Advertisment

Covid Increased Heart Attack: କୋଭିଡ ପରେ କାହିଁକି ବଢିଲା ହୃଦରୋଗ ? ବଡ଼ ଖୁଲାସା କଲେ ଗବେଷକ

କୋଭିଡ ପରେ କାହିଁକି ବଢିଲା ହୃଦରୋଗ ? ତାହାର କାରଣ ଖୋଜିପାଇଲେ ଭାରତୀୟ ଗବେଷକ । ହୃଦରୋଗକୁ ନେଇ କଲେ ଚାଞ୍ଚଲ୍ୟକର ଖୁଲାସା ।

Heart attack risk

Heart attack risk

Advertisment

କୋଭିଡ୍‌-୧୯ ଆକ୍ରାନ୍ତ ସାବଧାନ ! କୋଭିଡ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ ଅଧିକ ଦେଖାଦେଉଛି ହୃଦ୍‌ଘାତ । ପୂର୍ବରୁ କୋଭିଡ ଟିକା ଦ୍ଵାରା ଏଭଳି ହୃଦଘାତ ହେଉଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଆମେରିକାର ୟୁନିଭର୍ସିଟି ଅଫ ଟେକ୍ସାସରେ କାର୍ଯ୍ୟରତ ଭାରତୀୟ ବୈଜ୍ଞାନିକ ତଥା ବ୍ରହ୍ମପୁର ଆଇଜରର ପୂର୍ବତନ ଗବେଷକ ଡ. ସରୋଜ କୁମାର ପଣ୍ଡା ଏବଂ ଡିୱାଇ ପାଟିଲ ୟୁନିଭରସିଟିରେ କାର୍ଯ୍ୟରତ ଡ. ପାର୍ଥସାରଥ ସେନଗୁପ୍ତା ମିଳିତ ଭାବେ ଗବେଷଣା କରି ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଏହା ଅନ୍ତର୍ଜାତୀୟ ପତ୍ରିକା ଏସିଏସ ଫାର୍ମାକଲୋଜି ଆଣ୍ଡ୍ ଟ୍ରାନ୍ସଲାସନାଲ ସାଇନ୍ସରେ ପ୍ରକାଶ ପାଇଛି । 

Advertisment

ଏହି ପତ୍ରିକା ମୁତାବକ, କୋଭିଡ଼ ଟିକା ଦ୍ୱାରା ନୁହଁ ବରଂ କୋଭିଡ଼ ଆକ୍ରାନ୍ତ ହୋଇଥିବା ରୋଗୀଙ୍କଠାରେ ହୃଦଘାତ ହେବାର ପରିମାଣ ବଢିଯାଉଛି । କରୋନା ଭୂତାଣୁର ସ୍କାଇକ୍ ପ୍ରୋଟିନ ମନୁଷ୍ୟ ଶରୀରର ହୃତପିଣ୍ଡରେ ଥିବା ଏସିଲ-୨ ପ୍ରୋଟିନ ସହ ସଂଯୋଗ ହୋଇ ହୃଦୟ ଓ ରକ୍ତନଳୀର ସ୍ନାୟୁକୁ ଦୁର୍ବଳ କରିଦେଉଛି । ଯାହା ପରବର୍ତ୍ତୀ ସମୟରେ ହୃଦଘାତ କାରଣ ହେଉଛି । 

ଅଧିକ ପଢ଼ନ୍ତୁ: ପେରିଫେରାଲ୍ ନ୍ୟୁରୋପାଥି କ’ଣ ? ଜାଣନ୍ତୁ ଏହାର କାରଣ ଓ ସମାଧାନ

କରୋନା ଭାଇରସ୍ ଶରୀରରେ ପ୍ରବେଶ କଲା ପରେ ଆମ ରକ୍ତ କଣିକାରେ ଥିବା ଫିବ୍ରିନୋଜେନ୍ ନାମକ ପ୍ରୋଟିନ୍ ଯାହା ରକ୍ତଜମାଟ ବାନ୍ଧିବାରେ ସାହାଯ୍ୟ କରେ, ତାହା କୋଭିଡର ସ୍ପାଇକ ପ୍ରୋଟିନ୍ ସହ ଯୋଡି ହୋଇ ରକ୍ତ ପ୍ରବାହକୁ ବାଧା ଦେଇଥାଏ । ଯାହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଏହା ହୃଦଘାତ ଓ ଷ୍ଟ୍ରୋକକୁ ଆମନ୍ତ୍ରଣ କରେ ବୋଲି ଗବେଷଣାରୁ ଜଣାପଡିଛି ।  

Advertisment

ଏହି ଗବେଷଣା ବୈଜ୍ଞାନିକ ଏବଂ ଡାକ୍ତରଙ୍କ ପାଇଁ ବେଶ ସହାୟକ ହୋଇପାରିବ । ହାର୍ଟଆଟାକ ସମ୍ଭାବନାକୁ ହ୍ରାସ କରିବାକୁ ଡାକ୍ତରମାନେ ଆଣ୍ଟି କୋଗୁଲାଣ୍ଟ ଥେରାପି ବ୍ୟବହାର କରିପାରିବେ ବାଲି ଡ. ପଣ୍ଡା ସୂଚନା ଦେଇଛନ୍ତି । ଏଥିସହ କିଭଳି ଏହାର ପ୍ରତିକାର ଔଷଧ ଓ ଟିକା ତିଆରି ହୋଇପାରିବ ସେନେଇ ଗବେଷଣା ଚାଲିଥିବା ସେ କହିଛନ୍ତି ।

COVID-19 Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ