Astrospeak
  • Live TV
  • Read In English

Miracle in Medical Science: ରାଉରକେଲା NIT ଛାତ୍ରଙ୍କ କମାଲ୍, କଟିଥିଲେ କି ହାଡ଼ ଭାଙ୍ଗିଥିଲେ ଯୋଡ଼ିବ ବାୟୋଇଙ୍କ୍

ସାଧାରଣତଃ ଦୁର୍ଘଟଣା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଖଣ୍ଡିଆ ହୋଇଗଲେ ଖୁବ୍ ଜୋରରେ ରକ୍ତସ୍ରାବ ହୋଇଥାଏ । ଯଦି ଚିକିତ୍ସା ବିଳମ୍ବ ହୁଏ, ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ବଢିଯାଏ । ଏପରି ସ୍ଥଳରେ ରାଉଲକେଲା ଏନ୍‌ଆଇଟି ଲ୍ୟାବରେ ପ୍ରସ୍ତୁତ କରିଥିବା ପାଉଡର ଚମତ୍କାର ଭାବେ କାମ କରିବ ।

ଏମିତି ପାଉଡର ପଡ଼ିଲେ ବୋହିବନି ରକ୍ତ
ଏମିତି ପାଉଡର ପଡ଼ିଲେ ବୋହିବନି ରକ୍ତ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚମତ୍କାର। ଏଣିକି କଟିଗଲେ ରକ୍ତ ବୋହିବନି କି ହାଡ଼ ଭାଙ୍ଗିଗଲେ ଯନ୍ତ୍ରଣା ହେବନି । ତୁରନ୍ତ କାମ କରିବ ମେଡିସିନ୍, ଦୁର୍ଘଟଣାସ୍ଥଳରେ ହିଁ ଗୁରୁତର ତାକୁ ରୋକାଯାଇ ପାରିବ। ଏପରି କିଛି ଚମତ୍କାର ଚିକିତ୍ସା ପଦ୍ଧତିର ଉଦ୍ଭାବନା କରିଛି ରାଉରକେଲା ଏନଆଇଟି, ଯାହାର ନାଁ ରହିଛି ବାୟୋଇଙ୍କ୍ । ଇନଷ୍ଟିଚ୍ୟୁଟର ବାୟୋଟେକ୍ନୋଲୋଜି ଆଣ୍ଡ ମେଡିକାଲ ଇଞ୍ଜିନିୟରିଂ ବିଭାଗ ଏହି ବାୟୋଇଙ୍କ୍ ଚିକିତ୍ସା ପଦ୍ଧତିର ଆବିଷ୍କାର କରିଛି।

ଅଧିକ ପଢ଼ନ୍ତୁ: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଓଡ଼ିଆ ବୈଜ୍ଞାନିକଙ୍କ ଗବେଷଣାରୁ ମିଳିଲା ତଥ୍ୟ

ସାଧାରଣତଃ ଦୁର୍ଘଟଣା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଖଣ୍ଡିଆ ହୋଇଗଲେ ଖୁବ୍ ଜୋରରେ ରକ୍ତସ୍ରାବ ହୋଇଥାଏ । ଯଦି ଚିକିତ୍ସା ବିଳମ୍ବ ହୁଏ, ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ବଢିଯାଏ । ଏପରି ସ୍ଥଳରେ ରାଉଲକେଲା ଏନ୍‌ଆଇଟି ଲ୍ୟାବରେ ପ୍ରସ୍ତୁତ କରିଥିବା ପାଉଡର ଚମତ୍କାର ଭାବେ କାମ କରିବ । ଏହି ପାଉଡରକୁ କ୍ଷତ ସ୍ଥାନରେ ପକାଇଲେ ତୁରନ୍ତ ବ୍ଲଡ୍ କ୍ଲଟ୍ ହୋଇଯିବ । ଅର୍ଥାତ୍ ରକ୍ତସ୍ରାବ ହେବନି । ସେହିପରି ହାଡ଼ ଭାଙ୍ଗିଯିବା ଫଳରେ ଖୁବ୍ ଯନ୍ତ୍ରଣା ହୁଏ । ବେଳେ ବେଳେ ଅପରେସନ କରିବାକୁ ପଡେ। ଏପରିସ୍ଥଳରେ ବାୟୋଇଙ୍କ ବେଶ୍ ସହାୟକ ହେବ। ଏନଆଇଟି ରିସର୍ଚ୍ଚରମାନେ ଅସ୍ଥି ମରାମତିର ବିକଳ୍ପ ପଦ୍ଧତି ଭାବରେ ପ୍ରସ୍ତୁତ କରିଥିବା ଥ୍ରୀଡି ବାୟୋପ୍ରିଣ୍ଟ ହାଡଭଙ୍ଗା ସମସ୍ୟାକୁ ଦୂର କରିପାରିବ ।

ଏନଆଇଟିର ଏହି ଟିମ୍ ଅସ୍ଥି, ରକ୍ତ ଏବଂ ଟିସୁ ଉପରେ ଦୀର୍ଘ ଦୁଇ ବର୍ଷ ହେବ କାମ କରୁଥିଲେ। ଯାହା ଏବେ ସଫଳ ହୋଇଛି । ମାର୍ଚ୍ଚ ୨୫ରେ ଭାରତ ସରକାର ଏହି ମେଡିସିନକୁ ସ୍ୱୀକୃତି ଦେବା ପରେ ପଶୁଙ୍କ ଶରୀରରେ ପରୀକ୍ଷଣ କରାଯାଉଛି । ପରୀକ୍ଷଣ ସଫଳ ହେଲେ ମାନବ ଶରୀରରେ ଟେଷ୍ଟ କରାଯିବ, ଯାହା ପରେ ସାଧାରଣ ବ୍ୟବହାର ହେବ । ଛାତ୍ରଛାତ୍ରୀଙ୍କ ଏହି ଆବିଷ୍କାର ନିଶ୍ଚିତ ରୂପେ ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିବ।