Advertisment

କୃଷକଙ୍କ ପାଇଁ କ୍ଲିନିକ, ଆରମ୍ଭ କଲେ ରାମଚନ୍ଦାନୀ

ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାମ ଚନ୍ଦାନୀ ବର୍ତ୍ତମାନ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି । ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ ।

Ram Chandani

Ram Chandani

Advertisment

ପୁଣି ଚର୍ଚ୍ଚାରେ ଟଙ୍କିକିଆ କ୍ଲିନିକର ମାଲିକ ଡାକ୍ତର ରାମ ଚନ୍ଦାନୀ । ନିଜର ନିଃସ୍ବାର୍ଥ ରୋଗୀ ସେବା ଓ ଗରିବଙ୍କ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଡାକ୍ତର ରାମ ଚନ୍ଦାନୀ । କେବଳ ରାଜ୍ୟରେ ନୁହେଁ, ଟଙ୍କିକିଆ କ୍ଲିନିକ ପାଇଁ ପୁରା ଦେଶରେ ମଧ୍ୟ ଡାକ୍ତର ରାମ ଚନ୍ଦାନୀଙ୍କ ନାମ ଜଣା ଯାଏ ।
ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାମ ଚନ୍ଦାନୀ ବର୍ତ୍ତମାନ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି । ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ ।
ପଦ୍ନପୁରର ବ୍ୟାରିକେଜ ଅଞ୍ଚଳର ଏକ ବିଲରେ କ୍ରମେ ଜୟ କିଶାନ କ୍ଲିନିକର ଶୁଭାରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ । କ୍ଲିନିକଟି ପ୍ରତି ମାସରେ ଆବଶ୍ୟକତା ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମୋବାଇଲ ୟୁନିଟ ଭଳି କାମ କରିବ ।
ଏହି କ୍ଲିନିକଟି ଚାଷୀଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବ । ଚାଷୀଙ୍କର ସ୍ବାସ୍ଥ୍ୟକୁ ନେଇ ଏହା ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି କହିଛନ୍ତି ଡାକ୍ତର ରାମ ଚନ୍ଦାନୀ । ଡାକ୍ତରଙ୍କର ଏପରି ପ୍ରୟାସକୁ ପ୍ରଶଂସା କରିଛନ୍ତି କୃଷକ ସମାଜ ।

Advertisment
Odisha Burla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ