Astrospeak
  • Live TV
  • Read In English

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମିଶ୍ରି; ଆସନ୍ତୁ ଜାଣିବା, ମିଶ୍ରିର ବିଭିନ୍ନ ଉପକାରିତା ବିଷୟରେ

ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ

 Rock sugar
Benefits of Rock sugar

News Summary

ହେମୋଗ୍ଲୋବିନ୍ ସ୍ତରକୁ ଉନ୍ନତ କରିଥାଏ ମିଶ୍ରି

ଲୋ ବିବି ବା ନିମ୍ନ ରକ୍ତ ଚାପ ଥିଲେ ନିୟମିତ ମିଶ୍ରି ଖାଆନ୍ତୁ

ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ ..

-ମିଶ୍ରି କାଶ ଏବଂ ଥଣ୍ଡାର ଉପସମ କରାଏ । ପ୍ରାୟତଃ କାଶ ଏବଂ ଥଣ୍ଡା ଜନିତ ସମସ୍ୟା ଉପୁଜିଲେ ମିଶ୍ରି ଗୁଣ୍ଡରେ, ଗୋଲମରିଚ ଗୁଣ୍ଡ ଏବଂ ଘିଅକୁ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ରାତିରେ ଏହାକୁ ଖାଆନ୍ତୁ । ଏହା ବ୍ୟତୀତ ମିଶ୍ରି ଗୁଣ୍ଡ ଏବଂ ଗୋଲମରିଚ ଗୁଣ୍ଡକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା କାଶରୁ ଆରାମ ମିଳିଥାଏ ।

-ଶରୀରରେ ହିମୋଗ୍ଲୋବିନ୍ ସ୍ତର କମ୍‌ ଥିଲେ ନିୟମିତ ଭାବେ ମିଶ୍ରି ଖାଆନ୍ତୁ। ଏହା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ସ୍ତର ବଢିବା ସହିତ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରହିଥାଏ ।

-ମିଶ୍ରି ହଜମ ପ୍ରକ୍ରିୟାକୁ ବଢାଇଥାଏ । ପାନ ମହୁରୀ ସହିତ ମିଶ୍ରି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବଢିଥାଏ । ଏଥିରେ ଡାଇଜେଷ୍ଟିଭ୍ ଗୁଣ ରହିଥାଏ, ଯେଉଁ କାରଣରୁ ଖାଦ୍ୟ ଶୀଘ୍ର ଏବଂ ସହଜରେ ହଜମ ହୋଇଥାଏ । ତେଣୁ, ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ମିଶ୍ରି ଖାଆନ୍ତୁ ।

-ଏନର୍ଜି ବୁଷ୍ଟର୍ ଭାବେ କାମ କରେ ମିଶ୍ରି । ଲୋ ବିବି ବା ନିମ୍ନ ରକ୍ତ ଚାପ ଥିଲେ ପ୍ରତିଦିନ ମିଶ୍ରି ଖାଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ ଓ ରକ୍ତଚାପ ଠିକ୍ ରହିଥାଏ ।

-ମିଶ୍ରି ନାକରୁ ରକ୍ତସ୍ରାବ ସମସ୍ୟା ମଧ୍ୟ ଦୂର କରିଥାଏ । ଯଦି ନିୟମିତ ଆପଣଙ୍କର ନାକରୁ ରକ୍ତସ୍ରାବ ହେଉଛି, ତାହେଲେ ମିଶ୍ରି ଖଣ୍ଡକୁ ପାଣିରେ ଭିଜାଇ ଏହାର ପାଣିକୁ ପ୍ରତିଦିନ ପିଅନ୍ତୁ । ଏହା ରକ୍ତସ୍ରାବ ବନ୍ଦ କରିବାରେ ସାହାଯ୍ୟ କରିବ ।

-ମିଶ୍ର ମସ୍ତିଷ୍କ ପାଇଁ ଏକ ପ୍ରାକୃତିକ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ । ମାନସିକ ଥକାପଣକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ ମିଶ୍ରି । ପ୍ରତିଦିନ ଶୋଇବା ପୂର୍ବରୁ ମିଶ୍ରିକୁ ଗରମ କ୍ଷୀର ସହ ମିଶାଇ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।

-ମିଶ୍ର ଆଖିର ଦୃଷ୍ଟିଶକ୍ତି ପାଇଁ ବହୁତ ଭଲ ଅଟେ । ପ୍ରତିଦିନ ମିଶ୍ରି ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ସମସ୍ୟା ତଥା ମୋତିଆବିନ୍ଦୁ ସମସ୍ୟା ଉପୁଜି ନଥାଏ ।