Advertisment

ଲୁଣ ବଢାଉଛି କ୍ୟାନସର ଆଶଙ୍କା...ରିପୋର୍ଟରେ ହେଲା ଖୁଲାସା

ଏକ କେଜି ଲୁଣରେ ୩୩ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଜଣାପଡିଛି। ମାଇକ୍ରୋପ୍ଲାଷ୍ଟିକରେ ମିଳୁଥିବା ଅଣୁଗୁଡ଼ିକ କ୍ୟାନସର ଏବଂ ହୃଦରୋଗ ବା ହାର୍ଟଆଟାକର କାରଣ ହୋଇଥାଏ।

Table Salt Increases The Risk Of Cancer

Table Salt Increases The Risk Of Cancer

Advertisment

ଲୁଣ ଖାଦ୍ୟର ସ୍ୱାଦ ବଢାଇଥାଏ। ଲୁଣ ବିନା ସବୁ ଫିକା ଫିକା ଲାଗେ। କିନ୍ତୁ ଖାଦ୍ୟରେ ଲୁଣର ପରିମାଣ ସୀମିତ ରହିବା ଉଚିତ୍ । ଲୁଣର ଅତ୍ୟଧିକ ବ୍ୟବହାର ସାଂଘାତିକ ହୋଇପାରେ । ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇଥାଏ ଏହି ଲୁଣ । ବିଶ୍ୱର ଅଧିକାଂଶ ଜନସଂଖ୍ୟା ଆବଶ୍ୟକତାଠାରୁ ଦୁଇଗୁଣ ଲୁଣ ଖାଉଥିବା ଜଣାପଡିଛି । ତେବେ ଆପଣ ଜାଣନ୍ତି କି ଲୁଣ ଖାଇବା ଦ୍ୱାରା କ୍ୟାନସରର ଆଶଙ୍କା ବଢିଯାଇଥାଏ। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଇଣ୍ଡୋନେସିଆର ଆଣ୍ଡାଲସ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ନିକଟରେ ଏକ ଗବେଷଣା କରିଥିଲେ। ସାଧାରଣ ଲୁଣ ଶରୀର ପାଇଁ କ୍ଷତିକାର । ଅନୁସନ୍ଧାନରୁ ଜଣାପଡିଛି ଯେ ସାଧାରଣ ଲୁଣ କ୍ୟାନସର ରୋଗର ଆଶଙ୍କା ବଢାଇଥାଏ । ଆମେ ପ୍ରତିଦିନ ବ୍ୟବହାର କରୁଥିବା ସାଧାରଣ ଲୁଣରେ କ୍ୟାନସର ସୃଷ୍ଟିକାରୀ ମାଇକ୍ରୋପ୍ଲାଷ୍ଟିକ୍ ରହିଛି।

ଗବେଷକମାନେ ଦାବି କରିଛନ୍ତି ଯେ, ଏକ କେଜି ଲୁଣରେ ୩୩ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଜଣାପଡିଛି। ମାଇକ୍ରୋପ୍ଲାଷ୍ଟିକରେ ମିଳୁଥିବା ଅଣୁଗୁଡ଼ିକ କ୍ୟାନସର ଏବଂ ହୃଦରୋଗ ବା ହାର୍ଟଆଟାକର କାରଣ ହୋଇଥାଏ। ଗବେଷକମାନେ ୨୧ଟି ବ୍ରାଣ୍ଡର ସାଧାରଣ ଲୁଣ ନେଇ ପରୀକ୍ଷା କରିଥିଲେ। ସେମାନେ ଏଥିରୁ ଛୋଟ ପ୍ଲାଷ୍ଟିକ ଫାଇବର ଖଣ୍ଡ ବାହାର କରିଥିଲେ। ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।

Advertisment

ତେବେ ସାଧାରଣ ଲୁଣ ଦୁନିଆରେ ସର୍ବାଧିକ ବ୍ୟବହୃତ ହୁଏ । ସାଧାରଣତଃ ସମସ୍ତେ ଏହି ଲୁଣ ବ୍ୟବହାର କରନ୍ତି । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ । କ୍ୟାନସର ବିଶେଷଜ୍ଞଙ୍କ ଅନୁଯାୟୀ, ଅଧିକ ଲୁଣ ଖାଇବା ଦ୍ୱାରା ଏହା ଶରୀରରେ କ୍ୟାନସର ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ସୃଷ୍ଟି କରିଥାଏ। ଏହି ରାସାୟନିକ ପଦାର୍ଥ ଯକୃତ ଏବଂ ଅନ୍ତଃନଳୀ ପାଇଁ ଅଧିକ ବିପଦ ସୃଷ୍ଟି କରିଥାଏ।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ, ମାତ୍ରାଧିକ ଲୁଣ ବ୍ୟବହାର ଯୋଗୁ ବିଶ୍ୱରେ ୧୮.୯ ଲକ୍ଷ ଲୋକ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି । ଏହା ଉଚ୍ଚ ରକ୍ତଚାପ ଓ ଏକାଧିକ ହୃଦ୍ ସମସ୍ୟାର କାରଣ ପାଲଟିଛି । ମାତ୍ରାଧିକ ଲୁଣ ହୃଦ୍‌ଘାତ, ଷ୍ଟ୍ରୋକ୍‌, ଅପମୃତ୍ୟୁ ଆଶଙ୍କା ବଢ଼ାଏ ବୋଲି ବିଶ୍ୱ ସାସ୍ଥ୍ୟ ସଂଗଠନ ରିପୋର୍ଟରେ ସ୍ପଷ୍ଟ କରିଛି ।

Advertisment
Cancer More Salt In Food
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ