Advertisment

Sudden Deaths: ଆକସ୍ମିକ ମୃତ୍ୟୁର କାରଣ ନୁହେଁ କୋଭିଡ ଟିକା: ICMR ଏବଂ NCDC ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଖଣ୍ଡନ

କୋଭିଡ୍ ଟିକା ସହ ହୃଦଘାତର କୌଣସି ସିଧାସଳଖ ସଂପର୍କ ନାହିଁ । ଟିକା ନିରାପଦ ଏବଂ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଟିକା ନୁହେଁ ବରଂ ଲୋକଙ୍କ ଜୀବନ ଶୈଳୀ, ଜିନଗତ ଆକସ୍ମିକ ମୃତ୍ୟୁର କାରଣ ବୋଲି ICMR ଏବଂ NCDCର ମିଳିତ ରିପୋର୍ଟରେ ପ୍ରକାଶ ପାଇଛି ।

covid 19 vaccine

covid 19 vaccine

Advertisment

ଆକସ୍ମିକ ମୃତ୍ୟୁର କାରଣ ନୁହେଁ କୋଭିଡ ଟିକା । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ICMR ଏବଂ ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ NCDC ପକ୍ଷରୁ ପ୍ରକାଶିତ ରିପୋର୍ଟରେ ମୃତ୍ୟୁ ସଂପର୍କିତ ଅଭିଯୋଗକୁ ଖାରଜ କରାଯାଇଛି। ଭାରତରେ କରୋନା ମହାମାରୀ ପରେ କୋଭିଡ୍ ଟିକା ନେଇଥିବା ଲୋକଙ୍କ ଆକସ୍ମିକ ମୃତ୍ୟୁ ହେଉଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ସାଂଘାତିକ ହୋଇଥାଏ ରକ୍ତ ସମ୍ପର୍କିତ ବିବାହ; ପିଲାଙ୍କୁ ହୁଏ ଏସବୁ ସାଂଘାତିକ ରୋଗ

ଏମିତିକି ଚାଲିବା, ବୁଲିବା ବେଳେ ଲୋକଙ୍କର ଆକସ୍ମିକ ମୃତ୍ୟୁ ହେଉଥିବା କୁହାଯାଇଥିଲା । ତେବେ ଏହି ଦାବିକୁ ଖାରଜ କରାଯାଇଛି । ଉଭୟ ସଂସ୍ଥା ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଏବଂ ଅନୁଧ୍ୟାନରୁ କୋଭିଡ ଟିକା ସହ ହୃଦଘାତ ସଂପର୍କରେ କୌଣସି ସିଧାସଳଖ ସଂପର୍କ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବରଂ ଏହି ଟିକା ନିରାପଦ ଏବଂ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଟିକା ନୁହେଁ, ବରଂ ଲୋକଙ୍କ ଜୀବନ ଶୈଳୀ, ଜିନ୍ ଗତ ପାଇଁ ଆକସ୍ମିକ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିବୃତ୍ତି ଜାରି କରି କହିଛି ଯେ, କୋଭିଡ୍ -୧୯ ଟୀକା ସହ ଯୁବ ଓ ବୟସ୍କଙ୍କ ମଧ୍ୟରେ ଦେଖା ଦେଉଥିବା ହୃଦଘାତର କୌଣସି ସମ୍ପର୍କ ନାହିଁ । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୂର୍ବରୁ କହିଥିଲେ ଯେ, ରାଜ୍ୟରେ କୋଭିଡ୍ ଟୀକା ସହ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ଜଡିତ ।

ବିଶେଷକରି ଦେଶରେ ୪୦ ବର୍ଷରୁ କମ ବୟସ୍କଙ୍କ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହା ଚିନ୍ତଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଯଦିଓ ସ୍ୱାସ୍ଥ୍ୟ ମନ୍ତ୍ରଣାଲୟ କହିଛି ଯେ, ଏହା ପଛରେ ଜୀବନଶୈଳୀ ନିର୍ଭର କରୁଛି । ବିଗତ କିଛି ବର୍ଷ ମଧ୍ୟରେ ୪୦ ଓ ୫୦ ବର୍ଷରୁ କମ୍ ବୟସ୍କ ସେଲେବ୍ରିଟି ମାନେ ହଠାତ୍ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି । ନିକଟରେ ଏପରି ଅନେକ ଘଟଣା ଦେଖାଦେଇଛି । ଅଭିନେତା ସିଦ୍ଧାର୍ଥ ସୁକ୍ଳା, ଗାୟକ କେକେ, ପୁନୀତ ରାଜକୁମାର, ରାଜ କୌଶଳ ଏବଂ ରାଜୁ ଶ୍ରୀବାସ୍ତବ ମଧ୍ୟ ହଠାତ୍ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ।

Advertisment

ବର୍ତ୍ତମାନ ଆଇସିଏମଆର ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ୧୮ ବର୍ଷରୁ ୪୫ ବର୍ଷ ବୟସ୍କଙ୍କ ମଧ୍ୟରେ ଦେଖାଦେଉଥିବା ଆକସ୍ମିକ ମୃତ୍ୟୁର କାରଣ ଜାଣିବା ପାଇଁ ଅଦ୍‌ୟୟନ କରୁଛନ୍ତି । ତେବେ ହଠାତ୍ ହୃଦଘାତ ଜନିତ ମୃତ୍ୟୁକୁ କୋଭିଡ୍‌-୧୯ ଟୀକା ସହ ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବିବୃତ୍ତିରେ କୁହାଯାଇଛି ଯେ, ଆକସ୍ମିକ ମୃତ୍ୟୁ ଜିନଗତ ଓ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ହେଉଛି ।

ଅଧିକ ପଢ଼ନ୍ତୁ: ଆଖି ପୋଡୁଛି, କୁଣ୍ଡାଇ ହେଉଛି ଓ ଝାପ୍ସା ଦେଖା ଯାଉଛି କି ? କ’ଣ କହୁଛନ୍ତି ଚକ୍ଷୁ ବିଶେଷଜ୍ଞ

COVID-19 Vaccine NCDC ICMR Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ