଆମେ ଜାଣିଛନ୍ତି। ହେଲେ କେବେ ଖାଦ୍ୟକୁ ଡର ଲାଗିବା କଥା ଶୁଣିଛନ୍ତି କି? କାରଣ ଖାଦ୍ୟ ଏପରି ଏକ ଜିନିଷ ଯାହାବିନା ଜୀବନ ଅସମ୍ଭବ। ମାତ୍ର ଏକ ୩ବର୍ଷର ଶିଶୁ ସହ ଏମିତି କିଛି ଘଟଣା ଘଟିଛି। ବର୍ଷେରୁ ଅଧିକ ସମୟ ଧରି ଶିଶୁଟି ପାଟିରେ ଖାଦ୍ୟ ଖାଇବା ବନ୍ଦ କରିଦେଇଛି। ଏକ ନଳୀ ସାହାଯ୍ୟରେ ତାକୁ ଖାଇବାକୁ ଦିଆଯାଉଛି।

Advertisment

ଇଂଲଣ୍ଡର ଏହି ୩ବର୍ଷୀୟ ଶିଶୁ ଓଲିବର ଟେଲରକୁ ଖାଦ୍ୟ ଖାଇବାକୁ ଡର ଲାଗୁଛି। ତାକୁ ଯେତେବେଳେ ୨ବର୍ଷ ହୋଇଥିଲା ସେତେବେଳେ ସେ କୁପୋଷଣ ଓ ଡିହାଇଡ୍ରେସନର ଶିକାର ହୋଇଥିଲା। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବିକ ଓଲିବର ଏଭୋଡେଣ୍ଟ ରେସ୍ଟ୍ରିକ୍ଟିଭ ଫୁଡ ଇନଟେକ୍ ଡିଜଅର୍ଡର (AFRID)ରେ ପୀଡିତ। ଯେଉଁଥିରେ ମଣିଷକୁ ଖାଇବାକୁ ଡର ଲାଗିଥାଏ। ନହେଲେ ଖାଇବା ପରେ ସ୍ୱାଦ ନେଇ ଅଜବ ପ୍ରକାର ରିଆକ୍ସନ ଆସିଥାଏ। 

ଓଲିବରର ମା’ଙ୍କ କହିବା ଅନୁଯାୟୀ, ଏହା ଏକ ଖାଦ୍ୟ ଡିଜଅର୍ଡର, ମାତ୍ର ୨ବର୍ଷରୁ କମ ବୟସର ଶିଶୁ ବି ଏହାର ଶିକାର ହେଉଛନ୍ତି। ଏହା ଭୟ ସୃଷ୍ଟି କରୁଛି। ସେ ଖାଇବାକୁ ଭୟ କରୁଛି। ଓଲିବର ଖାଦ୍ୟ ପଦାର୍ଥକୁ ଆଦୌ ପସନ୍ଦ କରେନି। ତାକୁ ରାତିରେ ୧୦ଘଣ୍ଟା ଓ ଦିନରେ ୪ଘଣ୍ଟା ମେସିନ ସାହାଯ୍ୟରେ ଖାଦ୍ୟ ଦିଆଯାଏ। ସେ ଏବେ ଟ୍ୟୁବ ଜରିଆରେ ଖାଦ୍ୟ ଖାଉଛି।

Advertisment

ଗତବର୍ଷ ଏପ୍ରିଲରେ ତା ପେଟରେ ଏକ ସ୍ଥାୟୀ ଟ୍ୟୁବ ଲଗାଯାଇଥିଲା। ତେବେ ଏହି ଟ୍ୟୁବ ପାଇଁ ବର୍ଷେ ଭିତରେ ତାର ଓଜନ ବଢିଛି। ଏବେବି ତାର ଖାଦ୍ୟ ପ୍ରତି ଭୟ କମିନି। ଯାହାକୁ ନେଇ ଆମେ ଚିନ୍ତିତ। ଖାଇବା କଥା କହିଲେ ସେ ଛାନିଆଁରେ ଥରିବାକୁ ଲାଗେ, ଏଥି ପାଇଁ ଆମେ କିଛି କରିପାରୁନୁ। ଓଲିବରର ବାପା-ମା ଏମା ଓ ମୌଟି ଟେଲର ଏହି ଘଟଣାକୁ ସାମନାକୁ ଆଣିଛନ୍ତି କାରଣ ସବୁ ଅବିଭାବକ ଏନେଇ ଅବଗତ ହେବା ଉଚିତ।

Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ